ଦେଶରେ ସାଂଘାତିକ ହେଉଛି କରୋନା ସ୍ଥିତି, ପ୍ରଥମ ଥର ଦୈନିକ ସଂକ୍ରମଣ ୨ ଲକ୍ଷ ୬୧ ହଜାର ୫୦୦

ଦେଶରେ ସାଂଘାତିକ ହେଉଛି କରୋନା ସ୍ଥିତି । ସଂକ୍ରମଣ ସହ ବଢୁଛି ମୃତ୍ୟୁ ସଂଖ୍ୟା । ଗୋଟିଏ ଦିନରେ ୧୫୦୧ ଜଣଙ୍କ ଜୀବନ ନେଇଛି ମହାମାରୀ । ସେହିପରି ୨୪ ଘଣ୍ଟାରେ ପ୍ରଥମ ଥର ପାଇଁ ଦେଶରେ ଦୈନିକ ଆକ୍ରାନ୍ତଙ୍କ ସଂଖ୍ୟା ୨ ଲକ୍ଷ ୬୦ ହଜାର ପାର କରିଛି । ଦିନକରେ ୨ ଲକ୍ଷ ୬୧ ହଜାର ୫୦୦ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ଲଗାତାର ଚତୁର୍ଥ ଦିନରେ ୨ ଲକ୍ଷ ଉପରେ ପଜିଟିଭ୍‌ ଆସୁଥିବା ବେଳେ ପ୍ରଥମ ଥର ଅଢେଇ ଲକ୍ଷ ପାର କରିଛି ଦୈନିକ ସଂକ୍ରମଣ । ଏବେ ଦେଶରେ ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୧ କୋଟି ୪୭ ଲକ୍ଷ ୮୮ ହଜାର ୧୦୯ରେ ପହଞ୍ଚିଛି । ଆକ୍ଟିଭ୍‌ କେସ୍‌ ୧୮ ଲକ୍ଷ ୧ ହଜାର ୩୧୬ ଥିବା ବେଳେ ମୃତ୍ୟୁ ସଂଖ୍ୟା ୧ ଲକ୍ଷ ୭୭ ହଜାର ୧୫୦ ହେଲାଣି ।

Leave A Reply

Your email address will not be published.