କୋରୋନା ଭାଇରସ୍‌ ଆତଙ୍କ! ଏବେ ଚାଓମିନ୍‌ ଓ ଫ୍ରାଏଡ୍‌ ରାଇସ୍‌ ଭଳି ଚାଇନିଜ୍‌ ଖାଦ୍ୟ ଖାଇବାକୁ ବି ଭୟ କଲେଣି ଲୋକେ

କୋରୋନା ଭାଇରସ୍‌ର ଆତଙ୍କ ଏତେ ମାତ୍ରାରେ ବଢ଼ିଗଲାଣି ଯେ ଭୟରେ ଲୋକେ ଅଦ୍ଭୁତ ଉପାୟ ଆପଣାଉଥିବା ଦେଖିବାକୁ ମିଳୁଛି। କିଏ ମୁଣ୍ଡରେ ଜରି ଓ ପ୍ଲାଷ୍ଟିକ ବୋତଲ ଲଗାଇ ବୁଲୁଛି ତ ଆଉ କିଏ ମାସ୍କ ପିନ୍ଧି ବାହାରକୁ ବାହାରୁଛନ୍ତି। ସେତେ ଜରୁରୀ ନ ପଡ଼ିଲେ ଲୋକମାନେ ବାହାରକୁ ବାହାରୁନଥିବା ଜଣାଯାଇଛି।

Related image

ଇତି ମଧ୍ୟରେ ଆଉ ଏକ ରୋଚକ ତଥ୍ୟ ସାମ୍ନାକୁ ଆସିଛି। ଲୋକମାନେ କୋରୋନାରୁ ବର୍ତ୍ତିବା ପାଇଁ ଚାଓମିନ, ଫ୍ରାଏଡ ରାଇସ୍‌ ଭଳି ଚାଇନିଜ୍‌ ଖାଦ୍ୟ ଖାଇବା ବନ୍ଦ କରି ଦେଇଥିବା ସୂଚନା ମିଳିଛି। କେବଳ ଏତିକି ନୁହେଁ କୋରୋନା ହେବା ଆଶଙ୍କାରେ ଲୋକେ ଚାଇନିଜ୍‌ ରେଷ୍ଟୁରାଣ୍ଟକୁ ମଧ୍ୟ ଯାଉନଥିବା ଜଣାଯାଇଛି।

Image result for chow mein

ରିପୋର୍ଟ ମୁତାବକ, କୋରୋନା ଭାଇରସ୍‌ର ସବୁଠାରୁ ଅଧିକ ପ୍ରଭାବ ଚାଇନିଜ୍‌ ଖାଇବା ପରଷୁଥିବା ରେସ୍ତୋରାଁ ଉପରେ ପଡ଼ିଛି। ଆମେରିକା, ଭିଏତନାମ, ଫିଲିପାଇନ୍ସ ଓ ୟୁରୋପ ସମେତ ଅନ୍ୟାନ୍ୟ ଦେଶର ଲୋକେ ଚାଇନିଜ୍‌ ରୋସ୍ତୋରାଁରେ ଖାଦ୍ୟ ଖାଇବା ବନ୍ଦ କରି ଦେଇଛନ୍ତି। ଆମେରିକାରେ ଏହାର ସବୁଠାରୁ ଅଧିକ ପ୍ରଭାବ ଦେଖାଦେଇଛି। ଲୋକମାନେ ଚାଓମିନ, ଫ୍ରାଏଡ୍‌ ରାଇସ୍‌ ଓ ଚିକେନ୍‌ ରୋଲ୍ସ ଖାଇବା ପରିବର୍ତ୍ତେ ବର୍ଗର ଓ ହଟ୍‌ ଡଗ୍‌ ଆଦି ଖାଇବାକୁ ଇଚ୍ଛା ପ୍ରକାଶ କରୁଥିବା ଦେଖାଯାଇଛି।

Image result for fried rice in china

ତେବେ ଚୀନର ଲୋକେ ଏଭଳି ନ କରିବାକୁ ଅନ୍ୟମାନଙ୍କୁ ବୁଝାଉଛନ୍ତି। ଚାଇନିଜ୍‌ ଖାଦ୍ୟରେ କୋରୋନା ଭାଇରସ୍‌ ନାହିଁ ବୋଲି WHO ମତ ଦେଇଥିବା ସେମାନେ ଲୋକଙ୍କୁ ବୁଝାଉଥିବା ଦେଖାଯାଇଛି।

Image result for odisha fish market

କୋରୋନା ଭାଇରସ୍‌ ଯୋଗୁ ଓଡ଼ିଶା ଲୋକ ବି ଭୟରେ ଅଛନ୍ତି। କୋରୋନା ସହ ଓଡ଼ିଶାର କେତେକ ସ୍ଥାନରେ ବାର୍ଡ ଫ୍ଲୁ ମଧ୍ୟ ଦେଖାଦେଇଥିବାରୁ ଲୋକେ ଭୟରେ ଚାଇନିଜ୍‌ ଖାଦ୍ୟ ସହ ଚିକେନ୍‌ ଖାଇବା ବି ଛାଡ଼ି ଦେଲେନି। ଚିକେନ୍‌ ଓ ଅଣ୍ଡା ବଦଳରେ ଲୋକମାନେ ଏବେ ମାଛ ଖାଇବାକୁ ଅଧିକ ଆଗ୍ରହ ପ୍ରକାଶ କରୁଥିବା ଦେଖାଯାଇଛି। ଏଣୁ ମାଛର ଦାମ୍‌ ଆଶାତୀତ ଭାବେ ବୃଦ୍ଧି ପାଉଥିବା ଜଣାଯାଇଛି, ଯାହାର ପ୍ରଭାବ ସିଧାସଳଖ ସାଧାରଣ ଲୋକଙ୍କ ଉପରେ ପଡ଼ିଛି। କହିବାକୁ ଗଲେ କୋରୋନା ଯୋଗୁ ଆମ ରାଜ୍ୟର ଲୋକ ମଧ୍ୟ ପ୍ରଭାବିତ ହେଉଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.