ବିଜେପି ସାଂସଦଙ୍କ ବିବାଦୀୟ ବୟାନକୁ ନେଇ ଝଡ଼, ଭିଡିଓ ଭାଇରାଲ

ନୂଆଦିଲ୍ଳୀ : ବିଜେପି ସାଂସଦଙ୍କ ବିବାଦୀୟ ବୟାନକୁ ନେଇ ଆରମ୍ଭ ହୋଇଛି ଝଡ଼ । ସାଂସଦଙ୍କ ବୟାନ ଥିଲା ମଦ ପିଅ, ସିଗାରେଟ୍ ଟାଣ, ତମାଖୁ ଚୋବାଅ, କିନ୍ତୁ ପାଣି ବଞ୍ଚାଅ । ଏଭଳି ବୟାନ ଦେଇ ଚର୍ଚ୍ଚାରେ ମଧ୍ୟପ୍ରଦେଶର ବିଜେପି ସାଂସଦ ଜନାର୍ଦ୍ଦନ ମିଶ୍ର ।

ଜଳ ସଂରକ୍ଷଣ କର୍ମଶାଳାରେ ଯୋଗ ଦେଇ ଅଯଥା ପାଣି ଖର୍ଚ୍ଚ ନକରିବାକୁ ଏପରି ଅଜବ ପରାମର୍ଶ ଦେଇଛନ୍ତି ମଧ୍ୟପ୍ରଦେଶ ରିୱାର ବିଜେପି ସାଂସଦ । କହିଛନ୍ତି ମଦ ପିଅ, ସିଗାରେଟ୍ ଟାଣ, ତମାଖୁ ଚୋବାଅ, ଗଞ୍ଜେଇ ଟାଣ, କୋରେକ୍ସ ପିଅ କିନ୍ତୁ ପାଣିର ମହତ୍ୱ ବୁଝିବାକୁ ଚେଷ୍ଟା କର । ବିଜେପି ସାଂସଦଙ୍କ ଏହି ବୟାନକୁ ନେଇ ବିବାଦ ସୃଷ୍ଟି ହୋଇଛି ।

ଏହି କର୍ମଶାଳା ରିଓ୍ଵାର କ୍ରିସନରାଜ ଅଡିଟୋରିୟମରେ ଅନୁଷ୍ଠିତ ହୋଇଥିଲା । ଏହି ଘଟଣାର ଭିଡିଓ ଭାଇରାଲ ହୋଇଛି । ଶ୍ରୀ ମିଶ୍ରଙ୍କର ଏହା ପ୍ରଥମ ଥର ଭିଡିଓ ନୁହେଁ । ଏପରି ସେ ବହୁବାର ବିବାଦୀୟ ମନ୍ତବ୍ୟ ଦେଇ ଖବରକାଗଜର ପୃଷ୍ଟା ମଣ୍ଡନ କରିଛନ୍ତି । ନିକଟରେ ଶ୍ରୀ ମିଶ୍ର ଏକ ଟଏଲେଟ ସଫା କରୁଥିବାର ଭିଡିଓ ଭାଇରାଲ ହୋଇଥିଲା । ଯାହାକୁ ନେଇ ସେ ଚର୍ଚ୍ଚାରେ ଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.