ବର୍ତ୍ତମାନ ଇଲେକ୍ଟ୍ରି ବିଲ୍କୁ ନେଇ ଲୋକମାନେ ଚିନ୍ତାରେ ଥିବା ବେଳେ ଜଣେ ବ୍ୟକ୍ତିଙ୍କ ବିଜୁଳି ବିଲ୍ ଆସିଛି ୩୪୧୯ କୋଟି। ଆଶ୍ଚର୍ଯ୍ୟ ଲାଗୁଥିଲେ ବି କଥାଟି ପୂରା ସତ। ମଧ୍ୟ ପ୍ରଦେଶର ଗ୍ଵାଲିୟରରେ ସାମ୍ନାକୁ ଆସିଛି ଏଭଳି ଘଟଣା। ତେବେ ସବୁଠୁ ଦୁଃଖର କଥା ହେଉଛି ଏହି ବିଲ୍ ପାଇବା ପରେ ଘରର ମାଲିକଙ୍କ ସମେତ ଅନ୍ୟ ସଦସ୍ୟଙ୍କ ଅବସ୍ଥା ଗୁରୁତର ହୋଇଛି। ସମସ୍ତଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିବାରୁ ସେମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।
ରିପୋର୍ଟ ମୁତାବକ, ଗ୍ଵାଲିୟରର ପ୍ରିୟଙ୍କା ଗୁପ୍ତାଙ୍କ ନାଁରେ ଏହି ଇଲେକ୍ଟ୍ରିକ୍ ବିଲ୍ ଆସିଛି। ପ୍ରିୟଙ୍କା ହାଉସ୍ ଓ୍ଵାଇଫ୍ ହୋଇଥିବା ବେଳେ ତାଙ୍କ ସ୍ୱାମୀ ସଞ୍ଜୀବ ଜଣେ ଓକିଲ। ସଞ୍ଜୀବଙ୍କ ମୁତାବକ, ବିଜୁଳି ବିଲ୍ ଦେଖି ତାଙ୍କ ପତ୍ନୀଙ୍କ ବ୍ଲଡ ପ୍ରେସର ବଢ଼ିଯାଇଛି। ସେହିପରି ତାଙ୍କ ଶ୍ୱଶୁର ଜଣେ ହାର୍ଟ ରୋଗୀ। ତାଙ୍କୁ ଶକ୍ତ ଧକ୍କା ଲାଗିଥିଲା। ଫଳରେ ସେ ହସ୍ପିଟାଲରେ ଆଡମିଟ୍ ହୋଇଛନ୍ତି। ତେବେ ଏହି ଘଟଣା ଜଣାପଡ଼ିବା ପରେ ବିଭାଗ ପକ୍ଷରୁ ଭୁଲ ସୁଧୁରାଯାଇଛି। ବିଜୁଳି ବିଭାଗ ପ୍ରିୟଙ୍କାଙ୍କୁ ଠିକ୍ ବିଲ୍ ପଠାଇଥିବା ଜଣାଯାଇଛି।
ସୂଚନାଯୋଗ୍ୟ ଯେ ପ୍ରକୃତ ବିଲ୍ ୧୩୦୦ ଟଙ୍କାର ଥିଲା। ବିଜୁଳି ବିଭାଗ ପକ୍ଷରୁ ମେସେଜ୍ରେ ଆସିଥିବା ଏହି ଭୁଲ ବିଜୁଳି ବିଲ୍ ଯୋଗୁ ପରିବାରକୁ ବେଶ୍ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିଛି। ଏହି ବିଲ୍ର ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି।
Rs 3400 Crore Electric Billl: ग्वालियर में उपभोक्ता को थमाया 3400 कराेड़ का बिजली बिल, अफसराें पर गिरी गाजhttps://t.co/CEqXX63aF8
— NaiDunia (@Nai_Dunia) July 27, 2022
ଏ ନେଇ ଜଣାପଡ଼ିବା ପରେ ବିଜୁଳି ବିଭାଗ ପକ୍ଷରୁ ସମ୍ପୃକ୍ତ ପରିବାରକୁ କ୍ଷମା ପ୍ରାର୍ଥନା କରାଯାଇଛି। ବିଭାଗ କହିଛି ଯେ ଏହା ଏକ ହ୍ୟୁମାନ ଏରର ଓ ଏ ନେଇ ସମ୍ପୃକ୍ତ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ମଧ୍ୟ ଗ୍ରହଣ କରାଯାଇଛି। ସହାୟକ ରାଜସ୍ୱ ଅଧିକାରୀଙ୍କୁ ସସ୍ପେଣ୍ଡ୍ କରାଯାଇଛି ଓ ଜୁନିୟର ଇଞ୍ଜିନିୟରଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କରାଯାଇଛି ବୋଲି ବିଭାଗ କହିଛି।
Also Read: ଅନ୍ତିମ ସଂସ୍କାର ବେଳେ ଅଚାନକ ମୁହାଁମୁହିଁ ହେଲେ ଲୋକେ, ଶୋକ କରୁଥିବା ଲୋକଙ୍କର ହେଲା ଏମିତି ଅବସ୍ଥା