ଅକ୍ଟୋବର ୧୯ରେ କଂଗ୍ରେସକୁ ମିଳିବ ନୂଆ ମୁଖିଆ, ଆଜି କଂଗ୍ରେସ ବିଧାୟକ ଦଳ ବୈଠକ

କେନ୍ୟୁଜ୍(ବ୍ୟୁରୋ):  ଅକ୍ଟୋବର ୧୯ରେ କଂଗ୍ରେସକୁ ମିଳିବ ନୂଆ ମୁଖିଆ । ନୂଆ ଅଧ୍ୟକ୍ଷ ରେସରେ ଆଗରେ ଅଛନ୍ତି ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ୍‌ । ନିର୍ବାଚନ ଲଢ଼ିବେ ବୋଲି ନିଜେ ଗେହଲଟ୍‌ ସ୍ପଷ୍ଟ କରିଛନ୍ତି । ଗେହଲଟ୍‌ କଂଗ୍ରେସ କମାଣ ଧରିଲେ କିଏ ରାଜସ୍ଥାନର ମୁଖ୍ୟମନ୍ତ୍ରୀ ହେବେ ତାକୁ ନେଇ ସସପେନ୍ସ । ଏହାରି ଭିତରେ ଆଜି ରାଜସ୍ଥାନରେ ବସୁଛି କଂଗ୍ରେସ ବିଧାୟକ ଦଳ ବୈଠକ । ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କ ବାସଭବନରେ ଏହି ବୈଠକ ବସୁଛି । ଏଥିରେ ପର୍ଯ୍ୟବେକ୍ଷକ ଭାବରେ ମଲ୍ଲିକାର୍ଜୁନ ଖଡଗେ ଓ ବରିଷ୍ଠ ନେତା ଅଜୟ ମାକନ ଉପସ୍ଥିତ ରହିବେ । କୁହାଯାଉଛି ଏହି ବୈଠକରେ ରାଜସ୍ଥାନର ନୂଆ ମୁଖ୍ୟମନ୍ତ୍ରୀଙ୍କ ନାଁରେ ମୋହର ବାଜିପାରେ ।

ସପ୍ତାହେ ଭିତରେ ଦ୍ୱିତୀୟ ଥର ବସୁଛି ରାଜସ୍ଥାନ କଂଗ୍ରେସ ବିଧାୟକ ଦଳ ବୈଠକ । କଂଗ୍ରେସର ଜଣେ ବ୍ୟକ୍ତି, ଗୋଟିଏ ପଦ ନୀତି ଆଧାରରେ ଗେହଲଟ୍‌ ଦୁଇଟି ପଦବୀରେ ରହି ପାରିବେ ନାହିଁ । ସେ କଂଗ୍ରେସ ଅଧ୍ୟକ୍ଷ ହେଲେ ମୁଖ୍ୟମନ୍ତ୍ରୀ ପଦ ଛାଡ଼ିବେ । ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ରେସରେ ସବୁଠୁ ଆଗରେ ଅଛନ୍ତି ସଚିନ୍‌ ପାଇଲଟ୍‌ । କିନ୍ତୁ ଗେହଲଟ୍‌ ବାଚସ୍ପତି ସି.ପି. ଯୋଶୀଙ୍କ ସପକ୍ଷରେ ଅଛନ୍ତି । ତେବେ ଗେହଲଟ୍‌ ପ୍ରଥମେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇ କଂଗ୍ରେସ ଅଧ୍ୟକ୍ଷ ନିର୍ବାଚନ ଲଢ଼ିବେ ନା ପରେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବେ ସ୍ପଷ୍ଟ ହୋଇନି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.