ଦେଶରେ ଲକ୍ଷେଠୁ ସାମାନ୍ୟ ଦୂର କରୋନା ମୃତ୍ୟୁ ସଂଖ୍ୟା, ଗତ ୨୪ ଘଣ୍ଟାରେ ଜୀବନ ହାରିଲେ ୧୦୯୫

ଭାରତରେ ଗୁରୁବାର ୮୧ ହଜାର ୪୮୪ ଜଣ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଯାହାକୁ ମିଶାଇ ଦେଶରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୬୩ ଲକ୍ଷ ପାର ହୋଇଛି । କିନ୍ତୁ ଏଭିତରେ ୫୩ଲକ୍ଷ ସୁସ୍ଥତା ଲାଭ କରି ସଂକ୍ରମଣ ମୁକ୍ତ ହୋଇଥିବା ନେଇ ରିପୋର୍ଟ ଆସିଛି । ଏଯାବତ ପାଖପାଖି ୧ ଲକ୍ଷ ରୋଗୀ ପ୍ରାଣ ହରାଇଥିବା ଜଣାଯାଇଛି । କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ଦ୍ୱାରା ଶୁକ୍ରବାର ଜାରି ହୋଇଥିବା ରିପୋର୍ଟ ଅନୁଯାୟୀ, ଗତ ୨୪ ଘଣ୍ଟା ଭିତରେ ୮୧ ହଜାର ୪୮୪ ନୂଆ ମାମଲା ଚିହ୍ନଟ ହେବା ପରେ ୬୩ ଲକ୍ଷ ୯୪ ହଜାର ୦୬୯ ଛୁଇଁଛି ସଂକ୍ରମିତ ସଂଖ୍ୟା । ଯେବେକି ୧୦୯୫
ଜଣଙ୍କ ମୃତ୍ୟୁ ହେବା ପରେ ୯୯ ହଜାର ୭୭୩ ଛୁଇଁଛି ମୃତକ ସଂଖ୍ୟା । ଜାରି ହୋଇଥିବା ରିପୋର୍ଟ ଅନୁଯାୟୀ ୫୩ ଲକ୍ଷ ୫୨ ହଜାର ୦୭୮
ରୋଗୀ ସୁସ୍ଥ ହୋଇଛନ୍ତି । ଯେବେକି ବର୍ତ୍ତମାନ ଦେଶରେ ୯ ଲକ୍ଷ ୪୨ ହଜାର ୨୧୭ ସକ୍ରିୟ ମାମଲା ରହିଛି । କହିରଖିବା ଉଚିତ ହେବକି,ଭାରତରେ ଜାନୁଆରୀ ୩୦ ତାରିଖରେ ପ୍ରଥମ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ । ଅନ୍ୟପକ୍ଷରେ ବିଶ୍ଵରରେ ଏବେ କରୋନା ଏବେ ନିୟନ୍ତ୍ରଣ ସ୍ଥିତିରେ ରହିଛି । ଏଯାବତ ବିଶ୍ଵବ୍ୟାପୀ ୧୦ଲକ୍ଷରୁ ଉର୍ଦ୍ଧ୍ବଙ୍କର କରୋନାରେ ମୃତ୍ୟୁ ହୋଇସାରିଲାଣି ।