ଦେଶ ବିଦେଶ

ମୁଣ୍ଡ ଦୁଇ କିନ୍ତୁ ଶରୀର ଏକ , ଜାଣନ୍ତୁ ଯାଆଁଳା ଭଉଣୀଙ୍କ ଅଦ୍ଭୁତ କାହାଣୀ

ଆମେରିକାର ମିନୋସେଟାରେ ଏକ ଯାଆଁଳା ଭଉଣୀ ରହୁଛନ୍ତି। ଏ ଦୁଇ ଜଣ ଯାଆଁଳା ହୋଇଥିଲେ ମଧ୍ୟ ଏମାନଙ୍କର ଶରୀର ଗଠନ ସାଧାରଣ ଯାଆଁଳା ଭଉଣୀଙ୍କ ପରି ହୋଇନାହିଁ । ଯେଉଁଥିପାଇଁ ଏମାନେ ବର୍ତ୍ତମାନ ଚର୍ଚ୍ଚାରେ ଅଛନ୍ତି । ଏହି ଦୁଇ ଭଉଣୀଙ୍କର ଦୁଇଟି ମୁଣ୍ଡ ଅଛି କିନ୍ତୁ ତାଙ୍କ ଶରୀର ଗୋଟିଏ । ଏହି ଭଉଣୀମାନେ ଚର୍ଚ୍ଚାରେ ରହିବାର କାରଣ ହେଉଛି ସେମାନଙ୍କ ମଧ୍ୟରୁ ଜଣେ ବିବାହ କରିଛନ୍ତି । କିନ୍ତୁ ଅନ୍ୟଜଣେ ଏବେବି ସିଙ୍ଗଲ୍‌ ଅଛନ୍ତି । ଏହି ଦୁଇ ଭଉଣୀଙ୍କ ନାମ ହେଉଛି ଆଭି ହେନ୍ସେଲ ଏବଂ ବ୍ରିଟାନି ହେନ୍ସେଲ । ଆଭି ହେନ୍ସେଲ ଶରୀରର ବାମ ପାର୍ଶ୍ୱକୁ କଣ୍ଟ୍ରୋଲ କରନ୍ତି ଏବଂ ଡାହାଣ ପାର୍ଶ୍ୱକୁ ବ୍ରିଟାନି ହେନ୍ସେଲ କଣ୍ଟ୍ରୋଲ କରନ୍ତି । ଆଭି ପୂର୍ବତନ ସୈନିକ ତଥା ନର୍ସ ଜୋଶ ବାଉଲିଂଙ୍କୁ ନିଜ ଜୀବନ ସାଥୀ ଭାବରେ ବାଛିଛନ୍ତି । ଆଭି ୨୦୨୧ ମସିହାରେ ଜୋସ୍ ବାଉଲିଂଙ୍କୁ ବିବାହ କରିଥିଲେ । କିନ୍ତୁ ସେହି ସମୟରେ ହୋଇଥିବା ବିବାହ ଏବେ ପ୍ରକାଶ ପାଇଛି ।

୩୪ ବର୍ଷୀୟ ଏ ଦୁଇ ଭଉଣୀ ୧୯୯୬ ମସିହାରେ ଓପ୍ରା ୱିନଫ୍ରେ ଶୋ’ରେ ଆସିବା ପରେ ଲାଇମଲାଇଟରେ ଆସିଥିଲେ । ପରେ ସେମାନେ ସେମାନଙ୍କର ନିଜର ଶୋ TLC ଆରମ୍ଭ କରିଥିଲେ ଯେଉଁଥିରେ ସେମାନେ ନିଜ ଦୈନନ୍ଦିନ ଜୀବନକୁ ଲୋକଙ୍କୁ ଦେଖାଉଥିଲେ । ଏହି ଭଉଣୀମାନଙ୍କର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ଯେଉଁଥିରେ ଉଭୟ ଭଉଣୀ ଏକ ବିବାହ ଡ୍ରେସରେ ନଜର ଆସିଛନ୍ତି । ଆଭିଙ୍କ ସ୍ୱାମୀ ଜୋସ୍ ବାଉଲିଂ ଏକ ଗ୍ରେ ସୁଟ୍ ପିନ୍ଧିଥିବାବେଳେ ଭିଡିଓରେ ଏହି ଦମ୍ପତି ଏକାଠି ନାଚୁଥିବା ନଜର ଆସିଛନ୍ତି । ମିଡିଆ ରିପୋର୍ଟ ଅନୁଯାୟୀ ଏହି ଭଉଣୀମାନେ ଆମେରିକାର ମିନୋସେଟାଠାରେ ପିଲାମାନଙ୍କୁ ପାଠ ପଢ଼ାନ୍ତି । ବର୍ତ୍ତମାନ ଯାଆଁଳା ଭଉଣୀମାନଙ୍କ ମଧ୍ୟରୁ ଆଭି ବିବାହ କରିଛନ୍ତି ।

ଆଭି ଏବଂ ବ୍ରିଟାନିଙ୍କ ଅଣ୍ଟା ତଳେ ଥିବା ଶରୀରର ସମସ୍ତ ଅଂଶ ସମାନ ରହିଛି । ଏହା ବ୍ୟତୀତ ଆଭି ତାଙ୍କ ଡାହାଣ ହାତ ଏବଂ ଗୋଡକୁ କଣ୍ଟ୍ରୋଲ କରିପାରନ୍ତି ଯେତେବେଳେ ବ୍ରିଟାନି ଶରୀରର ବାମ ପାର୍ଶ୍ୱକୁ କଣ୍ଟ୍ରୋଲ କରନ୍ତି । ଆଭି ଏବଂ ବ୍ରିଟାନି ୧୯୯୦ ମସିହାରେ ଜନ୍ମଗ୍ରହଣ କରିଥିଲେ । ଯେତେବେଳେ ସେମାନେ ଜନ୍ମ ହୋଇଥିଲେ ସେମାନଙ୍କ ବାପା ମା’ ଡାକ୍ତରମାନଙ୍କୁ ଅସ୍ତ୍ରୋପଚାର କରିବାକୁ ଅନୁମତି ଦେଇନଥିଲେ କାରଣ ସେମାନଙ୍କ ବଞ୍ଚିବାର ଆଶା କମ୍ ଥିଲା ।

Subhalaxmi Das

Recent Posts

ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ପରେ ବାଲେଶ୍ବରରେ ୧୪୪ ଧାରା ଜାରି

ବାଲେଶ୍ବର(କେନ୍ୟୁଜ୍‌): ବାଲେଶ୍ବରରେ ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ପରେ ୧୪୪ ଧାରା ଜାରି। କୌଣସି ଏକ କାରଣରୁ ଭୁଜାଖିଆ ପୀର…

8 mins ago

ଡାକ୍ତରଖାନାରେ ଶିଶୁକୁ ଚୋରି କରି ନେବା ବେଳେ ଧରିଲେ ଡାକ୍ତରଖାନାର ସୁରକ୍ଷାକର୍ମୀ

ସୁବର୍ଣ୍ଣପୁର(କେନ୍ୟୁଜ୍‌) : ପୁଣି ସାମ୍ନାକୁ ଆସିଲା ପିଲାଚୋରି ଅଭିଯୋଗ । ପୂର୍ବରୁ ଏପରି ଘଟଣା ଅନେକ ଥର ଆମ ସାମ୍ନାକୁ…

45 mins ago

ଓଡିଆ ପଣ୍ଡିତଙ୍କୁ ଗଙ୍ଗା ଘାଟ ଛାଡିବାକୁ ବାଧ୍ୟ କରାଯାଉଛି, ଚିନ୍ତାରେ ବର୍ଷ ବର୍ଷ ଧରି ରହିଆସୁଥିବା ଓଡିଆ ବ୍ରାହ୍ମଣ

କୋଲକାତା (କେନ୍ୟୁଜ) : ପୁଣ୍ୟତୋୟା ଗଙ୍ଗା ଘାଟଗୁଡ଼ିକ ଧର୍ମ ସଂସ୍କୃତି ଓ ଆସ୍ଥାର ପ୍ରମୁଖ ସ୍ଥଳୀ ଭାବରେ ପରିଚିତି ଲାଭ…

2 hours ago

ଘରେ କଳାକନା ବୁଲାଇ ୨୫ ଲକ୍ଷ ଟଙ୍କାର ସୁନା ଅଳଙ୍କାର ଓ ଆସବାବ ପତ୍ର ନେଇଗଲେ ଚୋର

ତାଳଚେର (କେନ୍ୟୁଜ) : ଯଦି ଆପଣ କେବେ ନିଜ ଘର ତାଲା ପକାଇ ବନ୍ଧୁ ଘର କିମ୍ବା ସମ୍ପର୍କୀୟଙ୍କ ଘରକୁ…

2 hours ago

କଳିଙ୍ଗ ଷ୍ଟାଡିୟମ କ୍ରୀଡ଼ା ଭିତ୍ତିଭୂମିର ସମୀକ୍ଷା କଲେ କ୍ରୀଡ଼ାମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ

ଭୁବନେଶ୍ୱର(କେନ୍ୟୁଜ୍‌): କ୍ରୀଡ଼ା ଓ ଯୁବସେବା ମାନ୍ୟବର ମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୁରଜ ଆଜି କଳିଙ୍ଗ ଷ୍ଟାଡିୟମ ଗସ୍ତ କରି ରାଜ୍ୟର…

2 hours ago

ଭୋଜି ଖାଇ ଫେରୁଥିଲେ ହେଲେ ଏକାସାଥିରେ ଆରପାରିକୁ ଚାଲିଗଲେ ଚାରି ସାଙ୍ଗ

ନୂଆପଡା (କେନ୍ୟୁଜ) : ଭୋଜି ଖାଇ ସାଙ୍ଗ ହୋଇ ଫେରୁଥିଲେ ଏହି ୪ ଜଣ ସାଙ୍ଗ । ଏମାନେ ୪…

2 hours ago