ଆଣ୍ଟାର୍କଟିକାରେ କରୋନା ସଂକ୍ରମଣ, ବେଲଜିୟମର ଏକ ସାଇଣ୍ଟିଫିକ୍ ରିସର୍ଚ୍ଚ ଷ୍ଟେସନରେ କରୋନା

କେନ୍ୟୁଜ୍(ବ୍ୟୁରୋ): ଆଣ୍ଟାର୍କଟିକାରେ କରୋନା ସଂକ୍ରମଣ । ବେଲଜିୟମର ଏକ ସାଇଣ୍ଟିଫିକ୍ ରିସର୍ଚ୍ଚ ଷ୍ଟେସନରେ ଥିବା ୨୫ ଜଣ କର୍ମଚାରୀଙ୍କ ମଧ୍ୟରୁ ୧୬ ଜଣଙ୍କୁ ହୋଇଛି କରୋନା । ସମସ୍ତ କର୍ମଚାରୀ ସମ୍ପୂର୍ଣ୍ଣ ଟିକା ନେଇଥିଲେ ମଧ୍ୟ କରୋନା ସଂକ୍ରମିତ ହୋଇଛନ୍ତି । ବିଶ୍ୱର ସବୁଠୁ ରିମୋଟ ଅଞ୍ଚଳରେ ରହିଛି ଏହି ପ୍ରିନସେସ୍ ଏଲିଜାବେଥ୍ ପୋଲାର ଷ୍ଟେସନ ।
ସଂକ୍ରମଣ ସାମାନ୍ୟ ରହିଥିବା ଜଣାପଡିଛି । ସମସ୍ତଙ୍କୁ ଷ୍ଟେସନ ଛାଡ଼ିବାକୁ କୁହାଯାଇଥିଲେ ମଧ୍ୟ ସେମାନେ ସ୍ୱଇଛାରେ ରହିବାକୁ ନିଷ୍ପତ୍ତି ନେଇଛନ୍ତି । ପ୍ରଥମ କେସ ଡିସେମ୍ବର ୧୪ରେ ଆସିଥିଲା । ବ୍ୟକ୍ତି ଜଣକ କ୍ୱାରେଣ୍ଟାଇନ୍ରେ ରହିଥିଲେ ମଧ୍ୟ ସଂକ୍ରମଣ ଅନ୍ୟମାନଙ୍କୁ ବ୍ୟାପିଥିଲା ।