ଦେଶରେ ପାଞ୍ଚ ହଜାର ପାଖାପାଖି କରୋନା ଆକ୍ରାନ୍ତଙ୍କ ସଂଖ୍ୟା, ଗତ ୨୪ ଘଣ୍ଟାରେ ୭୭୩ଟି ନୂଆ ପଜିଟିଭ୍‌ ରିପୋର୍ଟ

ନୂଆଦିଲ୍ଲୀ: ଦେଶରେ କାୟା ମେଲାଉଛି କରୋନା । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟର ତଥ୍ୟ ଅନୁସାରେ ସଂକ୍ରମିତଙ୍କ ସଂଖ୍ୟା ୫ ହଜାର ଟପିଛି । ବର୍ତ୍ତମାନ ଦେଶର ବିଭିନ୍ନ ହସ୍ପିଟାଲରେ ୪ ହଜାର ୬୪୩ ଜଣ ଚିକିତ୍ସାଧୀନ ଅଛନ୍ତି । ୧୪୯ ଜଣଙ୍କର ମୃତ୍ୟୁ ହୋଇଛି । ୪୦୧ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।

virusଗତ ୨୪ ଘଣ୍ଟାରେ ଦେଶରେ ୭୭୩ଟି ନୂଆ ପଜିଟିଭ୍‌ ସାମନାକୁ ଆସିଥିବା ବେଳେ ମୃତ୍ୟୁବରଣ କରିଛନ୍ତି ୩୫ ଜଣ । ନିଜାମୁଦ୍ଦିନ ଘଟଣା ପରେ ଅନେକ ରାଜ୍ୟରେ ସଂକ୍ରମିତଙ୍କ ସଂଖ୍ୟା ହଠାତ୍‌ ବୃଦ୍ଧି ପାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.