୧୯୮୪ ଶିଖ୍ ଦଙ୍ଗା ମାମଲାରେ କଂଗ୍ରେସ ନେତା ସଜ୍ଜନ କୁମାରଙ୍କୁ ଆଜୀବନ କାରାଦଣ୍ଡ , ଶୁଣାଣି ବେଳେ କାନ୍ଦି ପକାଇଲେ ଜଜ୍

ଦିଲ୍ଲୀ(କେନ୍ୟୁଜ୍) : ୧୯୮୪ ମସିହା ଶିଖ ଦଙ୍ଗା ମାମଲାରେ କଂଗ୍ରେସକୁ ଝଟକା । ଘଟଣାର ୩୪ ବର୍ଷ ପରେ ଦିଲ୍ଲୀ ହାଇକୋର୍ଟ ବରିଷ୍ଠ ନେତା ସଜ୍ଜନ କୁମାରଙ୍କୁ ଦୋଷୀ ସାବ୍ୟସ୍ତ କରିବା ସହ ଆଜୀବନ କାରାଦଣ୍ଡାଦେଶ ଶୁଣାଇଛନ୍ତି ତାହା ସହିତ ୫ଲକ୍ଷ ଟଙ୍କାର ଜରିମାନ ଦେବାକୁ କହିଛନ୍ତି । ବାକି ଦୋଷୀ ମାନଙ୍କୁ ୧ ଲକ୍ଷ ଟଙ୍କା ଜରିମାନା ଆଦାୟ କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଏଥିସହ ଆସନ୍ତା ୩୧ ତାରିଖ ସୁଦ୍ଧା ଆତ୍ମସମର୍ପଣ କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ସୂଚନା ଅନୁଯାୟୀ ଶୁଣାଣି ସମୟରେ ମୁଖ୍ୟବିଚାରପତିଙ୍କ  ଆଖିରେ ଲୁହ ପଳାଇ ଆସିଥିଲା । ଯାଞ୍ଚ ପ୍ରକ୍ରିୟାର ଶିଥିଳତା ଯୋଗୁଁ  ମାମଲାର ନ୍ୟାୟ ପାଇଁ ଏତେ ବିଳମ୍ବ ହୋଇଥିବା କାରଣରୁ ସେ ଦୁଃଖ ପ୍ରକାଶ କରିଥିଲେ । ପୂର୍ବରୁ ତଳ କୋର୍ଟ ସଜ୍ଜନ ଶର୍ମାଙ୍କୁ ଦୋଷମୁକ୍ତ କରିଥିଲେ ।

Leave A Reply

Your email address will not be published.