କରୋନା ପ୍ରଭାବ: ବରମାଳା ପିନ୍ଧାଇବା ପୂର୍ବରୁ କନ୍ୟା, ବରକୁ ପିନ୍ଧାଇଲେ ମାସ୍କ, ଇଣ୍ଟରନେଟରେ ଫଟୋ ଭାଇରଲ

କରୋନା ଭାଇରସର ପ୍ରଭାବ ବର୍ତ୍ତମାନ ବିବାହ ଉପରେ ମଧ୍ୟ ପଡୁଥିବା ଦେଖିବାକୁ ମିଳୁଛି। ଏକ ବିବାହରେ କନ୍ୟା, ବରକୁ ବରମାଳା ପିନ୍ଧାଇବା ପୂର୍ବରୁ ମାସ୍କ ପିନ୍ଧାଇଛନ୍ତି। କେବଳ ଏତିକି ନୁହେଁ, ଉଭୟ ବର, କନ୍ୟା ସରକାରଙ୍କ ନିୟମକୁ ଧ୍ୟାନରେ ରଖି ସୋସିଆଲ ଡିଷ୍ଟାନସିଂରେ ବିବାହ କରିଛନ୍ତି।

ସୂଚନା ମୁତାବକ, ମାମଲା ଜୋଧପୁରର ଭଦବାସିଆ ଅଞ୍ଚଳର। ଏଠାରେ ଏକ ବର, କନ୍ୟା ଯୋଡ଼ି ଲକଡାଉନ ଭିତରେ ବିବାହ କରିଛନ୍ତି। କନ୍ୟା ନିତୁ କହିଛନ୍ତି, ‘ଆମେ ସୋସିଆଲ ଡିଷ୍ଟାନସିଂର ନିୟମ ପାଳନ କରିଛୁ ଏବଂ ମାସ୍କ ମଧ୍ୟ ପିନ୍ଧିଛୁ। ସମସ୍ତଙ୍କୁ କରୋନା ଭାଇରସରୁ ବର୍ତ୍ତିବା ପାଇଁ ମାସ୍କ ପିନ୍ଧିବା ଜରୁରୀ’।

ତେବେ ଏହି ନବଦମ୍ପତି ସୋସିଆଲ ଡିଷ୍ଟାନସିଂରେ ପରସ୍ପରକୁ ବରମାଳା ମଧ୍ୟ ପିନ୍ଧାଇଥିଲେ। ପୂର୍ବରୁ ବି ଏମିତି କେତେକ ମାମଲା ସାମ୍ନାକୁ ଆସିଛି। ଉତ୍ତର ପ୍ରଦେଶର ବାରାବଙ୍କିରେ ଏକ ବର, କନ୍ୟା ମାସ୍କ ପିନ୍ଧି ମଣ୍ଡପରେ ବସିଥିଲେ। ସାତ ଫେରା ନେବା ପୂର୍ବରୁ ପଣ୍ଡିତ ଦୁଇଜଣଙ୍କ ହାତରେ ସାନିଟାଇଜର ଲଗାଇଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.