ନୂଆଦିଲ୍ଲୀ: ଦେଶରେ ୭୧ ଲକ୍ଷ ଟପିଲା କରୋନା ସଂକ୍ରମଣ । ୨୪ ଘଣ୍ଟାରେ ଆଉ ୬୬ ହଜାର ୭୩୨ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ୮୧୬ ଜୀବନ ନେଇଛି ମାରାତ୍ମକ ଭାଇରସ୍ ।
ନୂଆ ଆକ୍ରାନ୍ତଙ୍କୁ ମିଶାଇ ଦେଶରେ ସଂକ୍ରମିତଙ୍କ ସଂଖ୍ୟା ୭୧ ଲକ୍ଷ ୨୦ ହଜାର ୫୩୯କୁ ବୃଦ୍ଧି ପାଇଛି । ସୁସ୍ଥ ହେଲେଣି ୬୧ ଲକ୍ଷ ୪୯ ହଜାର ୫୩୬ ଜଣ । ଏବେ ଦେଶରେ ଆକ୍ଟିଭ୍ କେସ୍ ୮ ଲକ୍ଷ ୬୧ ହଜାର ୮୫୩ ରହିଛି । ମୋଟ୍ ୧ ଲକ୍ଷ ୯ ହଜାର ୧୫୦ ଜଣ କରୋନାରୁ ଆରୋଗ୍ୟ ହୋଇ ସାରିଲେଣି । ଦେଶରେ ଆରୋଗ୍ୟ ହାର ରହିଛି ୮୬. ୩୬ ପ୍ରତିଶତ ।