କରୋନା ତୃତୀୟ ଲହର ନେଇ ସତର୍କବାଣୀ ଦେଲେ ବିଶେଷଜ୍ଞ, ଅଗଷ୍ଟରେ ଆସିବ ଥାର୍ଡ ୱେଭ

କେନ୍ଯୁଜ (ବ୍ଯୁରୋ): ଅଗଷ୍ଟରେ ଆସିବ ଥାର୍ଡ ୱେଭ । ଅକ୍ଟୋବରରେ ପିକ୍‌ରେ ପହଞ୍ଚିବ କରୋନା ସଂକ୍ରମଣ। ଦେଶରେ ଦ୍ୱିତୀୟ ଲହର ଶେଷ ହୋଇନଥିବାବେଳେ କରୋନା ତୃତୀୟ ଲହର ନେଇ ସତର୍କବାଣୀ ଦେଇଛନ୍ତି ବିଶେଷଜ୍ଞ। ତୃତୀୟ ଲହରରେ ଦିନକରେ ପ୍ରାୟ ୧ଲକ୍ଷ କରୋନା ମାମଲା ଆସିପାରେ। ଏହା ବୃଦ୍ଧି ପାଇଁ ୧ଲକ୍ଷ ୫୦ହଜାରରେ ପହଞ୍ଚିବାର ସମ୍ଭାବନା ରହିଛି।

ହାଇଦ୍ରାବାଦ ଓ କାନପୁର ଆଇଆଇଟିର ମଥୁକୁମାଲି ବିଦ୍ୟାସାଗର ଓ ମନିନ୍ଦ୍ରା ଅଗ୍ରଓ୍ଵାଲଙ୍କ ବ୍ଲୁମବର୍ଗରେ ପ୍ରକାଶିତ ଏକ ରିର୍ପୋଟରୁ ଏହା ଜଣାପଡିଛି। କିଛି ଦିନ ହେବ ଦେଶରେ ୪୦ହଜାର ଉପରେ ରହୁଛି କରୋନା ସଂକ୍ରମଣ। ଏହା ତୃତୀୟ ଲହରକୁ ଆଗକୁ ବଢାଇବାରେ ସହାୟକ ହେବ। କେରଳ ଓ ମହାରାଷ୍ଟ୍ରରୁ ଆସୁଥିବା କରୋନା ମାମଲା ସ୍ଥିତି ଆହୁରି ଖରାପ କରିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.