ଦିଲ୍ଲୀରେ ବଙ୍ଗଳାକୁ ନେଇ ବିବାଦ, ୧୫ଶ ଶତାବ୍ଦୀର ସ୍ମାରକୀ ଭାଙ୍ଗି IAS ତିଆରି କରିଛନ୍ତି ନିଜର ବିଳାସପୂର୍ଣ୍ଣ ଆବାସ
ରାହୁଲ ଗାନ୍ଧୀଙ୍କ ବଙ୍ଗଳା ପରେ ସିଏମ୍ ଅରବିନ୍ଦ କେଜ୍ରିୱାଲଙ୍କ ବଙ୍ଗଳାକୁ ନେଇ ବିବାଦ ଚାଲିଥିବା ବେଳେ ଏବେ ଦିଲ୍ଲୀ ଜଳବୋର୍ଡର ପୂର୍ବତନ ସିଇଓ ଉଦିତ ପ୍ରକାଶଙ୍କ ବଙ୍ଗଳାକୁ ନେଇ ଆଉ ଏକ ବିବାଦ ସୃଷ୍ଟି ହୋଇଛି।
ରାହୁଲ ଗାନ୍ଧୀଙ୍କ ବଙ୍ଗଳା ପରେ ସିଏମ୍ ଅରବିନ୍ଦ କେଜ୍ରିୱାଲଙ୍କ ବଙ୍ଗଳାକୁ ନେଇ ବିବାଦ ଚାଲିଥିବା ବେଳେ ଏବେ ଦିଲ୍ଲୀ ଜଳବୋର୍ଡର ପୂର୍ବତନ ସିଇଓ ଉଦିତ ପ୍ରକାଶଙ୍କ ବଙ୍ଗଳାକୁ ନେଇ ଆଉ ଏକ ବିବାଦ ସୃଷ୍ଟି ହୋଇଛି। ଅଭିଯୋଗ ରହିଛି, ସ୍ମାରକୀ ଭାଙ୍ଗି ଏହି ବଙ୍ଗଳା ନିର୍ମାଣ କରାଯାଇଛି।
ଅଭିଯୋଗ ମୁତାବକ, ଆଇଏଏସ୍ ଉଦିତ ପ୍ରକାଶ ଯେତେବେଳେ ଦିଲ୍ଲୀ ଜଳବୋର୍ଡର ସିଇଓ ଥିଲେ, ସେତେବେଳେ ସେ ୧୫ଶ ଶତାବ୍ଦୀର ଏକ ସ୍ମାରକୀ ଭାଙ୍ଗି ସେହି ସ୍ଥାନରେ ଏକ ଆଲିସାନ୍ ବଙ୍ଗଳା ନିର୍ମାଣ କରିଥିଲେ। ସେପଟେ ମିଜୋରାମରେ ପୋଷ୍ଟିଂ ହେବା ସତ୍ତ୍ୱେ ସେ ଆଜି ମଧ୍ୟ ଏହି ବଙ୍ଗଳାକୁ ନିଜ ଅଧୀନରେ ରଖିଛନ୍ତି।
ଘଟଣାର ଖୁଲାସା ହେବା ପରେ ଦିଲ୍ଲୀ ସରକାରଙ୍କ ଭିଜିଲାନ୍ସ ବିଭାଗ ଆଇଏଏସ୍ ଉଦିତ ପ୍ରକାଶଙ୍କୁ ନୋଟିସ ଜାରି କରିଛି। ସେପଟେ ବିଜେପି ମଧ୍ୟ ଏହି ମାମଲାରେ ଅରବିନ୍ଦ କେଜ୍ରିୱାଲ ସରକାରଙ୍କୁ ଟାଣି ଉପ ରାଜ୍ୟପାଳ ବିନୟ କୁମାର ସକ୍ସେନାଙ୍କୁ ଚିଠି ଲେଖିଛି।
ଏହି ମାମଲାରେ ଉଚ୍ଚ ସ୍ତରୀୟ ତଦନ୍ତ କରି ଦାୟିତ୍ୱରେ ଥିବା ତତ୍କାଳୀନ ମନ୍ତ୍ରୀ ସତ୍ୟେନ୍ଦ୍ର ଜୈନଙ୍କ ଭୂମିକା ମଧ୍ୟ ଯାଞ୍ଚ କରିବାକୁ ଦାବି କରାଯାଇଛି। ଦିଲ୍ଲୀ ବିଜେପି ଅଧ୍ୟକ୍ଷ ବିରେନ୍ଦ୍ର ସଚ୍ଚଦେବା ଏଲଜିଙ୍କୁ ଲେଖିଥିବା ଚିଠିରେ ଅଭିଯୋଗ କରିଛନ୍ତି ଯେ ୬୦୦ ବର୍ଗ ମିଟର ଅଞ୍ଚଳରେ ନିର୍ମିତ ଏହି ବଙ୍ଗଳା ଜଳ ବିହାରରେ ରହିଛି ଏବଂ ଏହା ଭାରତୀୟ ପ୍ରତ୍ନତତ୍ତ୍ୱ ସର୍ବେକ୍ଷଣ ଦ୍ୱାରା ସୁରକ୍ଷିତ ଅଛି।
ସେ ଆହୁରି ମଧ୍ୟ ଅଭିଯୋଗ କରିଛନ୍ତି ଯେ କରୋନା କାଳ ୨୦୨୦-୨୦୨୧ରେ ଯେତେବେଳେ ଲୋକମାନେ ନିଜ ଘରେ ଲୁଚି ରହିଥିଲେ, ସେହି ସମୟ ମଧ୍ୟରେ ଆମ୍ ଆଦମୀ ପାର୍ଟି ସରକାର ଏହି ବଙ୍ଗଳା ପାଇଁ କେବଳ ୧୫ କୋଟି ଟଙ୍କାର ବଜେଟ୍ ଜାରି କରି ନ ଥିଲେ, ବରଂ ଯୁଦ୍ଧକାଳୀନ ଭିତ୍ତିରେ ଏହାକୁ ନିର୍ମାଣ ମଧ୍ୟ କରାଯାଇଥିଲା।
ଘଟଣା ସାମ୍ନାକୁ ଆସିବା ପରେ ଭିଜିଲାନ୍ସ ବିଭାଗ ଯେତେବେଳେ ଏହାର ତଦନ୍ତ କରିଥିଲା, ତ ଜଣାପଡିଥିଲା କି, ଦିଲ୍ଲୀ ଜଳବୋର୍ଡ ଆନୁଷ୍ଠାନିକ ଭାବରେ ଏହି ପୂରା ପରିସରକୁ ASIକୁ ହସ୍ତାନ୍ତର କରିଛି, କିନ୍ତୁ ଜଳବୋର୍ଡର ତତ୍କାଳୀନ ସିଇଓ ଏହାକୁ ଭୌତିକ ଭାବେ ASIକୁ ହସ୍ତାନ୍ତର କରିନାହାନ୍ତି।