କଂଗ୍ରେସ କର୍ମୀ ହିମାନୀ ନରୱାଲ ହତ୍ୟା ମାମଲାରେ ପୋଲିସକୁ ସଫଳତା, ଦିଲ୍ଲୀରୁ ପ୍ରେମିକ ଗିରଫ

ହରିୟାଣାର ହିମାନୀ ନରୱାଲ ହତ୍ୟା ମାମଲାରେ ପୋଲିସକୁ ବଡ଼ ସଫଳତା ମିଳିଛି । ପୋଲିସ ଏହି ମାମଲାରେ ଜଣେ ଅଭିଯୁକ୍ତକୁ ଗିରଫ କରିଛି । କଂଗ୍ରେସ କର୍ମୀ ହିମାନୀ ନରୱାଲଙ୍କ ହତ୍ୟା ମାମଲାରେ ଜଣେ ଅଭିଯୁକ୍ତଙ୍କୁ ଗିରଫ କରିଛି ହରିୟାଣା ପୋଲିସ । ଅଭିଯୁକ୍ତକୁ ଦିଲ୍ଲୀରୁ ଗିରଫ କରାଯାଇଛି । ସେ ବାହାଦୁରଗଡ଼ର ବାସିନ୍ଦା ସଚିନ ବୋଲି ଚିହ୍ନଟ କରାଯାଇଛି । ହିମାନୀ ନରୱାଲଙ୍କ ମୃତଦେହ ୧ ମାର୍ଚ୍ଚରେ ରୋହତକର ଏକ ହାଇୱେ ନିକଟରେ ଏକ ସୁଟକେସ୍ ଭିତରେ ମିଳିଥିଲା ।
ହରିୟାଣା ପୋଲିସ ରାଜ୍ୟ କଂଗ୍ରେସ ନେତ୍ରୀ ହିମାନୀ ନରୱାଲଙ୍କ ହତ୍ୟା ମାମଲାରେ ଜଣେ ଅଭିଯୁକ୍ତକୁ ଗିରଫ କରିଛି । ଅନ୍ୟ ଅଭିଯୁକ୍ତମାନଙ୍କୁ ଖୋଜା ଚାଲିଛି । ହରିୟାଣା ପୋଲିସ ରବିବାର ରାତିରେ ଏହି ହତ୍ୟା ମାମଲାରେ ଦୁଇ ଜଣଙ୍କୁ ଅଟକ ରଖିଥିଲା । ଉଭୟଙ୍କୁ ପଚରାଉଚରା ସମୟରେ ମିଳିଥିବା ସୂଚନା ଆଧାରରେ, ପୋଲିସ ଅଭିଯୁକ୍ତଙ୍କୁ ଗିରଫ କରିଛି । ଏପର୍ଯ୍ୟନ୍ତ ମିଳିଥିବା ସୂଚନା ମୁତାବକ, ଅଭିଯୁକ୍ତ ହିମାନୀଙ୍କ ସହ ସେ ରିଲେସନସିପରେ ଥିଲେ । ଏଥିସହ ସେ ହିମାନୀଙ୍କୁ ବ୍ଲାକମେଲ କରୁଥିଲା ଏବଂ ସେ ହିମାନୀଙ୍କଠାରୁ ଲକ୍ଷ ଲକ୍ଷ ଟଙ୍କା ଲୁଟିଛନ୍ତି ।
ହତ୍ୟାର ୩୬ ଘଣ୍ଟା ପରେ ବର୍ତ୍ତମାନ ପୋଲିସ ଏହି ମାମଲାରେ ଜଣେ ଯୁବକଙ୍କୁ ଗିରଫ କରିଛି । ହିମାନୀଙ୍କ ହତ୍ୟାର ଯାଞ୍ଚ ଏବେ ଏସଆଇଟି କରିବ ବୋଲି ଜଣାପଡିଛି । କଂଗ୍ରେସ ଏକ୍ସରେ ଏକ ପୋଷ୍ଟରେ ଦଳୀୟ କର୍ମୀଙ୍କ ମୃତ୍ୟୁରେ ଶୋକ ପ୍ରକାଶ କରିବା ସହ ଘଟଣାର ନିରପେକ୍ଷ ତଦନ୍ତ ଦାବି କରିଛି ।
ସୂଚନାଯୋଗ୍ୟ, ଭାରତ ଯୋଡ଼ୋ ଯାତ୍ରା ସମୟରେ ରାହୁଲ ଗାନ୍ଧୀଙ୍କ ସହ ତାଙ୍କ ଫଟୋ ମଧ୍ୟ ଭାଇରଲ ହୋଇଥିଲା । ଗତ ଦଶ ବର୍ଷ ଧରି କଂଗ୍ରେସ ସହିତ ଜଡିତ ଥିଲା । ଆଉ ତାଙ୍କ ମୃତ୍ୟୁ ପରେ ପରିବାର ଲୋକ ହତ୍ୟା ଅଭିଯୋଗ ଆଣିଛନ୍ତି । ହିମାନୀଙ୍କ ମା’ ଝିଅର ମୃତ୍ୟୁକୁ ସହଜରେ ଗ୍ରହଣ କରିପାରିନାହାନ୍ତି । ଦଳରେ ମୋର ଝିଅର ଲୋକପ୍ରିୟତାକୁ ଦେଖି ଅନେକ ଶତ୍ରୁ ସୃଷ୍ଟି ହୋଇଥିଲେ । ଦୋଷୀମାନେ ଦଳର ହିଁ ହୋଇପାରନ୍ତି ଏବଂ କୌଣସି ସହକର୍ମୀ ମଧ୍ୟ ହୋଇପାରନ୍ତି ବୋଲି ହିମାନୀଙ୍କ ମା’ ସବିତା କହିଛନ୍ତି । ମୋ ବଡ଼ ପୁଅକୁ ୨୦୧୧ ମସିହାରେ ହତ୍ୟା କରାଯାଇଥିଲା ଏବଂ ଆମେ କେବେ ନ୍ୟାୟ ପାଇଲୁ ନାହିଁ ।
Also Read : ବନ୍ଦ ସୁଟକେସରୁ ମିଳିଲା କଂଗ୍ରେସ ନେତ୍ରୀଙ୍କ ମୃତଦେହ, ଏସ୍ଆଇଟି ତଦନ୍ତ ପାଇଁ ଦାବି କଲା ଦଳ