ଦେଶ ବିଦେଶ

ସିଙ୍ଗାପୁରରେ ପୁଣି ଦ୍ରୁତି ଗତିରେ ମାଡ଼ିଲାଣି କରୋନା; ଦୈନିକ ଆସୁଛନ୍ତି ୨୦୦୦ ରୋଗୀ

ସିଙ୍ଗାପୁରରେ ପୁଣି କରୋନା ଦ୍ରୁତ ଗତିରେ ବ୍ୟାପିବାରେ ଲାଗିଲାଣି। ଏଭଳି ପରିସ୍ଥିତିରେ ସିଙ୍ଗାପୁରର ସ୍ୱାସ୍ଥ୍ୟମନ୍ତ୍ରୀ ଓଙ୍ଗ୍‌ ୟେ କୁଙ୍ଗ ଚେତାବନୀ ଦେଇଛନ୍ତି ଯେ ଆସନ୍ତା କିଛି ସପ୍ତାହ ମଧ୍ୟରେ ଆହୁରି ଅଧିକ ଲୋକ ଅସୁସ୍ଥ ହୋଇପାରନ୍ତି। କରୋନାରେ ସଂକ୍ରମିତ ହେବା କାରଣରୁ ରୋଗୀ ସଂଖ୍ୟା ବଢ଼ିପାରେ।

ସ୍ୱାସ୍ଥ୍ୟମନ୍ତ୍ରୀ କହିଛନ୍ତି ଯେ ଆକଳନ ଅନୁସାରେ, ତିନି ସପ୍ତାହ ପୂର୍ବରୁ କରୋନା ମାମଲା ପାଖାପାଖି ୧୦୦୦ ଥିଲା, ଯାହାକି ଗତ ଦୁଇ ସପ୍ତାହ ମଧ୍ୟରେ ୨୦୦୦କୁ ବୃଦ୍ଧି ପାଇଛି। ଏହା ଅତ୍ୟନ୍ତ ଚିନ୍ତାର ବିଷୟ। ସ୍ୱାସ୍ଥ୍ୟମନ୍ତ୍ରୀ ଏହା ମଧ୍ୟ କହିଛନ୍ତି ଯେ କୋଭିଡ-୧୯ ସହ ଜଡିତ ନୂଆ ମାମଲା ଆସିଛି, ଯେଉଁଥିରେ ଭିନ୍ନ ଭିନ୍ନ ପ୍ରକାରର ଭ୍ୟାରିଏଣ୍ଟ୍‌ ଦେଖିବାକୁ ମିଳୁଛି। ପ୍ରଥମଟି ହେଉଛି EG.5 ଏବଂ ଦ୍ୱିତୀୟଟି HK.3। ଏହି ଦୁଇଟି ଯାକ XBB ଓମିକ୍ରନରୁ ଉତ୍ପନ୍ନ ହୋଇଛି। କରୋନା ସଂକ୍ରମଣର ମାମଲା ପ୍ରତିଦିନ ସାମ୍ନାକୁ ଆସୁଛି। ଏହି ମାମଲାଗୁଡ଼ିକରେ ୭୫% ରୋଗୀ ଉଭୟ ଭ୍ୟାରିଏଣ୍ଟରେ ସଂକ୍ରମିତ ହେଉଛନ୍ତି।

ସ୍ୱାସ୍ଥ୍ୟମନ୍ତ୍ରୀ ବଢ଼ୁଥିବା କୋଭିଡ ମାମଲାକୁ ଦୃଷ୍ଟିରେ ରଖି ଲୋକମାନଙ୍କୁ ସତର୍କତା ଅବଲମ୍ବନ କରିବାକୁ କହିଛନ୍ତି। କିନ୍ତୁ ବର୍ତ୍ତମାନ ସିଙ୍ଗାପୁର ସରକାରଙ୍କର କୌଣସି ସାମାଜିକ ପ୍ରତିବନ୍ଧକ ଲଗାଇବା ନେଇ ଯୋଜନା ନାହିଁ। ସ୍ୱାସ୍ଥ୍ୟମନ୍ତ୍ରୀ କହିଛନ୍ତି ଯେ ଆମେ ଏହାକୁ ଏକ ଏଣ୍ଡେମିକ୍ ରୋଗ ଭାବରେ ବିବେଚନା କରିବୁ। କରୋନାଠାରୁ କିପରି ରକ୍ଷା ମିଳିପାରିବ, ତାହା ଆମକୁ କାହାକୁ ଜଣାଇବାର ଆବଶ୍ୟକ ନାହିଁ। କିନ୍ତୁ ଏହି ନୂତନ ଭ୍ୟାରିଏଣ୍ଟ ଗମ୍ଭୀର ହେବାର ଆଶଙ୍କା ରହିଛି।

WHOରୁ ମିଳିଥିବା ତଥ୍ୟ ମୁତାବକ, ସିଙ୍ଗାପୁରରେ କରୋନା ମହାମାରୀ ଆରମ୍ଭରୁ ୨୦୨୩ ଅକ୍ଟୋବର ୪ ପର୍ଯ୍ୟନ୍ତ ମୋଟ ୨,୫୯୪,୮୦୯ ମାମଲା ରେକର୍ଡ କରାଯାଇଛି। ଦେଶରେ ମୃତ୍ୟୁ ସଂଖ୍ୟା ୧,୮୭୨ ଥିଲା।

Roshni

Recent Posts

ଆଜିର ରାଶିଫଳ: ବିଦ୍ୟାର୍ଥୀଙ୍କ ପାଇଁ ଦିନଟି ଶୁଭ, ଛାତ୍ରଛାତ୍ରୀ ପାଠପଢ଼ାରେ ପରିବର୍ତ୍ତନ ଆଣିବେ

ମେଷ: ଶୁଭ ସମାଚାର ମିଳିପାରେ । ଛାତ୍ରଛାତ୍ରୀମାନେ ପଢାପଢିରେ ପରିବର୍ତ୍ତନ ଆଣିବେ । ଅଫିସ୍ କାର୍ଯ୍ୟରେ ବିଳମ୍ବ ହେବ ।…

7 hours ago

ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ

ବ୍ରହ୍ମପୁର : ଦିଗପହଣ୍ଡି ଥାନା ଭୀଷ୍ମଗିରୀରେ ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ ।…

9 hours ago

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ, ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ ଦେଲେ ସ୍ବାସ୍ଥ୍ୟମନ୍ତ୍ରୀ

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ। ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ କହି, ଡାକ୍ତରମାନଙ୍କୁ ଏହି ଉପଦେଶ…

9 hours ago

ଓଡ଼ିଶା ଫେରିବେ କେନ୍ଦ୍ର କୃଷି ସଚିବ ମନୋଜ ଆହୁଜା, ହେବେ କି ରାଜ୍ୟରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ୱର: ରାଜ୍ୟରେ ନୂଆ ମୁଖ୍ୟ ସଚିବ ହେବେ କି ମନୋଜ ଆହୁଜା? ଏହାକୁ ନେଇ ଜୋର ଧରିଛି ଚର୍ଚ୍ଚା ।…

9 hours ago

‘ଡ. ସାମନ୍ତଙ୍କ ଭଳି ସମର୍ପିତ ହୋଇ କାର୍ଯ୍ୟ କଲେ ଆର୍ଟ ଅଫ ଗିଭିଂର ଯଥାର୍ଥତା ପ୍ରତିପାଦିତ ହୋଇ ପାରିବ’

ଭଦ୍ରକ (କେନ୍ୟୁଜ୍‌) : ଭଦ୍ରକରେ ଜିଲ୍ଲା ସ୍ତରୀୟ ଆର୍ଟ ଅଫ ଗିଭିଂ ଦିବସ ସମାରୋହରେ ପାଳିତ ହୋଇଯାଇଛି । ଜିଲ୍ଲା…

10 hours ago

ସରୋଗେସି ମାଧ୍ୟମରେ ମା’ ହେଲେ ବି ମିଳିବ ୬ ମାସ ଛୁଟି

ମାତୃତ୍ୱ ଛୁଟି ଉପରେ ସରକାରଙ୍କର ବଡ଼ ନିଷ୍ପତ୍ତି । ସରୋଗେସି ମାଧ୍ୟମରେ ମାଆ ହେବାକୁ ଥିବା ମହିଳାମାନଙ୍କ ପାଇଁ ଖୁସି…

10 hours ago