ପୁଣି ଟ୍ରେନ ଦୁର୍ଘଟଣା ପାଇଁ ଷଡଯନ୍ତ୍ର, ଆର୍ମି ଟେନ ଟ୍ରାକରେ ମିଳିଲା ଗ୍ୟାସ ସିଲିଣ୍ଡର

ପୁଣି ଟ୍ରେନ ଦୁର୍ଘଟଣା କରିବାକୁ ଷଡଯନ୍ତ୍ର । ଏଥର ଟ୍ରେନ ଟ୍ରାକରେ ଗ୍ୟାସ ସିଲିଣ୍ଡର । ଉତ୍ତରାଖଣ୍ଡ ରୁଡକୀରେ ଟ୍ରେନ ଟ୍ରାକରେ ଗ୍ୟାସ ସିଲିଣ୍ଡର ମିଳିଥିଲା । ମାଲଗାଡି ଦୁର୍ଘଟଣା କରିବା ପାଇଁ ଗ୍ୟାସ ସିଲିଣ୍ଡର ଟ୍ରାକରେ ରଖାଯାଇଥିଲା । ଯେଉଁ ଟ୍ରାକରେ ଗ୍ୟାସ ସିଲିଣ୍ଡର ଥିଲା, ସେହି ଟ୍ରାକରେ ସେନାର ଜିନିଷ ନେଇ ଯାଇଥାନ୍ତା ଗାଡି । ଲୋକୋ ପାଇଲଟଙ୍କ ସତର୍କତା ଯୋଗୁଁ ଏକ ବଡ ଦୁର୍ଘଟଣାକୁ ରୋକି ହୋଇପାରିଛି ।

ଆରପିଏଫ ସୂଚନା ମୁତାବକ, ଟ୍ରାକରେ ସିଲିଣ୍ଡର ଥିବା ଖବର ମିଳିବା ପରେ ୫ କିମି ଯାଏଁ କର୍ମଚାରୀମାନେ ଚେକିଂ କରିଥିଲେ । କିନ୍ତୁ ଏପର୍ଯ୍ୟନ୍ତ ଜଣାପଡିନାହିଁ କି କିଏ ଟ୍ରାକରେ ସିଲିଣ୍ଡର ରଖିଛି । ଗ୍ୟାସ ସିଲିଣ୍ଡରକୁ ଷ୍ଟେସନ ମାଷ୍ଟର ପାଖରେ ରଖାଯାଇଛି । ଆରପିଏଫ ପକ୍ଷରୁ ଅଜଣା ବ୍ୟକ୍ତି ନାମରେ ଏଫଆଇଆର ଦାୟର କରାଯାଇଛି ।

ଯେଉଁ ଟ୍ରାକରେ ସିଲିଣ୍ଡର ମିଳିଛି, ଏହାର କିଛି ଦୂରରେ ବଙ୍ଗାଳ ଇଂଜିନିୟରିଂ ଗ୍ରୁପ ଆଣ୍ଡ ସେଣ୍ଟରର ହେଡକ୍ୱାଟର ମଧ୍ୟ ରହିଛି । ଏହି ଷ୍ଟେସନରୁ ସେନାର ଜିନିଷ ଯିବାଆସିବା କରିଥାଏ । ମାଲଗାଡି ଜରିଆରେ ସେନାର ଗାଡି, ଜିନିଷ ଏବଂ ଯବାନ ମାନେ ଯିବାଆସିବା କରନ୍ତି । ସେନା ପାଇଁ ପ୍ରସ୍ତୁତ ହୋଇଥିବା ରେଳ ଟ୍ରାକରେ ସିଲିଣ୍ଡର ରହିଥିଲା ।

ସୂଚନାଯୋଗ୍ୟ, ଗତକିଛି ଦିନ ହେଲାଣି ଦୁଇଟି ଯାକ ରାଜ୍ୟରେ ଟ୍ରେନ ଦୁର୍ଘଟଣା ଘଟାଇବା ପାଇଁ ଷଡଯନ୍ତ୍ର କରାଯାଉଛି । ରାୟବରେଲି ଜିଲ୍ଲାର ରଘୁରାଜ ସିଂହ ରେଲୱେ ଷ୍ଟେସନ ନିକଟ ଟ୍ରାକ୍‌ରେ ମାଟି ଗଦା ହୋଇଥିଲା । ରାୟବରେଲି ରଘୁରାଜପୁର ଶଟଲ ଟ୍ରେନ ଲୋକ ପାଇଲଟ ଏହା ଦେଖି ଏମରଜେନ୍ସି ବ୍ରେକ ମାରିଥିଲେ । ଫଳରେ ଟ୍ରେନଟି ଅଟକି ଯାଇଥିଲା ।

ଉତ୍ତରପ୍ରଦେଶ ଏବଂ ମଧ୍ୟପ୍ରଦେଶରେ ଟ୍ରେନ ଦୁର୍ଘଟଣା ଘଟାଇବାକୁ ବାରମ୍ବାର ଷଡ଼ଯନ୍ତ୍ର ରଚୁଛନ୍ତି ଦୁର୍ବୃତ୍ତ । କେତେବେଳେ ଟ୍ରାକ୍‌ରୁ ଗ୍ୟାସ୍ ସିଲିଣ୍ଡର ମିଳୁଛି ତ ଆଉ କେତେବେଳେ ବଡ଼ ବଡ଼ ସିମେଣ୍ଟ ଖଣ୍ଡ ଓ ଗଦା ଗାଦା ବାଲି । ଏବେ ରେଲୱେ ଟ୍ରାକ୍‌ରୁ ମିଳିଛି ଲୁହା ଛଡ଼ ଓ ସିମେଣ୍ଟ । ଅଳ୍ପକେ ଟ୍ରେନ ଦୁର୍ଘଟଣାରୁ ରକ୍ଷା ପାଇଛି ।

 

You might also like