ଦେଶ ବିଦେଶ

ହୋଇପାରେ ଲକ୍‌ଡାଉନ୍‌! ଦ୍ରୁତ ବେଗରେ ମାଡ଼ି ଚାଲିଛି କରୋନା, ସପ୍ତାହେ ଭିତରେ ଦୁଇ ଗୁଣ ହେଲାଣି ସଂକ୍ରମଣ

ପୁଣିଥରେ ଦେଶରେ ବଢ଼ି ଚାଲିଛି କରୋନା ସଂକ୍ରମଣ। ଗତ ସପ୍ତାହେ ମଧ୍ୟରେ କରୋନା ମାମଲା ଦୁଇ ଗୁଣିତ ହୋଇଯାଇଛି। ଦେଶର ୧୨ଟି ରାଜ୍ୟରେ ସଂକ୍ରମଣ ହୁ ହୁ ହୋଇ ବଢ଼ୁଛି। ଏଥିରେ ରାଜଧାନୀ ଦିଲ୍ଲୀ, ଉତ୍ତର ପ୍ରଦେଶର କେତେକ ସହର ମଧ୍ୟ ରହିଛି। ଏବେ ଭାରତରେ ସଂକ୍ରମଣ ହାର ୦.୮୪ ପ୍ରତିଶତ ରହିଛି। ସେହିପରି ଆକ୍ଟିଭ୍‌ କେସ୍‌ ସଂଖ୍ୟା ୧୬ ହଜାର ୫୨୨ ହୋଇଛି।

ଦେଶରେ କରୋନା ମାମଲା କେତେ ଦ୍ରୁତ ଗତିରେ ବଢ଼ିଚାଲିଛି, ତାହା ଏହାର ବଢ଼ୁଥିବା କେସ୍‌ରୁ ସହଜରେ ଜଣାପଡ଼ୁଛି। ୧୮ରୁ ୨୪ ଏପ୍ରିଲ ମଧ୍ୟରେ ୧୫,୭୦୦ ନୂଆ କେସ୍‌ ସାମ୍ନାକୁ ଆସିଛି। ସେହିପରି ପୂର୍ବ ସପ୍ତାହରେ ୮୦୫୦ ନୂଆ ମାମଲା ଚିହ୍ନଟ ହୋଇଥିଲା। ଏହି ୯୫ ପ୍ରତିଶତ ବୃଦ୍ଧି ଏବେ ଚିନ୍ତା ବଢ଼ାଇଛି। ଏବେ ଦ୍ୱିତୀୟ ସପ୍ତାହରେ ବି ସଂକ୍ରମଣ ବଢ଼ିଛି। ଏହା ପୂର୍ବରୁ ୧୧ ସପ୍ତାହ ଯାଏଁ କରୋନା ମାମଲା କମିଥିଲା। କରୋନା ସଂକ୍ରମଣ ଦ୍ରୁତ ବେଗରେ ବଢ଼ିବାର କାରଣ ଓମିକ୍ରନ୍‌ ସବ୍‌ ଭ୍ୟାରିଏଣ୍ଟ କିମ୍ବା ଇମ୍ୟୁନିଟି ଅଭାବ, ତାହା ଜଣାପଡ଼ିନାହିଁ। କିନ୍ତୁ ଏବେ ଆଶ୍ୱସ୍ତିକର କଥା ହେଉଛି, ମୃତ୍ୟୁ ସଂଖ୍ୟାରେ ଏବେ ଏତେଟା ବୃଦ୍ଧି ହୋଇନାହିଁ।

୧୨ଟି ରାଜ୍ୟରେ ବଢ଼ୁଛି କେସ୍‌:

ଇତି ମଧ୍ୟରେ ଦିଲ୍ଲୀ, ହରିୟାଣା, ଉତ୍ତର ପ୍ରଦେଶରେ କରୋନାର ମାମଲା ଡରାଉଥିଲା। କିନ୍ତୁ ଗତ ସପ୍ତାହରେ ୯ ଅନ୍ୟ ରାଜ୍ୟରେ ଚତୁର୍ଥ ଲହରର ଭୟ ସୃଷ୍ଟି ହୋଇଛି। ଏଥିରେ କେରଳ, ମହାରାଷ୍ଟ୍ର, କର୍ଣ୍ଣାଟକ, ତାମିଲନାଡ଼ୁ, ପଶ୍ଚିମବଙ୍ଗ, ରାଜସ୍ଥାନ, ପଞ୍ଜାବ, ତେଲେଙ୍ଗାନା, ମିଜୋରାମ୍‌ ରହିଛି।

ରିପୋର୍ଟ ମୁତାବକ, ଗତ ସପ୍ତାହରେ ମହାରାଷ୍ଟ୍ରରେ କେସ୍‌ ସଂଖ୍ୟା ୪୮ ପ୍ରତିଶତ ବଢ଼ିଥିବା ବେଳେ କର୍ଣ୍ଣାଟକରେ ୭୧ ପ୍ରତିଶତ, ତାମିଲନାଡ଼ୁରେ ୬୨ ପ୍ରତିଶତ, ପଶ୍ଚିମବଙ୍ଗରେ ୬୬ ପ୍ରତିଶତ, ତେଲେଙ୍ଗାନାରେ ୨୪ ପ୍ରତିଶତ, ରାଜସ୍ଥାନରେ ୫୭ ପ୍ରତିଶତ କେସ୍‌ ବଢ଼ିଛି। ଏହି ୧୨ଟି ରାଜ୍ୟରେ ସଂକ୍ରମଣ ଯୋଗୁ ଚିନ୍ତା ବଢ଼ୁଥିବା ବେଳେ ୮ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ଏବେ ବି ସପ୍ତାହରେ ୧୦୦-୧୦୦ କେସ୍‌ ଆସୁଛି, ଯାହା ଟିକେ ଚିନ୍ତାକୁ କମ୍‌ କରିଛି।

ଦେଶରେ ଆଜି ପୁଣିଥରେ ଅଢ଼େଇ ହଜାରରୁ ଅଧିକ ନୂଆ କରୋନା କେସ୍‌ ସାମ୍ନାକୁ ଆସିଛି। ଗତ ୨୪ ଘଣ୍ଟା ମଧ୍ୟରେ କରୋନାର ନୂଆ ୨୫୪୧ ନୂଆ ମାମଲା ଚିହ୍ନଟ ହୋଇଛି। ସେହିପରି ୩୦ ଜଣଙ୍କର କରୋନାରେ ମୃତ୍ୟୁ ଘଟିଛି। ଏହା ପୂର୍ବରୁ ରବିବାର ଦିନ ୨୫୯୩ କେସ୍‌ ସାମ୍ନାକୁ ଆସିଥିଲା। ସ୍ଥିତି ଏମିତି ଲାଗି ରହିଲେ ଲକ୍‌ଡାଉନ୍‌ ଆଶଙ୍କାକୁ ଏଡ଼ାଯାଇ ନ ପାରେ ବୋଲି ବିଶେଷଜ୍ଞ ମତ ଦେଇଛନ୍ତି।

Also Read: ଆଉ କାହା ଜିନିଷ ମାଗି ଆଣି ବ୍ୟବହାର କରୁଥିଲେ ଏବେଠୁ ହୁଅନ୍ତୁ ସାବଧାନ, ହୋଇଯିବେ କାଙ୍ଗାଳ

WCW 11

Recent Posts

ଆଜିର ରାଶିଫଳ: ବିଦ୍ୟାର୍ଥୀଙ୍କ ପାଇଁ ଦିନଟି ଶୁଭ, ଛାତ୍ରଛାତ୍ରୀ ପାଠପଢ଼ାରେ ପରିବର୍ତ୍ତନ ଆଣିବେ

ମେଷ: ଶୁଭ ସମାଚାର ମିଳିପାରେ । ଛାତ୍ରଛାତ୍ରୀମାନେ ପଢାପଢିରେ ପରିବର୍ତ୍ତନ ଆଣିବେ । ଅଫିସ୍ କାର୍ଯ୍ୟରେ ବିଳମ୍ବ ହେବ ।…

5 hours ago

ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ

ବ୍ରହ୍ମପୁର : ଦିଗପହଣ୍ଡି ଥାନା ଭୀଷ୍ମଗିରୀରେ ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ ।…

6 hours ago

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ, ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ ଦେଲେ ସ୍ବାସ୍ଥ୍ୟମନ୍ତ୍ରୀ

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ। ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ କହି, ଡାକ୍ତରମାନଙ୍କୁ ଏହି ଉପଦେଶ…

6 hours ago

ଓଡ଼ିଶା ଫେରିବେ କେନ୍ଦ୍ର କୃଷି ସଚିବ ମନୋଜ ଆହୁଜା, ହେବେ କି ରାଜ୍ୟରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ୱର: ରାଜ୍ୟରେ ନୂଆ ମୁଖ୍ୟ ସଚିବ ହେବେ କି ମନୋଜ ଆହୁଜା? ଏହାକୁ ନେଇ ଜୋର ଧରିଛି ଚର୍ଚ୍ଚା ।…

7 hours ago

‘ଡ. ସାମନ୍ତଙ୍କ ଭଳି ସମର୍ପିତ ହୋଇ କାର୍ଯ୍ୟ କଲେ ଆର୍ଟ ଅଫ ଗିଭିଂର ଯଥାର୍ଥତା ପ୍ରତିପାଦିତ ହୋଇ ପାରିବ’

ଭଦ୍ରକ (କେନ୍ୟୁଜ୍‌) : ଭଦ୍ରକରେ ଜିଲ୍ଲା ସ୍ତରୀୟ ଆର୍ଟ ଅଫ ଗିଭିଂ ଦିବସ ସମାରୋହରେ ପାଳିତ ହୋଇଯାଇଛି । ଜିଲ୍ଲା…

8 hours ago

ସରୋଗେସି ମାଧ୍ୟମରେ ମା’ ହେଲେ ବି ମିଳିବ ୬ ମାସ ଛୁଟି

ମାତୃତ୍ୱ ଛୁଟି ଉପରେ ସରକାରଙ୍କର ବଡ଼ ନିଷ୍ପତ୍ତି । ସରୋଗେସି ମାଧ୍ୟମରେ ମାଆ ହେବାକୁ ଥିବା ମହିଳାମାନଙ୍କ ପାଇଁ ଖୁସି…

8 hours ago