ଦେଶ ବିଦେଶ

ଦେଶରେ ୩୨ ଲକ୍ଷ ପାର ହେଲା ସଂକ୍ରମିତଙ୍କ ସଂଖ୍ୟା, ୨୪ ଘଣ୍ଟା ଭିତରେ ଆଉ ୬୭ ହଜାର ୫୧୫ ନୂଆ କେସ୍‌

ନୂଆଦିଲ୍ଲୀ: ଦେଶରେ ଗତ ୨୪ ଘଣ୍ଟାରେ ଆଉ ୧୦୫୯ ଜୀବନ ନେଇଛି କରୋନା । ଏହାକୁ ମିଶାଇ ଦେଶରେ କରୋନା ଜନିତ ମୋଟ୍‌ ମୃତ୍ୟୁ ସଂଖ୍ୟା ୫୯ ହଜାର ୪୪୯କୁ ବୃଦ୍ଧି ପାଇଛି । ସେହିପରି ଗତ ୨୪ ଘଣ୍ଟା ଭିତରେ ଆଉ ୬୭ ହଜାର ୫୧୫ ନୂଆ କେସ୍‌ ସାମ୍ନାକୁ ଆସିବା ସହ ଦେଶରେ ମୋଟ୍‌ ସଂକ୍ରମିତଙ୍କ ସଂଖ୍ୟା ୩୨ ଲକ୍ଷ ପାର୍‌ କରିଛି । ମୋଟ ଭାବେ ଦେଖିବାକୁ ଗଲେ ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୩୨ ଲକ୍ଷ ୩୪ ହଜାର ୪୭୫ରେ ପହଞ୍ଚିଛି । ଏମଧ୍ୟରୁ ଆକ୍ଟିଭ୍‌ କେସ୍‌ ୭ ଲକ୍ଷ ୭ ହଜାର ୨୬୭ ରହିଥିବା ବେଳେ ସୁସ୍ଥ ହେଲେଣି ୨୪ ଲକ୍ଷ ୬୭ ହଜାର ୭୫୯ ଜଣ ଆକ୍ରାନ୍ତ । କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଜାରି ହୋଇଥିବା ତଥ୍ୟ ଅନୁଯାୟୀ ଦେଶରେ ସୁସ୍ଥତା ହାର ବଢି ୭୬.୩୦ ପ୍ରତିଶତରେ ପହଁଚିଥିବା ବେଳେ ମୃତ୍ୟୁ ହାର ୧.୮୪ ପ୍ରତିଶତକୁ ହ୍ରାସ ପାଇଛି ।

ଯେବେକି ୨୧.୮୭ ପ୍ରତିଶତ ରୋଗୀଙ୍କର ଚିକିତ୍ସା ଚାଲିଛି । ଗତ ୨୪ ଘଣ୍ଟା ଭିତରେ ମୃତ୍ୟୁ ଘଟିଥିବା ୧୦୫୯ ଜଣଙ୍କ ମଧ୍ୟରୁ ମହାରାଷ୍ଟ୍ରରୁ ୩୨୯ ଜଣ ଥିବା ବେଳେ, କର୍ଣ୍ଣାଟକରୁ ୧୪୮ ଜଣ, ତାମିଲନାଡ଼ୁରୁ ୧୦୭ ଜଣ, ଆନ୍ଧ୍ର ପ୍ରଦେଶରୁ ୯୨ ଜଣ, ଉତ୍ତର ପ୍ରଦେଶରୁ ୭୨ ଜଣ, ପଶ୍ଚିମ ବଙ୍ଗରୁ ୫୮ ଜଣ, ପଞ୍ଜାବରୁ ୪୯ ଜଣ, ଗୁଜୁରାଟରୁ ୨୦, ମଧ୍ୟପ୍ରଦେଶରୁ ୧୯ ଜଣ ଅଛନ୍ତି ।

କୋଭିଡ୍‌-19 ଟିକାର ସମ୍ଭାବ୍ୟ ଉତ୍ପାଦନ ପାଇଁ ଭାରତ-ରୁଷିଆ ମଧ୍ୟରେ କଥାବାର୍ତ୍ତା ଜାରି ରହିଛିି । ମସ୍କୋର ଗାମେଲିଆ ପ୍ରତିଷ୍ଠାନ ଦ୍ୱାରା ପ୍ରସ୍ତୁତ ସ୍ଫୁଟିନିକ୍‌-ଭି ନେଇ କଥାବାର୍ତ୍ତା ଚାଲିଥିବା କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ରାଜେଶ ଭୂଷଣ ସୂଚନା ଦେଇଛନ୍ତି । ଏନେଇ ରୁଷିଆ ସରକାରଙ୍କଠାରୁ ପ୍ରାରମ୍ଭିକ ସୂଚନା ମିଳିଥିବା ବେଳେ କିନ୍ତୁ ଏନେଇ ସବିଶେଷ ସୂଚନାକୁ ଅପେକ୍ଷା କରାଯାଇଛି । ରୁଷିଆ ଟିକା ବ୍ୟବହାର ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ ବୋଲି ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଗତ ଅଗଷ୍ଟ ୧୧ ତାରିଖରେ ଘୋଷଣା କରିଥିଲେ । ଏହା ପରେ ଭାରତ ସରକାର ଏଦିଗରେ ଯୋଗାଯୋଗରେ ଥିବା ସ୍ୱାସ୍ଥ୍ୟ ସଚିବ ସୂଚନା ଦେଇଛନ୍ତି । ଏପଟେ ଦେଶରେ ବର୍ତ୍ତମାନ ତିନିଟି ଭ୍ୟାକ୍ସିନ ହ୍ୟୁମାନ ଟ୍ରାଏଲର ବିଭିନ୍ନ ପର୍ଯ୍ୟାୟରେ ରହିଛି ।

 

KNews Bureau

Recent Posts

ଟ୍ରକକୁ ଧକ୍କା ଦେଇ ଜଳିଗଲା ଆମ୍ବୁଲାନ୍ସ, ରୋଗୀ ସମେତ ୪ ଗୁରୁତର

ଜଳେଶ୍ବର (କେନ୍ୟୁଜ): ଟ୍ରକକୁ ଧକ୍କା ଦେଇ ଜଳିଗଲା ଆମ୍ବୁଲାନ୍ସ । ରୋଗୀ ସମେତ ୪ ଜଣ ଆମ୍ବୁଲାନ୍ସ କର୍ମଚାରୀ ଗୁରୁତର…

11 mins ago

ଅଣସର ନୀତି: ଜ୍ବରରେ ଆକ୍ରାନ୍ତ ମହାପ୍ରଭୁ, ପୂଜା ପାଇବେ ପଟି ଦିଅଁ

ପୁରୀ (କେନ୍ୟୁଜ): ଅତ୍ୟଧିକ ସ୍ନାନଯୋଗୁ ମହାପ୍ରଭୁ ଏବେ ଅସୁସ୍ଥ।  ଗତକାଲି ସ୍ନାନବେଦିରେ ୧୦୮ ଗରା ସୁବାସିତ ଜଳରେ ସ୍ନାନ ପରେ…

25 mins ago

ଅଣସର ଘରେ ମହାପ୍ରଭୁ, ଆଜିଠୁ ଅଲାରନାଥ ଦର୍ଶନ

ବ୍ରହ୍ମଗିରି (କେନ୍ୟୁଜ): ଆଜି ଠାରୁ ମହାପ୍ରଭୁ ଅଲାରନାଥଙ୍କ ଅଣସର ଦର୍ଶନ । ଚଳିତ ବର୍ଷ ୧୩ଦିନ ଧରି ଚାଲିବ ଏହି…

38 mins ago

ନିଟ୍ ପ୍ରଶ୍ନପତ୍ର ଲିକ୍ ବିବାଦ ମାମଲାରେ ବଡ଼ ଘୋଷଣା, CBIକୁ ତଦନ୍ତ ଭାର ହସ୍ତାନ୍ତର

ନୂଆଦିଲ୍ଲୀ : ଥମୁନି ନିଟ୍ ବିବାଦ । ନିଟ୍ ପ୍ରଶ୍ନପତ୍ର ଲିକ୍ ବିବାଦ ମାମଲାରେ କେନ୍ଦ୍ର ସରକାରଙ୍କ ବଡ଼ ଘୋଷଣା…

39 mins ago

ଆଜିର ରାଶିଫଳ : ଆଜି ଏହି ରାଶିର ଲୋକଙ୍କୁ କିଛି ନୂଆ କାର୍ଯ୍ୟ କରିବାକୁ ମିଳିବ, ବନ୍ଧୁଙ୍କ ସହ ଖୁସିର ସମୟ କାଟିବେ

ମେଷ: ଆଜି ଆପଣଙ୍କ ପାଇଁ ଦିନଟି ମିଶ୍ରିତ ରୂପେ ଲାଭଦାୟକ ରହିବ । ପାରିବାରିକ ସମ୍ପର୍କ ମଧୁର ହେବ ।…

8 hours ago

ସମ୍ଭାବ୍ୟ ବନ୍ୟା ପରିଚାଳନାର ପ୍ରସ୍ତୁତି ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀଙ୍କ ମୌସୁମୀ ଋତୁରେ ସମ୍ଭାବ୍ୟ ବନ୍ୟା ପରିଚାଳନାର ପ୍ରସ୍ତୁତି ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ। ଜଳସମ୍ପଦ ବିଭାଗର ବରିଷ୍ଠ…

9 hours ago