ଭାରତରେ ସ୍ଥିତି ଅସମ୍ଭାଳ, ୪ ଲକ୍ଷ ମୁହାଁ ହେଲା ଦୈନିକ ସଂକ୍ରମଣ

ନୂଆଦିଲ୍ଲୀ : ଭାରତରେ ସ୍ଥିତି ଅସମ୍ଭାଳ। ଦେଶରେ ୪ ଲକ୍ଷ ମୁହାଁ ଦୈନିକ କରୋନା ସଂକ୍ରମଣ। ଅନେକ ରାଜ୍ୟରେ ଲକଡାଉନ୍, ନାଇଟ୍ କର୍ଫ୍ୟୁ ଆଦି ଲାଗିଥିଲେ ମଧ୍ୟ ସଂକ୍ରମଣ ଥମୁନାହିଁ। ଗତ ୨୪ ଘଣ୍ଟାରେ ୩ ଲକ୍ଷ ୮୬ ହଜାର ୪୫୨ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏହାସହ ୩୧ ଲକ୍ଷ ଉପରେ ଆକ୍ଟିଭ୍‌ କେସ୍‌ । ଆକ୍ଟିଭ କେସରେ ଭାରତ ଦ୍ୱିତୀୟ ରହିଛି । ଦେଶରେ ସକ୍ରୀୟ ମାମଲା ଦ୍ରୁତ ଗତିରେ ବୃଦ୍ଧି ପାଉଛି । ୨୪ ଘଣ୍ଟାରେ ପ୍ରାୟ ସାଢ଼େ ତିନି ହଜାର ଜଣଙ୍କ ଜୀବନ ନେଇଛି କୋଭିଡ୍‌। ମୃତ୍ୟୁ ସଂଖ୍ୟା ରହିଛି ୩ ହଜାର ୪୯୮। ମହାରାଷ୍ଟ୍ରରେ ୭୭୧,ଦିଲ୍ଲୀରେ ୩୯୫, ଉତ୍ତରପ୍ରଦେଶରେ ୨୯୫, କର୍ଣ୍ଣାଟକରେ ୨୭୦, ଛତିଶଗଡ଼ରେ ୨୫୧, ଗୁଜରାଟରେ ୧୮୦,ରାଜସ୍ଥାନରେ ୧୫୮, ଝାଡ଼ଖଣ୍ଡରେ ୧୪୫, ପଞ୍ଜବରେ ୧୩୭ ଓ ତାମିଲନାଡୁରେ ୧୦୭ ଜଣଙ୍କ ମୃତ୍ୟୁ ହୋଇଛି।

Leave A Reply

Your email address will not be published.