ଚୀନ୍‌କୁ ୭ ମାସ ପରେ ଫେରିଲା କରୋନା, ୫୦ ଲକ୍ଷ ଲୋକଙ୍କର କରାଯାଉଛି ଟେଷ୍ଟ, ଲାଗୁ ହେବ ଲକଡାଉନ୍‌

ଚୀନ୍‌କୁ ଲେଉଟିଲା କରୋନା। ଦୀର୍ଘ ଦିନ ପରେ ପୁଣିଥରେ ଚୀନ୍‌କୁ ଫେରିଛି କରୋନା। ଚୀନ୍‌ର ଏକ ବଡ଼ ସହରରେ ପ୍ରାୟ ୫ ମିଲିୟନ୍‌ ବା ୫୦ ଲକ୍ଷ ଲୋକ ଏକାସଙ୍ଗେ କରୋନା ଭାଇରସ୍‌ ଟେଷ୍ଟ କରିବା ଆରମ୍ଭ କରିଛନ୍ତି ଓ ପୂରା ସହରରେ ଲକ୍‌ଡାଉନ୍‌ ଲାଗୁ କରିବାକୁ ପ୍ରସ୍ତୁତି ଚାଲିଛି। ଚୀନ୍‌ର ସିନ୍‌ଜିୟାଙ୍ଗ୍‌ର ପଶ୍ଚିମ କ୍ଷେତ୍ରର କାଶଗର ଅଞ୍ଚଳରେ ଲକ୍‌ଡାଉନ୍‌ ଲାଗୁ କରିବାକୁ ଯୋଜନା ହେଉଛି। ଏହି ଅଞ୍ଚଳରେ ଶନିବାର କରୋନା ଭାଇରସ୍‌ର ଗୋଟିଏ ମାମଲା ସାମ୍ନାକୁ ଆସିବା ପରେ ଯୁଦ୍ଧକାଳୀନ ଭିତ୍ତିରେ କୋଭିଡ୍‌ ଟେଷ୍ଟିଂ ଆରମ୍ଭ ହୋଇଛି।

coronavirus

ଏବେ ଟେଷ୍ଟିଂ ବେଳେ ସ୍ଥାନୀୟ ଅଞ୍ଚଳରେ ୧୩୭ଟି ନୂଆ ମାମଲା ସାମ୍ନାକୁ ଆସିଛି। ସ୍ୱାସ୍ଥ୍ୟ ବିଭାଗର ରିପୋର୍ଟ ମୁତାବକ ଗତ ୭ ମାସ ମଧ୍ୟରେ ଏହା କରୋନାର ସର୍ବାଧିକ ମାମଲା। ଏଣୁ ସଂକ୍ରମଣ ଯେମିତି ନ ବ୍ୟାପିବ ତାହାକୁ ଦୃଷ୍ଟିରେ ରଖି ସ୍ଥାନୀୟ ଅଞ୍ଚଳକୁ ବନ୍ଦ କରି ଦେବାକୁ ପ୍ରସ୍ତୁତି ଚାଲିଛି। ଲୋକମାନେ ମଧ୍ୟ ପ୍ରଶାସନକୁ ପୂର୍ଣ୍ଣ ସମର୍ଥନ ଜଣାଉଛନ୍ତି।

china

ରବିବାର ଅପରାହ୍ନ ପର୍ଯ୍ୟନ୍ତ ୨.୮ ମିଲିୟନ୍‌ ଲୋକଙ୍କ ଟେଷ୍ଟ କରାଯାଇଛି। ମଙ୍ଗଳବାର ଭିତରେ ସମସ୍ତଙ୍କ ଟେଷ୍ଟ ସରିବ ବୋଲି ସରକାର ଆଶା କରୁଛନ୍ତି। ପ୍ରକାଶ ଯେ ଚୀନ୍‌ରେ କରୋନା ସଂକ୍ରମଣ ମାର୍ଚ୍ଚ ମାସରେ ନିୟନ୍ତ୍ରଣକୁ ଆସିବା ପରେ ଏବେ ପୁଣିଥରେ ବ୍ୟାପିବା ଆରମ୍ଭ କରିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.