କର୍ଣ୍ଣାଟକ ଉପନିର୍ବାଚନରେ ଉଡିଲା କଂଗ୍ରେସ-ଜେଡିଏସ ବାନା

କର୍ଣ୍ଣାଟକ(କେନ୍ଯୁଜ୍) : କର୍ଣ୍ଣାଟକ ଉପନିର୍ବାଚନରେ ଉଡିଲା କଂଗ୍ରେସ-ଜେଡିଏସ ବାନା । ୨ଟି ଲୋକସଭା ସିଟ୍‌ ଓ ୨ଟି ବିଧାନସଭା ଆସନରେ କଂଗ୍ରେସ-ଜେଡିଏସ ମେଣ୍ଟ ବାଜି ମାରିଛି । ବେଲାରିରେ କଂଗ୍ରେସ ପ୍ରାର୍ଥୀ ଭି.ଏସ୍‌ ଉଗରପ୍ପା ଦୁଇ ଲକ୍ଷ ୪୩ ହଜାର ଭୋଟରେ ବିଜୟୀ ହୋଇଛନ୍ତି । ପୂର୍ବରୁ ଏହି ଆସନ ବିଜେପି ପାଖରେ ଥିଲା । ଏବେ କଂଗ୍ରେସ ବିଜେପି ଠାରୁ ଏହି ଆସନ ଛଡାଇ ଆଣିଛି । ସେହିପରି ମାଣ୍ଡ୍ୟା ଲୋକସଭା ଆସନରେ ଜେଡିଏସ ପ୍ରାର୍ଥୀ ଶିବରାମ ଗୌଡା ୩ ଲକ୍ଷ ୨୪ ଭୋଟରେ ବିଜୟୀ ହୋଇଛନ୍ତି । ପୂର୍ବରୁ ଏହି ଆସନ ଜେଡିଏସ ପାଖରେ ଥିଲା । ସେହିପରି ସିମୋଗା ଲୋକସଭା ଆସନରେ ବିଜେପି ପ୍ରାର୍ଥୀ ତଥା ବିଏସ.ୟେଦ୍ୟୁରପ୍ପାଙ୍କ ପୁଅ ରାଘବେନ୍ଦ୍ର ୫୨ ହଜାର ଭୋଟରେ ବିଜୟୀ ହୋଇଛନ୍ତି । ଫଳରେ ବିଜେପି ଏହି ଆସନ ବଜାୟ ରଖିବାକୁ ସମର୍ଥ ହୋଇଛି ।

congress-1ସେପଟେ ରାମନଗରା ବିଧାନସଭା ଆସନରେ ଜେଡିଏସ ପ୍ରାର୍ଥୀ ତଥା ମୁଖ୍ୟମନ୍ତ୍ରୀ ଏଚଡି କୁମାରସ୍ୱାମୀଙ୍କ ପତ୍ନୀ ଅନୀତା କୁମାରସ୍ୱାମୀ ଏକ ଲକ୍ଷରୁ ଅଧିକ ଭୋଟରେ ବିଜୟୀ ହୋଇଛନ୍ତି । ସେହିପରି ଜାମଖଣ୍ଡି ବିଧାନସଭା ଆସନ କଂଗ୍ରେସ ଖାତାକୁ ଯାଇଛି । କଂଗ୍ରେସ ପ୍ରାର୍ଥୀ ଏଏସ୍‌ ନୟମଗୌଡା ୩୯ ହଜାର ଭୋଟରେ ବାଜି ମାରିଛନ୍ତି । ବେଲାରି , ସିମୋଗା ଓ ମାଣ୍ଡ୍ୟା ଲୋକସଭା ଆସନ ଏବଂ ରାମନଗରମ ଓ ଜାମଖଣ୍ଡି ବିଧାନସଭା ପାଇଁ ଉପନିର୍ବାଚନ ହୋଇଥିଲା । ୨୦୧୯ ମସିହା ସାଧାରଣ ନିର୍ବାଚନ ପୂର୍ବରୁ ବିଜେପି ଓ କଂଗ୍ରେସ-ଜେଡିଏସ ମେଣ୍ଟ ପାଇଁ ନିର୍ବାଚନ ଫଳାଫଳ ଗୁୁରୁତ୍ୱ ରହିଛି । ଉପନିର୍ବାଚନର ଫଳାଫଳ ଆସନ୍ତା ସାଧାରଣ ନିର୍ବାଚନ ଉପରେ ପଡିବ ବୋଲି ରାଜନୈତିକ ପଣ୍ଡିତ ମାନେ ପୂର୍ବାନୁମାନ କରିଛନ୍ତି । ।