ଦେଶରେ ୨୪ ଘଣ୍ଟାରେ ୩୭ ହଜାର ୧୪୮ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ: ସମୁଦାୟ ମୃତ୍ୟୁସଂଖ୍ୟା ୨୮ହଜାର ୮୪କୁ ବୃଦ୍ଧି

ନୂଆଦିଲ୍ଲୀ : ଦେଶରେ ଦିନକୁ ଦିନ ବଢିଚାଲିଛି କରୋନା ଆକ୍ରାନ୍ତଙ୍କ ସଂଖ୍ଯା । ଗତ ୨୪ ଘଣ୍ଟା ଭିତରେ ୩୭ ହଜାର ୧୪୮ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସେହିପରି ୨୪ ଘଣ୍ଟାରେ ୫୮୭ଜଣଙ୍କର ଜୀବନ ନେଇଛି ଭାଇରସ୍‌। ଦେଶରେ କରୋନା ମୃତ୍ୟୁସଂଖ୍ୟା ୨୮ହଜାର ୮୪କୁ ବୃଦ୍ଧି ପାଇଛି।

covidସେହିପରି ଦେଶରେ ସମୁଦାୟ ୧୧ଲକ୍ଷ ୫୫ ହଜାର ୧୯୧ ଆକ୍ରାନ୍ତ ହୋଇଛନ୍ତି। ସେମାନଙ୍କ ଭିତରୁ ୭ଲକ୍ଷ ୨୪ହଜାର ୫୭୮ ସୁସ୍ଥ ହୋଇ ଘରକୁ ଫେରି ସାରିଛନ୍ତି । ସୂଚନା ଅନୁଯାୟୀ, ଦେଶରେ ବିଭିନ୍ନ ହସ୍ପିଟାଲରେ ୪ ଲକ୍ଷ ୨ ହଜାର ୫୨୯ ଚିକିତ୍ସିତ ହେଉଛନ୍ତି। ମହାରାଷ୍ଟ୍ରରେ ୩ ଲକ୍ଷ ୧୮ହଜାର ୬୯୫ ଆକ୍ରାନ୍ତ ହୋଇଥିବା ବେଳେ ୧୨ ହଜାର ୩୦ଜଣଙ୍କର ମୃତ୍ୟୁ ହୋଇଛି। ଦିଲ୍ଲୀରେ ୧ଲକ୍ଷ ୨୩ ହଜାର ୭୪୭ ଆକ୍ରାନ୍ତ ହୋଇଥିବା ବେଳେ ୩ ହଜାର ୬୬୩ଜଣଙ୍କର ମୃତ୍ୟୁ ହୋଇଛି । ତାମିଲନାଡ଼ୁରେ ୨ହଜାର ୫୫୧, ଗୁଜରାଟରେ ୨ହଜାର ୧୬୨ ମୃତ୍ୟୁବରଣ କରିଛନ୍ତି। ୟୁପିରେ ୧ହଜାର ୧୯୨, ପଶ୍ଚିମବଙ୍ଗରେ ୧ ହଜାର ୧୪୭ ଜଣଙ୍କର ମୃତ୍ୟୁ ହୋଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.