ସରକାରୀ ପ୍ରଶାସନିକ ଅଧିକାରୀଙ୍କ ଦାୟିତ୍ୱହୀନତା, ଫ୍ରିଜର ଭିତରେ ୪୮ ଘଣ୍ଟା ଧରି ରହିଲା କରୋନା ରୋଗୀଙ୍କ ଶବ

ଦେଶରେ କରୋନା ପ୍ରଭାବ ପଡିବା ପରେ ବିଭିନ୍ନ ସ୍ଥାନରେ ଅଜବ ଘଟଣା ମାନ ଘଟୁଥିବା ଲକ୍ଷ କରାଯାଇଛି । ପଶ୍ଚିମ ବଙ୍ଗର ରାଜଧାନୀ କୋଲକାତାରେ ଏକ ବୟସ୍କ ବୃଦ୍ଧ ବ୍ୟକ୍ତିଙ୍କ ମୃତ୍ୟୁ ପରେ ସ୍ଥାନୀୟ ଅଧିକାରୀକଙ୍କ ଠାରୁ କୌଣସି ସାହାଯ୍ୟ ନମିଳିବାରୁ ପରିବାର ଲୋକ ୪୮ ଘଣ୍ଟା ପାଇଁ ତାଙ୍କ ଶବକୁ ଫ୍ରିଜରରେ ରଖିବାକୁ ବାଧ୍ୟ ହୋଇଛନ୍ତି । ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ତରଫରୁ ଜାରି ହୋଇଥିବା ରିପୋର୍ଟ ଅନୁଯାୟୀ, ମଧ୍ୟ କୋଲକାତାର ରାଜା ରାମମୋହନରାୟ ସାରଣୀ ବାସିନ୍ଦା ୭୧ ବର୍ଷୀୟ ଏହି ବୃଦ୍ଧ ଜଣଙ୍କ ପୂର୍ବରୁ ଶ୍ୱାସ ସମସ୍ୟାରେ ପୀଡିତ ଥିଲେ ।  ନିକଟରେ ଅଧିକ ଯନ୍ତଣା ଅନୁଭବ କରିବାରୁ ଡାକ୍ତରଙ୍କ ନିକଟକୁ ଚିକିତ୍ସା ପାଇଁ ଯାଇଥିଲେ ।  ଡାକ୍ତରଙ୍କ ପାଖକୁ ଯାଆନ୍ତେ, ଡାକ୍ତର ତାଙ୍କୁ କରୋନା ଟେଷ୍ଟ କରାଇବାକୁ ପରାମର୍ଶ ଦେଇଥିଲେ ।  ସେଠାରେ ତାଙ୍କର ତୁରନ୍ତ ଟେଷ୍ଟ ହୋଇଥିଲେ ମଧ୍ୟ ହସ୍ପିଟାଲ ତରଫରୁ ରିପୋର୍ଟ ଦିଆନଥିଲା ।

ପରିବାର ସଦସ୍ୟଙ୍କ ଅନୁଯାୟୀ ଘରକୁ ଫେରିବା ପରେ ବ୍ୟକ୍ତିଙ୍କ ଅବସ୍ଥା ବିଗିଡ଼ିବାକୁ ଲାଗିଥିଲା ଓ ଦ୍ବିପହର ସମୟରେ ହିଁ ତାଙ୍କ ମୃତ୍ୟୁ ହୋଇଯାଇଥିଲା ।  ପରିବାର ସଦସ୍ୟଙ୍କ ଅନୁଯାୟୀ ସୂଚନା ପାଇବା ମାତ୍ରେ ପିପିଇ କିଟ ପିନ୍ଧି ତାଙ୍କ ଘରେ ପହଂଚିଥିଲେ ।  କିନ୍ତୁ ବ୍ୟକ୍ତି ଜଣଙ୍କର କରୋନା ରିପୋର୍ଟ ଆସିନଥିବାରୁ ଡାକ୍ତର ତାଙ୍କୁ କୋଭିଡ଼ ଜନିତ ମୃତ୍ୟୁ ବୋଲି ଘୋଷଣା କରିନଥିଲେ ।  କୋଭିଡ ପ୍ରମାଣ ପତ୍ର ନଦେଇ ପରିବାର ଲୋକେ ସ୍ଥାନୀୟ ପୋଲିସ ସହ ସମ୍ପର୍କ କରିବାକୁ କହିଥିଲେ ଜ୍ଝ ପୋଲିସ ନିକଟକୁ ଯିବାରୁ ସେଠାରେ ଲୋକାଲ କାଉନ୍ସିଲରଙ୍କ ସହ ଦେଖା କରିବାକୁ କୁହାଯାଇଥିଲା ।  ସେଠାରେ ବି ଆମକୁ କୌଣସି ସାହାଯ୍ୟ ମିଳିନଥିବା ବେଳେ “ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ” ନିକଟକୁ ଯିବାକୁ କୁହାଯାଇଥିଲା ।  ପରିବାରର ଆଉ ଜଣେ ସଦସ୍ୟ ପ୍ରକାଶ

କରିଛନ୍ତିକି ହେଲ୍ପ ଲାଇନ ନମ୍ବର ଜରିଆରେ ସମ୍ପର୍କ କରିବାକୁ ଚାହିଁଥିଲେ ମଧ୍ୟ ବିଭାଗ ତରଫରୁ କୌଣସି ପ୍ରକାର ସାହାଯ୍ୟ ମିଳିନଥିଲା ।  ଅନ୍ୟ କୌଣସି ଉପାୟ ନପାଇ ଶେଷରେ ପରିବାର ଲୋକେ ଏକ ଫ୍ରିଜରରେ ଶବକୁ ରଖିଥିଲେ ।  ପରେ ତାଙ୍କ କୋଭିଡ ରିପୋର୍ଟ ପଜିଟିଭ ଆସିଥିବା ଜଣାପଡିବା ପରେ ବୁଧବାର ପରିବାର ନିକଟକୁ ସ୍ୱାସ୍ଥ୍ୟ ବିଭାଗ ନିକଟରୁ ଏକ ଫୋନ କଲ ଆସିଥିଲା ।  ପରେ କୋଲକାତା ମୁନିସିପାଲ ବିଭାଗ ଘଟଣା ସ୍ଥଳରେ ପହଂଚିବା ସହ ଶେଷ କୃତ୍ୟ ପାଇଁ ଶବ ନେଇଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.