ଭାରତରେ କରୋନା ମୃତ୍ୟୁ ସଂଖ୍ୟା ୧୦ ଛୁଇଁଲା, ୪୯୮ ଆକ୍ରାନ୍ତ

ନୂଆଦିଲ୍ଲୀ: ଭାରତରେ କରୋନା ଧୀରେ ଧୀରେ କାୟା ମେଲାଉଛି । ଆଜି ସୁଦ୍ଧା ୧୦ ଜଣଙ୍କର ଜୀବନ ଯାଇଥିବା ରିପୋର୍ଟ ମିଳିଛି ।  ପ୍ରତିଦିନ କିଛି କିଛି ମାତ୍ରାରେ ବଢ଼ିବାରେ ଲାଗିଛି କରୋନା ଆକ୍ରନ୍ତଙ୍କ ସଂଖ୍ୟା । ଏଯାବତ ୨୫ଟି ରାଜ୍ୟକୁ ବ୍ୟାପି ସାରିଲାଣି । ବର୍ତ୍ତମାନ ସୁଦ୍ଧା ଦେଶରେ ୪୯୮ ଜଣ ସଂକ୍ରମିତ ହୋଇଛନ୍ତି । ସବୁଠୁ ଅଧିକ ପ୍ରଭାବିତ ହୋଇଛି ମହାରାଷ୍ଟ୍ର ରାଜ୍ୟ । ଏହି ରାଜ୍ୟର ବର୍ତ୍ତମାନ ପର୍ଯ୍ୟନ୍ତ ୧୦୧ଜଣ ଆକ୍ରାନ୍ତ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୩ଜଣଙ୍କ ମୃତ୍ୟୁ ହେଲାଣି। ମୋଟ ଭାବେ ଏଯାବତ ୧୦ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । କରୋନା ସତର୍କତା ନେଇ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର କଡା ନିୟମ ମାନ ଜାରି କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.