ପତ୍ନୀ ଓ ପୁଅକୁ ଗୁଳିକରି ହତ୍ୟା କଲା ସବ୍‌ ଇନ୍ସପେକ୍ଟର ସ୍ୱାମୀ

ପଞ୍ଜାବର ଗୁରୁଦାସପୁରରେ ଜଣେ ପୋଲିସ ସବ୍‌ ଇନ୍‌ସ୍ପେକ୍ଟର ପତ୍ନୀ ଓ ପୁଅକୁ ନିଜ ସର୍ଭିସ ରିଭଲଭରକୁ ଗୁଜି କରି ହତ୍ୟା କରିଛନ୍ତି । ଏପରିକି ନିଜ ପୋଷା କୁକୁରକୁ ମଧ୍ୟ ଛାଡି ନାହାଁନ୍ତି ଉକ୍ତ ପୋଲିସ । ପତ୍ନୀ ଓ ପୁଅକୁ ହତ୍ୟା କରିବା ପରେ ନିଜ ପୋଷା କୁକୁରକୁ ମଧ୍ୟ ଗୁଳିମାରି ହତ୍ୟା କରିଥିଲେ । ଏଭଳି ଅଭାବନୀୟ ଘଟଣା ଘଟିଛି ପଞ୍ଜାବ ଗୁରୁଦାସପୁରରେ ।

ଚଣ୍ଡୀଗଡ଼ : ପଞ୍ଜାବର ଗୁରୁଦାସପୁରରେ ଜଣେ ପୋଲିସ ସବ୍‌ ଇନ୍‌ସ୍ପେକ୍ଟର ପତ୍ନୀ ଓ ପୁଅକୁ ନିଜ ସର୍ଭିସ ରିଭଲଭରକୁ ଗୁଜି କରି ହତ୍ୟା କରିଛନ୍ତି । ଏପରିକି ନିଜ ପୋଷା କୁକୁରକୁ ମଧ୍ୟ ଛାଡି ନାହାଁନ୍ତି ଉକ୍ତ ପୋଲିସ । ପତ୍ନୀ ଓ ପୁଅକୁ ହତ୍ୟା କରିବା ପରେ ନିଜ ପୋଷା କୁକୁରକୁ ମଧ୍ୟ ଗୁଳିମାରି ହତ୍ୟା କରିଥିଲେ । ଏଭଳି ଅଭାବନୀୟ ଘଟଣା ଘଟିଛି ପଞ୍ଜାବ ଗୁରୁଦାସପୁରରେ ।

ଭୁପିନ୍ଦର ସିଂହ ନାମକ ଏହି ସବ ଇନସ୍ପେକ୍ଟର ଜଣକ ଅମ୍ରିତସରରେ ପୋଷ୍ଟିଂ ହୋଇଥିଲେ । ହେଲେ ପତ୍ନୀ ବଲଜିତ କୌର(୪୦) ଏବଂ ପୁଅ ଲଭପ୍ରୀତ ସିଂହ(୧୯)ଙ୍କୁ ଭୁପିନ୍ଦର ହତ୍ୟା କରିବା ପରେ ନିଜ ପୋଷା କୁକୁରକୁ ମଧ୍ୟ ଗୁଳି କରି ହତ୍ୟା କରିଥିଲେ ।

ଭୁପିନ୍ଦର କ’ଣ ପାଇଁ ଏପରି କଲେ ତାହାର କାରଣ ଜଣାପଡିନାହିଁ । ପୋଲିସ ତଦନ୍ତ ଜାରି ରହିଛି । ଗୁରୁଦାସପୁର ପୋଲିସ ମୃଦଦେହ ପୋଷ୍ଟମର୍ଟମ ପାଇଁ ପଠାଇ ତଦନ୍ତ ଜାରି ରହିଛି । ଅଭିଯୁକ୍ତ ବୁବଲି ଗ୍ରାମରୁ ଜଣେ ଯୁବତୀକୁ ଅପହରଣ କରିନେଇଥିଲେ ।

ଯିଏକି ଏହି ହତ୍ୟାର ପ୍ରତ୍ୟେକ୍ଷଦର୍ଶୀ ଥିଲେ । ପୋଲିସ ଉକ୍ତ ଯୁବତୀକୁ ଉଦ୍ଧାର କରି ମେଡିକାଲ ଚେକ୍‌ ଅପ୍‌ ପାଇଁ ପଠାଇଛି । ପୋଲିସ ଅଭିଯୁକ୍ତର ଗିରଫ ପାଇଁ ଏକ ଟିମ ଗଠନ କରିବା ସହ ନିକଟରେ ଥିବା ସିସିଟିଭି କ୍ୟାମେରା ଯାଞ୍ଚ କରୁଛି ।