କରମଣ୍ଡଳ ଟ୍ରେନ ଟ୍ରାଜେଡି : ଦୁର୍ଘଟଣା ସ୍ଥଳକୁ ଆସିବେ ମୋଦି, କଟକ ଆସି ଆହତଙ୍କୁ ଭେଟିପାରନ୍ତି !

ଓଡ଼ିଶାର ବାଲେଶ୍ୱର ବାହାନଗାରେ ଘଟିଥିବା ଭୟଙ୍କର ରେଳ ଦୁର୍ଘଟଣା ସ୍ଥଳକୁ ଆସିବେ ମୋଦି । ଦୁର୍ଘଟଣା ସ୍ଥଳ ପରିଦର୍ଶନ କରିବା ପରେ ଆହତଙ୍କୁ ଭେଟିବାକୁ କଟକ ବଡ ମେଡିକାଲ ଆସିବେ ବୋଲି ଖବର ମିଳିଛି ।

ଓଡ଼ିଶାର ବାଲେଶ୍ୱର ବାହାନଗାରେ ଘଟିଥିବା ଭୟଙ୍କର ରେଳ ଦୁର୍ଘଟଣା ସ୍ଥଳକୁ ଆସିବେ ମୋଦି । ଦୁର୍ଘଟଣା ସ୍ଥଳ ପରିଦର୍ଶନ କରିବା ପରେ ଆହତଙ୍କୁ ଭେଟିବାକୁ କଟକ ବଡ ମେଡିକାଲ ଆସିବେ ବୋଲି ଖବର ମିଳିଛି । ଆଜି ସନ୍ଧ୍ୟାରେ ମୋଦି ଆସିପାରନ୍ତି ବୋଲି ଖବର ମିଳିଛି ।

ଓଡ଼ିଶାର ବାଲେଶ୍ୱର ବାହାନଗାରେ ଘଟିଥିବା ଭୟଙ୍କର ରେଳ ଦୁର୍ଘଟଣାର ବର୍ତ୍ତମାନ ସୁଦ୍ଧା ୨୩୮ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଆହତଙ୍କ ସଂଖ୍ୟା ୧୦୦୦ରେ ପହଞ୍ଚି ଯାଇଛି । ବେଙ୍ଗାଲୁରୁ-ହାଓ୍ଵଡା ସୁପରଫାଷ୍ଟ ଏକ୍ସପ୍ରେସ, ଶାଲିମାର-ଚେନ୍ନାଇ ସେଣ୍ଟ୍ରାଲ କରମଣ୍ଡଳ ଏକ୍ସପ୍ରେସ ଏବଂ ମାଲବାହୀ ଟ୍ରେନ ଧକ୍କା ହୋଇଛି । ଘଟଣା ସ୍ଥଳରେ ଏନଡିଆରଏଫ ଟିମର ସଦସ୍ୟମାନେ ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି । ଆହତଙ୍କୁ ବିଭିନ୍ନ ହସ୍ପିଟାଲକୁ ସ୍ଥାନାନ୍ତର କରି ଚିକିତ୍ସା କରାଯାଉଛି ।

ଖବର ମୁତାବକ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓଡ଼ିଶା ଆସିପାରନ୍ତି । ମୋଦି ବାଲେଶ୍ୱର ଗସ୍ତରେ ଆସି ବାହାନଗାର ଟ୍ରେନ ଦୁର୍ଘଟଣା ସ୍ଥଳ ପରିଦର୍ଶନ କରିବା ସହିତ କଟକ ଗସ୍ତ କରି ଏସବିସିରେ ଚିକିତ୍ସିତ ହେଉଥିବା ଆହତ ଯାତ୍ରୀଙ୍କ ସହିତ ସମସ୍ୟା ବୁଝିବେ ବୋଲି ସୂଚନା ମିଳିଛି ।

ସରକାରଙ୍କ ପକ୍ଷରୁ ମୃତକଙ୍କ ପାଇଁ କେନ୍ଦ୍ର ସରକାର ୨ ଲକ୍ଷ ଟଙ୍କାର ସହାୟତା ରାଶି ଘୋଷଣା କରିଥିବା ବେଳେ ରେଳ ମନ୍ତ୍ରଣାଳୟ ପକ୍ଷରୁ ୧୦ ଲକ୍ଷ ଟଙ୍କାର ସହାୟତା ରାଶି ଘୋଷଣା କରାଯାଇଛି । ୧୨ ଘଣ୍ଟା ହେଲାଣି ରେସକ୍ୟୁ ଅପରେସନ ଜାରି ରହିଛି ।

Leave A Reply

Your email address will not be published.