ବିଶ୍ୱରେ ଚାଲିଛି ଟିକାକରଣ, ତଥାପି କରୋନା ମୃତ୍ୟୁ ସଂଖ୍ୟା ଟପିଲାଣି ୩୦ ଲକ୍ଷ

ନୂଆଦିଲ୍ଲୀ : ଦେଶରେ କରୋନା ମୃତ୍ୟୁ ସଂଖ୍ୟା ବଢ଼ି ଚାଲିଛି । କମିବାର ନାଁ ଧରୁନି । ଏବେ କରୋନାର ଦ୍ୱିତୀୟ ଲହର ଚାଲିଥିବାବେଳେ ବିଶ୍ୱରେ ମୃତ୍ୟୁ ସଂଖ୍ୟା ବଢ଼ି ପହଞ୍ଚିଛି ୩୦ ଲକ୍ଷରେ । ହପ୍‌କିନ୍ସ ବିଶ୍ୱବିଦ୍ୟାଳୟ ଅନୁଯାୟୀ, ବିଶ୍ୱରେ କରୋନା ମୃତ୍ୟୁ ସଂଖ୍ୟା ୨.୭ ମିଲିୟନ ବା ପ୍ରାୟ ୩୦ ଲକ୍ଷ ଟିପିଲାଣି । ଅନେକ ଦେଶରେ ସରକାର କରୋନା ମୃତ୍ୟୁ ସଂଖ୍ୟା ଲୁଚାଉଥିବାରୁ ପ୍ରକୃତ ସଂଖ୍ୟା ଆହୁରି ଅଧିକ ହେବ ବୋଲି ବିଶ୍ୱାସ କରାଯାଉଛି ।

ଭାରତରେ ଗତ ୨୪ ଘଣ୍ଟାରେ କରୋନା ଜନିତ ନୂତନ ସଂକ୍ରମଣ ୨,୩୪,୬୯୨ ରେ ପହଞ୍ଚିଥିବାବେଳେ ମୃତ୍ୟୁ ସଂଖ୍ୟା ୧୩୪୧ ରେକର୍ଡ କରାଯାଇଛି । ଗତ ୨୪ ଘଣ୍ଟାରେ ଚିହ୍ନଟ ହୋଇଥିବା ନୂତନ ଆକ୍ରାନ୍ତଙ୍କୁ ମିଶାଇ ଦେଶରେ ସମୁଦାୟ ସଂକ୍ରମିତଙ୍କ ସଂଖ୍ୟା ୧,୪୫,୨୬,୬୦୯ରେ ପହଞ୍ଚିଛି।

ଗତ ୨୪ ଘଣ୍ଟାରେ ହୋଇଥିବା ୧,୩୪୧ ମୃତ୍ୟୁକୁ ମିଶାଇ ଭାରତରେ ସମୁଦାୟ କୋଭିଡ୍-୧୯ଜନିତ ମୃତ୍ୟୁସଂଖ୍ୟା ୧,୭୫,୬୪୯ରେ ପହଞ୍ଚିଛି। ଏହାଛଡ଼ା, ଏବେ ଦେଶରେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ହେଉଛି ୧୬,୭୯,୭୪୦। କରୋନା ଟିକାକରଣ ଚାଲିଥିବାବେଳେ ସଂକ୍ରମଣ ଓ ମୃତ୍ୟୁ ସଂଖ୍ୟା ବଢ଼ୁଥିବାରୁ ଏହା ଚିନ୍ତାଜନକ ହୋଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.