ହାଇଦ୍ରାବାଦ: ଜିମ୍‌ରେ ଓ୍ଵାର୍କଆଉଟ୍‌ କରୁଥିଲେ କନଷ୍ଟେବଳ; ହୃଦଘାତରେ ଚାଲିଗଲା ଜୀବନ

ହାଇଦ୍ରାବାଦରେ ୨୪ ବର୍ଷୀୟ ଜଣେ କନଷ୍ଟେବଳଙ୍କର ଜିମ୍‌ରେ ଓ୍ଵାର୍କଆଉଟ୍‌ ସମୟରେ ମୃତ୍ୟୁ ଘଟିଛି। ତାଙ୍କୁ କାର୍ଡିୟାକ୍‌ ଅରେଷ୍ଟ୍‍ ଆସିଥିଲା। ସେ ଆସିଫ୍‌ ନଗର ଥାନାରେ ମୁତୟନ ଥିଲେ।

ଜିମ୍‌ରେ ଓ୍ଵାର୍କ ଆଉଟ୍‌ ବେଳେ ମୃତ୍ୟୁ ମାମଲା ଦିନକୁ ଦିନ ବଢ଼ି ଚାଲିଛି। ଏବେ ହାଇଦ୍ରାବାଦରୁ ସମାନ ଏକ ମାମଲା ସାମ୍ନାକୁ ଆସିଛି। ଏଠାକାର ଆସିଫ୍‌ ନଗର ଥାନାରେ ମୁତୟନ ଜଣେ ପୋଲିସ କନେଷ୍ଟବଳଙ୍କର ଜିମ୍‌ରେ ଏକ୍ସରସାଇଜ୍‌ ସମୟରେ ମୃତ୍ୟୁ ଘଟିଛି।

ସୂଚନା ମୁତାବକ, ବିଶାଳ ନାମକ ଏହି ୨୪ ବର୍ଷୀୟ କନେଷ୍ଟବଳ ଜିମ୍‌ରେ ଏକ୍ସରସାଇଜ୍‌ କରୁଥିଲେ। ଏହି ସମୟରେ ହଠାତ୍‌ ସେ ତଳେ ପଡ଼ି ଯାଇଥିଲେ ଏବଂ କିଛି ସମୟ ପରେ ତାଙ୍କର ମୃତ୍ୟୁ ଘଟିଥିଲା। ଏହି ଘଟଣା ଗୁରୁବାର ସନ୍ଧ୍ୟାର। କୁହାଯାଉଛି କି, ବିଶାଳଙ୍କୁ କାର୍ଡିୟାକ୍‌ ଅରେଷ୍ଟ୍‍ ଆସିଥିଲା। ଜିମ୍‌ରେ ଲାଗିଥିବା ସିସିଟିଭି କ୍ୟାମେରାରେ ଏହି ପୂରା ଘଟଣା କଏଦ ହୋଇଛି।

jim2
photo: aajtak

କନଷ୍ଟେବଳ ବିଶାଳ ବର୍ଷ ୨୦୨୦ ବ୍ୟାଚ୍‌ରେ ସିପାହୀ ପଦ ପ୍ରାପ୍ତ କରିଥିଲେ ଏବଂ ସେ ଆସିଫ୍‌ ନଗର ଥାନାରେ କାର୍ଯ୍ୟରତ ଥିଲେ। ବିଶାଳ ବୋଇନପଲ୍ଲୀରେ ରହୁଥିଲେ। ପ୍ରତିଦିନ ସକାଳେ ସେ ଜିମ୍‌ ଯାଆନ୍ତି ଏବଂ ସେଠାରେ ଓ୍ଵାର୍କ ଆଉଟ୍‌ କରନ୍ତି। କିନ୍ତୁ ଗୁରୁବାର ସନ୍ଧ୍ୟାରେ ଓ୍ଵାର୍କ ଆଉଟ୍‌ ସମୟରେ ହଠାତ୍‌ ସେ ତଳେ ପଡ଼ିଯାଇଥିଲେ।

ତାଙ୍କର ଜିମ୍‌ ବନ୍ଧୁମାନେ ତାଙ୍କୁ ତୁରନ୍ତ ନିକଟସ୍ଥ ହସ୍ପିଟାଲ ନେଇଯାଇଥିଲେ। ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

କହି ରଖୁଛୁ, ଏହା ପୂର୍ବରୁ ମଧ୍ୟ ଉତ୍ତର ପ୍ରଦେଶ ରାଜଧାନୀ ଲକ୍ଷ୍ନୌରେ ଜିମ୍‌ରେ ଓ୍ଵାର୍କ ଆଉଟ୍‌ କରିବା ସମୟରେ ଜଣେ ଡାକ୍ତରଙ୍କର ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ି ଯାଇଥିଲା, ଯାହା ପରେ ତାଙ୍କର ମୃତ୍ୟୁ ଘଟିଥିଲା। ହାର୍ଟ ଆଟାକ୍‌ରେ ତାଙ୍କର ମୃତ୍ୟୁ ଘଟିଥିବା ଡାକ୍ତର ମାନେ ଜଣାଇଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.