ଦେଶ ବିଦେଶ

ସାଉଦି ଆରବକୁ ଫେରିଲା କରୋନା: ଭାରତ ସମେତ ୧୬ଦେଶକୁ ଯାତ୍ରା ଉପରେ କଟକଣା

ନୂଆଦିଲ୍ଲୀ : ସାଉଦି ଆରବରେ କରୋନା ମାମଲା ଦ୍ରୁତ ଗତିରେ ବୃଦ୍ଧି ପାଉଛି। ବୃଦ୍ଧି ପାଉଥିବା ସଂକ୍ରମଣକୁ ଦୃଷ୍ଟିରେ ରଖି ସାଉଦି ଆରବ ଏହାର ନାଗରିକ ମାନଙ୍କୁ ୧୬ ଟି ଦେଶକୁ ଯାତ୍ରା ଉପରେ ପ୍ରତିବନ୍ଧକ ଲଗାଇଛି। ଏହି ଦେଶଗୁଡ଼ିକରେ ଭାରତ ମଧ୍ୟ ଅନ୍ତର୍ଭୁକ୍ତ।

ସାଉଦି ଆରବର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଲୋକଙ୍କୁ ଆଶ୍ୱାସନା ଦେଇଛି ଯେ ଦେଶରେ ମଙ୍କିପକ୍ସ କୌଣସି ମାମଲା ସାମ୍ନାକୁ ଆସିନାହିଁ । ଏହା ମଧ୍ୟ କୁହାଯାଇଛି ଯେ ଯଦି ଦେଶରେ ମଙ୍କିପକ୍ସର ମାମଲା ଚିହ୍ନଟ କରାଯାଏ ତେବେ ଏହି ସଂକ୍ରମଣ ସହ ମୁକାବିଲା କରିବାର କ୍ଷମତା ରହିଛି।

ଡେପୁଟି ସ୍ୱାସ୍ଥ୍ୟମନ୍ତ୍ରୀ ଅବଦୁଲ୍ଲା ଆସିରି କହିଛନ୍ତି ଯେ, ବର୍ତ୍ତମାନ ପର୍ଯ୍ୟନ୍ତ ମଣିଷମାନଙ୍କ ମଧ୍ୟରେ ମଙ୍କିପକ୍ସ ସଂକ୍ରମଣର ମାମଲା ବହୁତ ସୀମିତ ରହିଛି। ତେଣୁ ଏଥିରୁ କୌଣସି ରୋଗ ହେବାର ସମ୍ଭାବନା ବହୁତ କମ୍ । WHO ଏପର୍ଯ୍ୟନ୍ତ ୧୧ ଟି ଦେଶରେ ୮୦ ଟି ମଙ୍କିପକ୍ସର ମାମଲା ନିଶ୍ଚିତ କରିଛି। ଏହି ସଂକ୍ରମଣ ବିସ୍ତାରର କାରଣ ଖୋଜିବାକୁ ଚେଷ୍ଟା କରୁଛି ବୋଲି WHO କହିଛି।

ଶନିବାର ଦିନ ସାଉଦି ଆରବରେ ୪୧୪ ଟି ନୂଆ କରୋନା କେସ ସାମ୍ନାକୁ ଆସିଛି। ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ସୂଚନା ଅନୁଯାୟୀ, ଦେଶରେ ବର୍ତ୍ତମାନ ସୁଦ୍ଧା ମୋଟ ୭୬୨୫୭୫ ଟି କରୋନା ମାମଲା ଚିହ୍ନଟ ହୋଇଛି । କେବଳ ଏତିକି ନୁହେଁ, ବର୍ତ୍ତମାନ ପର୍ଯ୍ୟନ୍ତ ଏଠାରେ କରୋନାରେ ୯୧୨୮ ଜଣଙ୍କର ମୃତ୍ୟୁ ହୋଇଛି। ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଯେ ସାମ୍ପ୍ରତିକ ମାମଲାରେ ୮୧ ଜଣଙ୍କ ଅବସ୍ଥା ଗୁରୁତର ରହିଛି। ସାଉଦି ଆରବରେ ଗତ ୨୪ ଘଣ୍ଟା ମଧ୍ୟରେ ୪୭୪ ଜଣ ଲୋକ କରୋନାରୁ ଆରୋଗ୍ୟ ଲାଭ କରିଛନ୍ତି। ଦେଶରେ ଏପର୍ଯ୍ୟନ୍ତ ୬୪୪୮ ସକ୍ରିୟ ମାମଲା ରହିଛି।

Barsha

Recent Posts

ଟି-ଟ୍ବେଣ୍ଟି ବିଶ୍ବକପ୍ : ସୁପର-୮ରେ ଭାରତର ଦ୍ବିତୀୟ ବିଜୟ, ବାଂଲାଦେଶକୁ ୫୦ ରନରେ କଲା ପରାସ୍ତ

ଟି-ଟ୍ବେଣ୍ଟି ବିଶ୍ବକପ୍ ରେ ବାଂଲାଦେଶକୁ ହରାଇ ସୁପର-୮ରେ ଭାରତର କ୍ରମାଗତ ବିଜୟ । ବାଂଲାଦେଶକୁ ୫୦ ରନରେ ପରାସ୍ତ କରି…

3 mins ago

ସ୍ଥିର ରହିଛି ସୁନା ଦର, କିଣିବାକୁ ଚାହୁଁଛନ୍ତି କି ଆଜି ହିଁ ନେଇ ଆସନ୍ତୁ

ଆଜି ସ୍ଥିର ରହିଛି ସୁନା-ରୂପା ଦର । ଯଦି ଆପଣ ବିବାହ ସିଜିନରେ ଶସ୍ତାରେ ସୁନା କିଣିବାକୁ ଚାହାଁନ୍ତି ତେବେ…

19 mins ago

ବାରିପଦା ବସ ଷ୍ଟାଣ୍ଡରେ ହଣାକଟା ଘଟଣା: ଉଭୟ ପକ୍ଷରୁ ୧୦ ଜଣଙ୍କୁ ଗିରଫ କରିଛି ପୋଲିସ୍

ବାରିପଦା (କେନ୍ୟୁଜ): ବାରିପଦା ଘରୋଇ ବସଷ୍ଟାଣ୍ଡରେ ହଣାକଟା ଘଟଣାରେ ପୋଲିସର ଆକ୍ସନ । ଦୁଇଟି ପୃଥକ ପୃଥକ ମାମଲା ରୁଜୁ…

28 mins ago

ବାଲେଶ୍ବରରେ ସ୍ବାଭାବିକ ହେଉଛି ସ୍ଥିତି : ସକାଳ ୫ଟାରୁ ରାତି ୯ଟା ପର୍ଯ୍ୟନ୍ତ କର୍ଫ୍ୟୁ କୋହଳ

ବାଲେଶ୍ବର (କେନ୍ୟୁଜ): ବାଲେଶ୍ବରରେ ସ୍ବାଭାବିକ ହେଉଛି ସ୍ଥିତି । ପୌରପାଳିକାର ବିଭିନ୍ନ ଅଞ୍ଚଳରେ କୋହଳ ହେଉଛି କର୍ଫ୍ୟୁ । ଆଜି…

36 mins ago

ଟ୍ରକକୁ ଧକ୍କା ଦେଇ ଜଳିଗଲା ଆମ୍ବୁଲାନ୍ସ, ରୋଗୀ ସମେତ ୪ ଗୁରୁତର

ଜଳେଶ୍ବର (କେନ୍ୟୁଜ): ଟ୍ରକକୁ ଧକ୍କା ଦେଇ ଜଳିଗଲା ଆମ୍ବୁଲାନ୍ସ । ରୋଗୀ ସମେତ ୪ ଜଣ ଆମ୍ବୁଲାନ୍ସ କର୍ମଚାରୀ ଗୁରୁତର…

53 mins ago

ଅଣସର ନୀତି: ଜ୍ବରରେ ଆକ୍ରାନ୍ତ ମହାପ୍ରଭୁ, ପୂଜା ପାଇବେ ପଟି ଦିଅଁ

ପୁରୀ (କେନ୍ୟୁଜ): ଅତ୍ୟଧିକ ସ୍ନାନଯୋଗୁ ମହାପ୍ରଭୁ ଏବେ ଅସୁସ୍ଥ।  ଗତକାଲି ସ୍ନାନବେଦିରେ ୧୦୮ ଗରା ସୁବାସିତ ଜଳରେ ସ୍ନାନ ପରେ…

1 hour ago