ଡୋନାଲ୍ଡ ଟ୍ରମ୍ପଙ୍କ ବ୍ୟକ୍ତିଗତ ପରାମର୍ଶଦାତା କରୋନା ପଜିଟିଭ ଚିହ୍ନଟ, ପତ୍ନୀଙ୍କ ସହ କ୍ୱାରେଣ୍ଟାଇନରେ ରହିଲେ ଆମେରିକା ରାଷ୍ଟ୍ରପତି

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବ୍ୟକ୍ତିଗତ ପରାମର୍ଶଦାତା କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏହା ପରେ ଟ୍ରମ୍ପ ଏବଂ ତାଙ୍କ ପତ୍ନୀ ମେଲାନିଆ ଟ୍ରମ୍ପ ନିଜକୁ କ୍ୱାରେଣ୍ଟାଇନ କରିଛନ୍ତି । ସୂଚନାଯୋଗ୍ୟ ଯେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବ୍ୟକ୍ତିଗତ ପରାମର୍ଶଦାତା ହୋପ୍ ହିକ୍ସଙ୍କର କରୋନା ଲକ୍ଷଣ ଦେଖାଯିବା ପରେ ସେ କରୋନା ଟେଷ୍ଟ କରିଥିଲେ ।

ହିକ୍ସ ଏୟାରଫୋର୍ସ ୱାନରୁ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ନିୟମିତ ଯାତ୍ରା କରନ୍ତି । ନିକଟରେ ହୋପ୍ ହିକ୍ସ ଅନ୍ୟ ବରିଷ୍ଠ ସହକର୍ମୀଙ୍କ ସହ ପ୍ରେସିଡେଣ୍ଟ ଡିବେଟ ପାଇଁ କ୍ଲିଭଲ୍ୟାଣ୍ଡ ଯାଇଥିଲେ । ହ୍ୱାଇଟ ହାଉସ ଏକ ବିବୃତ୍ତିରେ କହିଛି ଯେ ତାଙ୍କ ପାଇଁ କାର୍ଯ୍ୟ କରୁଥିବା ସମସ୍ତଙ୍କ ସ୍ୱାସ୍ଥ୍ୟ ଏବଂ ନିରାପତ୍ତାକୁ ରାଷ୍ଟ୍ରପତି ଟ୍ରମ୍ପ ଗୁରୁତର ସହ ନେଇଛନ୍ତି ।


ହୋପ୍ ହିକ୍ସ କରୋନା ପଜିଟିଭ୍ଆ ଚିହ୍ନଟ ପରେ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଟ୍ୱିଟ୍ କରି କହିଛନ୍ତି ଯେ “ହୋପ ହିକ୍ସ ! ବିନା ବ୍ରେକରେ ଏତେ ପରିଶ୍ରମ କରୁଥିବା ହୋପ୍ ହିକ୍ସ କରୋନା ପଜିଟିଭ୍ । ଦ ଫାଷ୍ଟ ଲେଡି ଏବଂ ମୁଁ କରୋନା ରେଜଲ୍ଟକୁ ଅପେକ୍ଷା କରିଛୁ । ଆଉ ଏହା ମଧ୍ୟରେ ଆମେ ନିଜକୁ କ୍ୱାରେଣ୍ଟାଇନ କରୁଛୁ । ଚଳିତ ବର୍ଷ ହୋପ ହିକ୍ସ ଘରୋଇ କ୍ଷେତ୍ରରେ କାମ କରିବା ପରେ ହ୍ୱାଇଟ ହାଉସକୁ ଫେରିଥିଲେ । ତାଙ୍କୁ ଆମେରିକାର ରାଷ୍ଟ୍ରପତିଙ୍କ ବ୍ୟକ୍ତିଗତ ପରାମର୍ଶଦାତା କରାଯାଇଛି । ଏହାପୂର୍ବରୁ ସେ ହ୍ୱାଇଟ ହାଉସର ସଂଚାର ନିର୍ଦ୍ଦେଶକ ଭାବରେ କାର୍ଯ୍ୟ କରୁଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.