ଦେଶରେ କାୟା ମେଲାଉଛି କରୋନା; ଗତ ୨୪ ଘଣ୍ଟାରେ ୬ମୃତ, ୧୫୯୦ ନୂଆ ଆକ୍ରାନ୍ତ ଚିହ୍ନଟ

ଦେଶରେ ଲଗାତାର ବଢୁଛି ଦୈନିକ ସଂକ୍ରମଣ । ଏବେ ପ୍ରତିଦିନ ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ହଜାରେ ଉପରେ ରହୁଛି । ଗତ ୨୪ ଘଣ୍ଟାରେ ବାହାରିଛନ୍ତି ଆଉ ୧୫ଶହ ୯୦ ପଜିଟିଭ୍‌ । ଗତ ୧୪୬ ଦିନରେ ସର୍ବାଧିକ ଦୈନିକ ଆକ୍ରାନ୍ତ ବାହାରିଛନ୍ତି ।

ନୂଆଦିଲ୍ଲୀ : ପୁଣି ଥରେ କାୟା ମେଲାଉଛି କରୋନା । ଦେଶରେ ଲଗାତାର ବଢୁଛି ଦୈନିକ ସଂକ୍ରମଣ । ଏବେ ପ୍ରତିଦିନ ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ହଜାରେ ଉପରେ ରହୁଛି । ଗତ ୨୪ ଘଣ୍ଟାରେ ବାହାରିଛନ୍ତି ଆଉ ୧୫ଶହ ୯୦ ପଜିଟିଭ୍‌ ବାହାରିଥିବା ବେଳେ କରୋନା ନେଇଛି ଆଉ ୬ ଜୀବନ । ଗତ ୧୪୬ ଦିନରେ ସର୍ବାଧିକ ଦୈନିକ ଆକ୍ରାନ୍ତ ବାହାରିଛନ୍ତି । ଗତକାଲି ଏହି ସଂଖ୍ୟା ଥିଲା ୧୨ ଶହ ୪୯ । ଅର୍ଥାତ ୨୪ ଘଣ୍ଟା ଭିତରେ ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ପାଖାପାଖି ୩ଶହ ବଢ଼ିଛି ।

ମୃତକଙ୍କ ଭିତରେ ଅଛନ୍ତି ମହାରାଷ୍ଟ୍ରରୁ ୩ ଜଣ । ସେହିପରି କର୍ଣ୍ଣାଟକ, ରାଜସ୍ଥାନ ଓ ଉତ୍ତରାଖଣ୍ଡରେ ଆଉ ଜଣେ ଲେଖାଏ ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଏବେ ଦେଶରେ ୮ହଜାର ୬୦୧କୁ ବୃଦ୍ଧି ପାଇଛି ଆକ୍ଟିଭ୍‌ କେସ୍‌ ସଂଖ୍ୟା । ଦୈନିକ ପଜିଟିଭ୍‌ ହାର ରହିଛି ୧.୩୩ ପ୍ରତିଶତ । ସାପ୍ତାହିକ ସଂକ୍ରମଣ ହାର ୧.୨୩ ପ୍ରତିଶତ ରହିଛି । ଦେଶରେ ଏଯାଏ କରୋନାରେ ସଂକ୍ରମିତ ହେଲେଣି ୪ କୋଟି ୪୭ଲକ୍ଷରୁ ଅଧିକ । କରୋନା ସଂକ୍ରମଣ ବୃଦ୍ଧି ପରେ ପଞ୍ଚସୂତ୍ରୀ ନିୟମ ପାଳନ ପାଇଁ ସବୁ ରାଜ୍ୟକୁ ପରାମର୍ଶ ଦିଆଯାଇଛି । ଟେଷ୍ଟ, ଟ୍ରାକ, ଟ୍ରିଟ, ଟିକାକରଣ ଓ କୋଭିଡ ଅନୁରୂପ ଆଚରଣ ପାଳନ ନେଇ ଦିଆଯାଇଛି ପରାମର୍ଶ । ନିକଟରେ କୋଭିଡ୍‌ ସ୍ଥିତିର ସମୀକ୍ଷା କରିଥିଲେ ପ୍ରଧାନମନ୍ତ୍ରୀ ।

Leave A Reply

Your email address will not be published.