ଦେଶରେ ପୁଣି ଥରେ କରୋନା ସଂକ୍ରମିତ ସଂଖ୍ୟାରେ ବୃଦ୍ଧି ଘଟିଥିବା ଜଣାଯାଇଛି । ଗୁରୁବାର ଗୋଟିଏ ଦିନରେ ହିଁ ୯୫,୭୩୫ ନୂଆ ମାମଲା ସାମ୍ନାକୁ ଆସିଛି । ଏହାକୁ ମିଶାଇ ଦେଶରେ ମୋଟ ଆକ୍ରାନ୍ତ ସଂଖ୍ୟା ୪୪ ଲକ୍ଷ ୬୫ ହଜାର ଅଧିକ ପାର ହୋଇଛି । ଗୋଟେ ପଟେ ସଂକ୍ରମିତ ହାର ବଢିଚାଲିଥିବା ବେଳେ ସୁସ୍ଥତା ହାର ବି ସେଅନୁପାତରେ ବଢି ବଢି ଚାଲିଛି । ଜାରି ହୋଇଥିବା ରିପୋର୍ଟ ଅନୁଯାୟୀ, ଏଯାବତ ୩୪ ଲକ୍ଷ ୭୧ ହଜାର ପାର କରିସାରିଲା ଣି ସୁସ୍ଥସଂଖ୍ୟା ।
କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ତରଫରୁ ଜାରି ହୋଇଥିବା ରିପୋର୍ଟ ଅନୁଯାୟୀ, ଗତ ୨୪ ଘଣ୍ଟା ଭିତରେ ୧୧୭୨ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଏହାକୁ ମିଶାଇ ମୃତକ ସଂଖ୍ୟା ୭୫,୦୬୨ ଛୁଇଁଛି । ଦେଶରେ ମୋଟ ଆକ୍ରାନ୍ତ ସଂଖ୍ୟା ୪୪ ଲକ୍ଷ ୬୫ ହଜାର ୮୬୪
ରେ ପହଂଚିଛି । ଏହା ମଧ୍ୟରୁ ୯ ଲକ୍ଷ ୧୯ ହଜାର ୦୧୮ ଜଣଙ୍କର ଚିକିତ୍ସା ଚାଲିଥିବା ବେଳେ ୩୪ ଲକ୍ଷ ୭୧ ହଜାର ୭୮୪ ଜଣ ସୁସ୍ଥ ହୋଇ ଫେରିଛନ୍ତି ।
ଭାରତୀୟ ଆୟୁର୍ବିଜ୍ଞାନ ସଂସ୍ଥାନ ବା ଆଇସିଏମଆର ତରଫରୁ ଜାରି ହୋଇଥିବା ରିପୋର୍ଟ ଅନୁଯାୟୀ, ଦେଶବ୍ୟାପୀ ଏଯାବତ ୫ କୋଟି ୨୯ ଲକ୍ଷ ୩୪
ହଜାର ୪୩୩ ଜଣଙ୍କ ଯାଞ୍ଚ ସାରିଥିବା ବେଳେ ବୁଧବାର ଗୋଟିଏ ଦିନରେ ୧୧ ଲକ୍ଷ ୨୯ ହଜାର ୭୫୬ ଜଣଙ୍କର ନମୁନା ଯାଞ୍ଚ ହୋଇଛି ।
ଭୁବନେଶ୍ୱର: ଆଜିଠୁ ୪ଦିନ ଯାଏ ବର୍ଷା । ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ବଙ୍ଗୋପସାଗରରେ…
ନୂଆଦିଲ୍ଲୀ: ଆଜି ଲୋକସଭା ବାଚସ୍ପତି ନିର୍ବାଚନ । ସ୍ଵାଧୀନତା ପରେ ପ୍ରଥମ ଥର ପାଇଁ ଲୋକସଭା ବାଚିସ୍ପତି ପଦବୀ ପାଇଁ…
ମେଷ: ଶୁଭ ସମାଚାର ମିଳିପାରେ । ଛାତ୍ରଛାତ୍ରୀମାନେ ପଢାପଢିରେ ପରିବର୍ତ୍ତନ ଆଣିବେ । ଅଫିସ୍ କାର୍ଯ୍ୟରେ ବିଳମ୍ବ ହେବ ।…
ବ୍ରହ୍ମପୁର : ଦିଗପହଣ୍ଡି ଥାନା ଭୀଷ୍ମଗିରୀରେ ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ ।…
ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ। ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ କହି, ଡାକ୍ତରମାନଙ୍କୁ ଏହି ଉପଦେଶ…
ଭୁବନେଶ୍ୱର: ରାଜ୍ୟରେ ନୂଆ ମୁଖ୍ୟ ସଚିବ ହେବେ କି ମନୋଜ ଆହୁଜା? ଏହାକୁ ନେଇ ଜୋର ଧରିଛି ଚର୍ଚ୍ଚା ।…