ରାହୁଲ ଗାନ୍ଧୀଙ୍କ ପରେ ଏବେ ଅଜୟ ମାକନ୍‌-ସୁରଜେବାଲାଙ୍କ ସମେତ ଅନେକ କଂଗ୍ରେସ ନେତାଙ୍କ ଟ୍ଵିଟର ଆକାଉଣ୍ଟ ଲକ୍‌

କଂଗ୍ରେସର ପୂର୍ବ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ପରେ ଏବେ କଂଗ୍ରେସର କେତେକ ଅନ୍ୟ ବରିଷ୍ଠ ନେତାଙ୍କ ଟ୍ଵିଟର ଆକାଉଣ୍ଟ ବି ଲକ୍‌ ହୋଇଯାଇଛି। ପାର୍ଟି ତରଫରୁ ଅଭିଯୋଗ ଆସିଛି ଯେ ଅଲ୍‌ ଇଣ୍ଡିଆ କଂଗ୍ରେସ କମିଟିର ମହାସଚିବ ଅଜୟ ମାକନ, କଂଗ୍ରେସ ପ୍ରବକ୍ତା ରଣଦୀପ ସୁରଜେବାଲା, ଲୋକସଭାରେ ପାର୍ଟିର ହ୍ଵିପ୍‌ ମଣିକମ୍‌ ଟାଗୋର, ଆସାମ କଂଗ୍ରେସ ପ୍ରଭାରୀ ଜିତେନ୍ଦ୍ର ସିଂହ ଓ ମହିଳା କଂଗେସ ଅଧ୍ୟକ୍ଷ ସୁସ୍ମିତା ଦେବଙ୍କ ଟ୍ଵିଟର ଆକାଉଣ୍ଟ ଲକ୍‌ ହୋଇଯାଇଛି।

କଂଗ୍ରେସ ନେତା ଅଜୟ ମାକନ୍‌ କହିଛନ୍ତି, ଟ୍ଵିଟର ମୋର ବି ଆକାଉଣ୍ଟ ଲକ୍‌ କରି ଦେଇଛି। କାରଣ ମୁଁ ମହିଳା ଏବଂ ଦଳିତ ଉତ୍ପୀଡ଼ନ ବିରୋଧରେ ରାହୁଲ ଗାନ୍ଧୀଙ୍କ ସମର୍ଥନ କରିଥିଲି। ଖୁବ୍‌ଶୀଘ୍ର ଅସଲି ଅଚ୍ଛେଦିନ୍‌ ଆସିବ ଓ ଆପଣ(ଟ୍ଵିଟର) ଡରିବେ ନାହିଁ। ଏହା ମୋ ଭବିଷ୍ୟତବାଣୀ।


କଂଗ୍ରେସର କମ୍ୟୁନିକେସନ୍‌ ଡିପାର୍ଟମେଣ୍ଟର ଇନ୍‌ଚାର୍ଜ ପ୍ରଣବ ଝା ଟ୍ଵିଟ୍‌ କରି ଲେଖିଛନ୍ତି, ଲର୍ଡ ନରେନ୍ଦ୍ର ମୋଦି, ଜ୍ୟାକ୍‌ ଓ ଟ୍ଵିଟର ରଣଦୀପ ସୁରଜେବାଲା, ଅଜୟ ମାକନ୍‌, ସୁସ୍ମିତା ଦେବଙ୍କ ଟ୍ଵିଟର ଆକାଉଣ୍ଟ ଲକ୍‌ କରିଦିଆଯାଇଛି। କଂଗ୍ରେସ ନିଜ ବିରୋଧ ଜଣାଇଛି ଓ ସମସ୍ତଙ୍କ ସହ ହୋଇଥିବା ଅନ୍ୟାୟ ପାଇଁ ଲଢ଼େଇ ଜାରି ରଖିବାକୁ ପ୍ରତିଶ୍ରୁତି ଦେଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.