ଦେଶରେ ୪୦ ଲକ୍ଷ ପାର ହେଲା କରୋନା ଆକ୍ରାନ୍ତ ସଂଖ୍ୟା, ୭୦ ହଜାର ଛୁଇଁବ ମୃତ୍ୟୁସଂଖ୍ୟା

ଆଜିର ନୂଆ ଆକ୍ରାନ୍ତଙ୍କୁ ମିଶାଇ ଭାରତରେ କୋଭିଡ ସଂକ୍ରମିତଙ୍କ ସଂଖ୍ୟା ୪୦ ଲକ୍ଷ ପାର କରିସାରିଛି । ୩୦ ଲକ୍ଷରୁ ୪୦ ଲକ୍ଷ ଛୁଇଁବା ପାଇଁ ୧୩
ଦିନର ସମୟ ଲାଗିଥିବା ଜଣାଯାଇଛି । ଅର୍ଥ ଗତ ୧୩ ଦିନ ଭିତରେ ପାଖାପାଖି ୧୦ଲକ୍ଷ ମାମଲା ସାମ୍ନାକୁ ଆସିଛି । କିନ୍ତୁ ଆଶ୍ଵସ୍ତିକର ବିଷୟ ଯେ, ଦେଶରେ ସୁସ୍ଥସଂଖ୍ୟା ବି ଦିନ କୁ ଦିନ ବଢ଼ିବାରେ ଲାଗିଛି । ଏହାବାଦ ଏହି ସଂଖ୍ୟା ୩୧ ଲକ୍ଷ ପାର କରିସାରିଲାଣି । କହିରଖିବା ଉଚିତ ହେବକି, କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ତରଫରୁ ପ୍ରକାଶ ପାଇଥିବା ତଥ୍ୟ ଅନୁଯାୟୀ, ଶନିବାର ଦେଶରେ ୮୬ ହଜାର ୪୩୨ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଜନସ ହପିକିନ୍ସ ବିଶ୍ୱବିଦ୍ୟାଳୟ ତରଫରୁ ଜାରି ହୋଇଥିବା ରିପୋର୍ଟ ଅନୁଯାୟୀ ଉଭୟ ସଂକ୍ରମିତ ଓ ମୃତ୍ୟୁ ତାଲିକାରେ ବିଶ୍ୱରେ ଆମେରିକା ଓ ବ୍ରାଜିଲ ପରେ ଭାରତ ତୃତୀୟ ସ୍ଥାନରେ ରହିଛି ।

ଯେବେକି ଗତ ୨୪ ଘଣ୍ଟା ଭିତରେ ୧୦୮୯ ଜଣଙ୍କ ଜୀବନ ନେଇଛି ଏହି ମାରାତ୍ମକ କରୋନା ଭାଇରସ । ଏହାକୁ ମିଶାଇ ମୃତକଙ୍କ ସଂଖ୍ୟା ୬୯ ହଜାର ୫୬୧ ଛୁଇଁଲାଣି । ମୋଟ ଭାବରେ ଦେଖିବାକୁ ଗଲେ ଦେଶରେ ସଂକ୍ରମିତ ସଂଖ୍ୟା ୪୦ ଲକ୍ଷ ୨୩ ହଜାର ୧୭୯ ଛୁଇଁଛି । ଯାହା ମଧ୍ୟରୁ ୮ ଲକ୍ଷ ୪୬ ହଜାର ୩୯୫ ଜଣଙ୍କ ଉପଚାର ଚାଲିଥିବା ବେଳେ ୩୧ ଲକ୍ଷ ୭ ହଜାର ୨୨୩ ଜଣ ସୁସ୍ଥ ହୋଇ ଫେରିଛନ୍ତି । ସ୍ୱାସ୍ଥ୍ୟ ମନ୍ତ୍ରାଳୟ ତରଫରୁ ଜାରି ହୋଇଥିବା ଆଉ ଏକ ରିପୋର୍ଟ ଅନୁଯାୟୀ, ଦେଶରେ ସୁସ୍ଥତା ହାର ବୃଦ୍ଧି ପାଇ ୭୭.୨୩ ପ୍ରତିଶତରେ ପହଁଚିଥିବା ବେଳେ ମୃତ୍ୟୁହାର ହ୍ରାସ ପାଇ ୧.୭୩ ପ୍ରତିଶତ ଛୁଇଁଛି । ଯେବେକି ୨୧.୦୪ ପ୍ରତିଶତ ରୋଗୀଙ୍କର ଏବେ ବି ଚିକିତ୍ସା ଚାଲିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.