କେନ୍ଯୁଜ୍: କଂଗ୍ରେସ ଅନ୍ତରୀଣ ଅଧ୍ୟକ୍ଷା ସେନିଆ ଗାନ୍ଧିଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ରହିଛି । ଦିନକୁ ଦିନ ସେ ସୁସ୍ଥ ହେଉଛନ୍ତି । ସୋନିଆଙ୍କ ପାକସ୍ଥଳୀ ସଂକ୍ରମିତ ହୋଇଥିବା ଦିଲ୍ଲୀର ସାର୍ ଗଙ୍ଗାରାମ ମେଡିକାଲ ପକ୍ଷରୁ ସୂଚନା ଦିଆଯାଇଛି । ରବିବାର ସେ ଅସୁସ୍ଥ ଅନୁଭବ କରିବାରୁ ତାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ୭୩ ବର୍ଷୟା ସୋନିଆଙ୍କୁ କିଛି ବର୍ଷ ହେଲା ସ୍ୱାସ୍ଥ୍ୟଗତ ସମସ୍ୟା ଲାଗି ରହିଛି । ଫଳରେ ସୋନିଆଙ୍କୁ ନିର୍ବାଚନ ପ୍ରଚାର କରିବାରେ ଦେଖିବାକୁ ମିଳୁନାହିଁ । କଂଗ୍ରେସ ଅଧ୍ୟକ୍ଷ ପଦରୁ ରାହୁଲ ଗାନ୍ଧି ଇସ୍ତଫା ଦେବା ପରେ ସୋନିଆ ଦଳର ଦାୟିତ୍ୱ ନେଇଛନ୍ତି । କଂଗ୍ରେସର ସବୁଠୁ ଲମ୍ବା ସମୟ ପର୍ଯ୍ୟନ୍ତ ଅଧ୍ୟକ୍ଷ ହେବାରେ ସୋନିଆଙ୍କ ରେକର୍ଡ ରହିଛି ।
You might also like