ବଢୁଛି କରୋନା ସଂକ୍ରମଣ, ଗତ ୨୪ ଘଣ୍ଟାରେ ଦେଶରୁ ଚିହ୍ନଟ ହୋଇଛନ୍ତି ୨୨ ହଜାର ୮୫୪ ନୂଆ ଆକ୍ରାନ୍ତ
କେନ୍ୟୁଜ୍(ବ୍ୟୁରୋ): ବଢୁଛି କରୋନା ସଂକ୍ରମଣ । ଦୁଇମାସ ମଧ୍ୟରେ ସର୍ବାଧିକ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଗତ ୨୪ ଘଣ୍ଟାରେ ଦେଶରୁ ଚିହ୍ନଟ ହୋଇଛନ୍ତି ୨୨ ହଜାର ୮୫୪ ନୂଆ ଆକ୍ରାନ୍ତ । ମହାମାରୀ ନେଇଛି ୧୨୬ ଜୀବନ । ଦୈନିକ ସଂକ୍ରମଣ ବୃଦ୍ଧି ଚିନ୍ତା ବଢାଇଛି । ମହାରାଷ୍ଟ୍ରରେ ଆଜି ଦିନକରେ ଚିହ୍ନଟ ହୋଇଛନ୍ତି ୧୩ ହଜାରରୁ ଅଧିକ ଆକ୍ରାନ୍ତ ।
ନାଗପୁରରେ ମାର୍ଚ୍ଚ ୧୫ରୁ ୨୧ ଯାଏ ଲକ୍ଡାଉନ ଘୋଷଣା ହୋଇଛି । ଜିଲ୍ଲାରେ ସ୍କୁଲ, କଲେଜ, କୋଚିଂ ସେଣ୍ଟର ଆଦି ସଂପୂର୍ଣ୍ଣ ବନ୍ଦ ରହିବ । ବିବାହ, ରାଜନୈତିକ ଓ ସାମାଜିକ କାର୍ଯ୍ୟକ୍ରମକୁ ସଂପୂର୍ଣ୍ଣ ବାରଣ କରିଛନ୍ତି ଉଦ୍ଧବ ଠାକ୍ରେ ସରକାର। ତେବେ ଅତ୍ୟାବଶ୍ୟକ ସେବା ଜାରି ରହିବ । ଗତ ୨୪ ଘଣ୍ଟାରେ ନାଗପୁରରେ ୧୮ଶହ ନୂଆ ମାମଲା ଚିହ୍ନଟ ହୋଇଛି ।