କରୋନାକୁ ନେଇ ସତର୍କ ମୋଦି ସରକାର, ସମସ୍ତ ରାଜ୍ୟର ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ସହ ଆସନ୍ତାକାଲି ବୈଠକ କରିବେ ମନସୁଖ ମାଣ୍ଡଭିୟ

ଦେଶରେ କରୋନା ଭାଇରସ୍‌ ଦ୍ରୁତ ଗତିରେ ମାଡ଼ି ଚାଲିଛି। କରୋନାର ଦ୍ରୁତ ବୃଦ୍ଧିକୁ ନଜରରେ ରଖି କେନ୍ଦ୍ର ସରକାର ସତର୍କ ହୋଇଛନ୍ତି। କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭିୟ ଏଥିପାଇଁ ଏକ ବୈଠକ ଡାକିଛନ୍ତି।

ଦେଶରେ କରୋନା ଭାଇରସ୍‌ ଦ୍ରୁତ ଗତିରେ ମାଡ଼ି ଚାଲିଛି। ଗତ ଦୁଇ ଦିନ ମଧ୍ୟରେ କରୋନାର ନୂଆ ମାମଲାରେ ପାଖା ପାଖି ୮୦ ପ୍ରତିଶତ ବୃଦ୍ଧି ଘଟିଛି। ଏହି ସମୟରେ ୨୩୦୦ରୁ ଅଧିକ ମାମଲା ବୃଦ୍ଧି ପାଇଛି। କରୋନାର ଦ୍ରୁତ ବୃଦ୍ଧିକୁ ନଜରରେ ରଖି କେନ୍ଦ୍ର ସରକାର ସତର୍କ ହୋଇଛନ୍ତି। କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭିୟ ଏଥିପାଇଁ ଏକ ବୈଠକ ଡାକିଛନ୍ତି।

ସ୍ୱାସ୍ଥ୍ୟମନ୍ତ୍ରୀ ମାଣ୍ଡଭିୟ ଆସନ୍ତାକାଲି ଅର୍ଥାତ୍ ଶୁକ୍ରବାର ସମସ୍ତ ରାଜ୍ୟର ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ସହ ଏକ ବୈଠକ କରିବେ। ଏହି ବୈଠକ ଭିଡିଓ କନଫରେନ୍ସିଂ ମାଧ୍ୟମରେ ହେବ। ଏଥିରେ ବିଭିନ୍ନ ରାଜ୍ୟରେ କରୋନା ସମ୍ବନ୍ଧୀୟ ପରିସ୍ଥିତିର ସମୀକ୍ଷା କରାଯିବ।

ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ତଥ୍ୟ ମୁତାବକ, ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ କରୋନା ଭାଇରସ୍‌ର ୫,୩୩୫ଟି ନୂଆ ମାମଲା ସାମ୍ନାକୁ ଆସିଛି। କରୋନାର ଆକ୍ଟିଭ୍‌ ମାମଲା ମଧ୍ୟ ବୃଦ୍ଧି ପାଇ ୨୫,୫୮୭ରେ ପହଞ୍ଚିଛି। ସେହିପରି ଗତକାଲି ଦେଶରେ ୪,୪୩୫ କରୋନା ପଜିଟିଭ୍ ଚିହ୍ନଟ ହୋଇଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.