ଦେଶ ବିଦେଶ

ଚୀନ୍‌, ଜର୍ମାନୀ ଓ ବ୍ରିଟେନରେ କରୋନାର ନୂଆ ଲହର: ନୂଆ ଲକ୍‌ଡାଉନ୍‌ ନିୟମ ଲାଗୁ

ପୁଣି ଭୟ ବଢାଇଲା କରୋନା। ଚୀନ୍‌, ଜର୍ମାନୀ ଓ ବ୍ରିଟେନରେ କରୋନାର ନୂଆ ଲହର ଦେଖିବାକୁ ମିଳୁଛି। ସଂକ୍ରମଣ ବଢିବା ଯୋଗୁ ଚୀନ୍‌ ୯ ନିୟୁତ ଲୋକ ବସବାସ କରୁଥିବା ଚାଙ୍ଗଚୁନ୍‌ ସମେତ ଅନ୍ୟ କେତେକ ସହରରେ ଲକ୍‌ଡାଉନ୍‌ ଲାଗୁ କରିଛି। କରୋନା ଚେନରେ ବ୍ରେକ୍‌ ଲଗାଇବାକୁ ଚାଙ୍ଗଚୁନ୍‌ ସମେତ ଅନ୍ୟ କେତେକ ସହରରେ ଲକ୍‌ଡାଉନ୍‌ ଲାଗୁ କରିଛି।

ନୂଆ ଲକ୍‌ଡାଉନ୍‌ ନିୟମ ଅନୁସାରେ ପରିବାରର ସବୁ ସଦସ୍ୟଙ୍କୁ ଘରେ ରହିବାକୁ କୁହାଯାଇଛି। ପରିବାରର କେବଳ ଜଣେ ସଦସ୍ୟ ପ୍ରତି ଦୁଇ ଦିନରେ ଥରେ ବାହାରକୁ ଖାଦ୍ୟ ଓ ଅନ୍ୟାନ୍ୟ ଅତ୍ୟାବଶ୍ୟକ ସାମଗ୍ରୀ କିଣିବାକୁ ଯାଇପାରିବେ। ଜର୍ମାନୀ ଓ ବ୍ରିଟେନରେ ବି ସଂକ୍ରମଣ ବୃଦ୍ଧି ପାଇଛି। ମାର୍ଚ୍ଚ ମାସରେ ଦୈନିକ ସଂକ୍ରମଣ ହତାଠ୍‌ ବୃଦ୍ଧି ପାଇଛି। ଫଳରେ ହସ୍ପିଟାଲ ଗୁଡିକରେ ରୋଗୀ ସଂଖ୍ୟା ବୃଦ୍ଧି ପାଇଛି।

ଚୀନ୍‌ରେ ଶନିବାର ୩ହଜାର ୩୦୦ରୁ ଅଧିକ ନୂତନ କୋଭିଡ୍‌-୧୯ ସଂକ୍ରମଣ ରିପୋର୍ଟ ହୋଇଛି। ଗତ ୨ ବର୍ଷାରେ ଏହା ସର୍ବାଧିକ ମହାମାରୀ। ଚୀନ୍‌ରେ ୧ହଜାର ୮୦୭ ସ୍ଥାନୀୟ ସଂକ୍ରମଣ ରିପୋର୍ଟ ହୋଇଥିବାବେଳେ ୧ହଜାର ୩୧୫ଜଣ ସଂକ୍ରମିତଙ୍କଠାରେ କୌଣସି ଲକ୍ଷଣ ନାହିଁ ବୋଲି ଜାତୀୟ ସ୍ୱାସ୍ଥ୍ୟ ଆୟୋଗ ପ୍ରକାଶ କରିଛି। ଦେଶରେ ୨୦୦ରୁ ଅଧିକ ବ୍ୟକ୍ତି ବାହାର ଦେଶରୁ ସଂକ୍ରମିତ ହୋଇ ଆସିଛନ୍ତି।

Sonalisa

Recent Posts

୭୫ ବର୍ଷ ବୟସରେ ତିନିଚକିଆ ଗାଡିରେ ଘର ଘର ବୁଲି ପରିବା ବିକୁଛନ୍ତି ଦିବ୍ୟାଙ୍ଗ

ସୋରଡା (କେନ୍ୟୁଜ) : ଏଇ ବୋଧେ ଜୀବନ । ଆଉ ଏ ଜୀବନରେ ଇଏ ବୋଧେ ସଂଘର୍ଷ । ତିନି…

6 mins ago

ତାତି ନେଉଛି ଜୀବନ, ଗ୍ରୀଷ୍ମ ପ୍ରବାହ ଯୋଗୁଁ ଦିଲ୍ଲୀରେ ୧୯୨ ଜଣଙ୍କ ମୃତ୍ୟୁ

ନୂଆଦିଲ୍ଲୀ : ତାତି ନେଉଛି ଜୀବନ । ପ୍ରବଳ ଗ୍ରୀଷ୍ମ ପ୍ରବାହ ଯୋଗୁଁ ଦିଲ୍ଲୀରେ ୧୯୨ ଜଣଙ୍କ ମୃତ୍ୟୁ ହୋଇଥିବା…

7 mins ago

ତିନି ଦିନ ମଧ୍ୟରେ ୩ ଜଣଙ୍କୁ ମାରିଦେଲା ନାବାଳକ

ଭଦ୍ରକ: ତିନି ଦିନରେ ନେଇଛି ୩ ଜୀବନ । ଗୋଟିଏ ପରେ ଗୋଟିଏ ଜୀବନ ନେଇଛି ଅଭିଯୁକ୍ତ ନାବାଳକ ।…

51 mins ago

ବନ୍ଦ ହେଲା ପ୍ରିୟଙ୍କା ଚୋପ୍ରାଙ୍କ ରେଷ୍ଟୁରାଣ୍ଟ, ପାର୍ଟନରସିପ୍ ସରିବା ପରେ ହେଲା ଖରାପ ଅବସ୍ଥା

ପ୍ରିୟଙ୍କା ଚୋପ୍ରା କେବଳ ଜଣେ ମହାନ ଅଭିନେତ୍ରୀ, ଗାୟକ ଏବଂ ଲେଖକ ନୁହଁନ୍ତି, ସେ ଜଣେ ଭଲ ବ୍ୟବସାୟୀ ମଧ୍ୟ…

54 mins ago

କୋଣାର୍କ ବାଲୁଖଣ୍ଡ ଅଭୟାରଣ୍ୟକୁ ଆସିବା ପରେ ଖୁସିରେ ଡିଆଁ ମାରିଲେ ବିରଳ କୃଷ୍ଣସାର ମୃଗ

ଗୋପ (କେନ୍ୟୁଜ): କୋଣାର୍କ ବାଲୁଖଣ୍ଡ ଅଭୟାରଣ୍ୟକୁ ଆସିଲେ ବିରଳ ୧୦ କୃଷ୍ଣସାର ମୃଗ । ବନବିଭାଗ ପକ୍ଷରୁ ବିରଳ କୃଷ୍ଣସାର…

1 hour ago

ଆସନ୍ତାକାଲି ପାଇଁ ଓଡିଶାର ସମସ୍ତ ସ୍କୁଲ ସକାଳୁଆ, ୨୨ ତାରିଖରୁ ସ୍ୱାଭାବିକ ହେବ କ୍ଲାସ

କେନ୍ୟୁଜ (ବ୍ୟୁରୋ) : ଆଉ ଦିନକ ପାଇଁ ବଢ଼ିଲା ସକାଳୁଆ ସ୍କୁଲ । ଆସନ୍ତାକାଲି ସକାଳ ୬ଟା ୩୦ ରୁ…

1 hour ago