ବୈଠକରେ ଖାକି ପୋଷାକ ଫାଡିଦେଲେ ପୋଲିସ ଇନ୍ସପେକ୍ଟର, ଭାଇରଲ ହେଉଛି ପୁରୁଣା ଭିଡିଓ

ମଧ୍ୟପ୍ରଦେଶର ସିଙ୍ଗରୋଲୀରେ ଜଣେ ପୋଲିସ କର୍ମୀ ଖାକି ପୋଷାକକୁ ଚିରୁଥିବାର ଭିଡିଓ ଭାଇରଲ ହେବାରେ ଲାଗିଛି । ଲୋକ ଏହି ଭିଡିଓକୁ ଦେଖି ଲୋକ ବିଭିନ୍ନ ପ୍ରକାରର କମେଣ୍ଟ ଦେଉଛନ୍ତି । ଏହାକୁ ସେୟାର କରି ବିଜେପିକୁ ଟାଗେର୍ଟ କରିଛି କଂଗ୍ରେସ ।

ଖବର ମୁତାବକ, ଗତ ଫେବୃଆରୀରେ ସିଙ୍ଗରୋଲୀର ବେଢନ ଥାନାରେ ଏକ ବୈଠକରେ ବିଜେପିର ଜଣେ ନେତାଙ୍କ ସ୍ୱାମୀ ସହିତ ଯୁକ୍ତିତର୍କ ପରେ ଖାକି ପୋଷାକକୁ ଫାଡିଦେଇଥିଲେ ସବ୍‌ ଇନ୍ସପେକ୍ଟର ବିନୋଦ ମିଶ୍ରା । ଏହି ମାମଲାରେ ବିନୋଦ ମିଶ୍ରାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ମଧ୍ୟ ହୋଇଥିଲା । ହେଲେ ଏବେ କଂଗ୍ରେସ ଏହି ଭିଡିଓକୁ ଭାଇରଲ କରି ରାଜ୍ୟ ପୋଲିସ ବ୍ୟବସ୍ଥା ସ୍ତର ଶୂନ୍ୟ ହୋଇଯାଇଛି । ଅପରାଧ ଅନିୟନ୍ତ୍ରିତ ହୋଇଥିବା ବେଳେ ଅପରାଧୀ ଖୁଲମଖୁଲା ବୁଲୁଛନ୍ତି । ପୋଲିସ ମଧ୍ୟ ଅସହାୟ ହୋଇପଡିଛି ବୋଲି କଂଗ୍ରେସ କହିଛନ୍ତି ।

କଂଗ୍ରେସ ଆହୁରି ମଧ୍ୟ କହିଛି, ବିଜେପି ନେତାଙ୍କ ଚାପରେ ଜଣେ ପୋଲିସକର୍ମୀ ଏତେ ମାତ୍ରାରେ ହତାଶ ହୋଇଛନ୍ତି ଯେ, ସେ ନିଜର ଖାକି ପୋଷାକ ଫାଡିଦେଇଛନ୍ତି । ମୁଖ୍ୟମନ୍ତ୍ରୀ ମୋହନ ଯାଦବଙ୍କ ଶାସନରେ ଗୃହ ବିଭାଗର ଅବସ୍ଥା ଶୋଚନୀୟ ହୋଇପଡିଛି ।

ସେପଟେ ବିଜେପି ନେତାଙ୍କ ସ୍ୱାମୀ କହିଛନ୍ତି, ଏହି ବିବାଦ ଏକ ନାଳ ନିର୍ମାଣକୁ ନେଇଥିଲା । ସେ କେବଳ ପୋଲିସ ଇନ୍ସପେକ୍ଟରକଙ୍କୁ ଏତିକି କହିଥିଲେ କି, ଯଦି ସେ ଏଠାରେ ବେଶି କିଛି କହିଥିଲେ, ତେବେ ତାଙ୍କ ପୋଷାକ ଫାଡିଦେବି । ତେବେ ଏହି ମାମଲାରେ ମିଶ୍ରା କହିଛନ୍ତି, ବିଜେପି ନେତାଙ୍କ ସ୍ୱାମୀ ଥାନା ଅଧିକାରୀଙ୍କ ସମ୍ମୁଖରେ ଖାକି ପୋଷାକ ଫାଡିବା ଏବଂ ଚାକିରିରୁ ବିଦା କରିବା ପାଇଁ ଧମକ ଦେଇଥିଲେ । ସେଥିପାଇଁ ନିଜକୁ ଅପମାନିତ ଅନୁଭବ କରି ମୁଁ ନିଜ ପୋଷାକ ଫାଡିଥିଲି । ମୋତେ ଏମିତି ପ୍ରତିକ୍ରିୟା ଦେବାର ନଥିଲା । ଏହି ମାମଲାରେ ବିନୋଦ ମିଶ୍ରାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ମଧ୍ୟ ହୋଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
You might also like