ଆଗାମୀ ୪୦ ଦିନ ଭାରତ ପାଇଁ କଠିନ ସମୟ; ଜାନୁଆରୀରେ ପୁଣି ଆସିବ କରୋନାର ଲହର!

ବର୍ତ୍ତମାନ ଚୀନ ସହ ଅନ୍ୟାନ୍ୟ ଦେଶରେ କରୋନା ହୁହୁ ହୋଇ ମାଡ଼ି ଚାଲିଛି। ଦୈନିକ ହଜାର ହଜାର ଲୋକଙ୍କର ମୃତ୍ୟୁ ଘଟୁଛି। ଏବେ ଭାରତ ସମେତ ସାରା ବିଶ୍ୱରେ କରୋନା ବିପଦ ଆଶଙ୍କା ମଧ୍ୟରେ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଦାବି କରାଯାଉଛି ଯେ ଭାରତରେ କୋଭିଡ-୧୯ ମାମଲା ଜାନୁଆରୀରେ ଦ୍ରୁତ ଗତିରେ ବ୍ୟାପିପାରେ। ଏମିତିରେ ଆଗାମୀ ୪୦ ଦିନ ଭାରତ ପାଇଁ ଗୁରୁତ୍ୱପୂର୍ଣ୍ଣ ହେବାକୁ ଯାଉଛି। ମହାମାରୀ ବିସ୍ତାରର ପୂର୍ବ ଗତି ଦର୍ଶାଇ ସରକାରୀ ସୂତ୍ର ଏହି ସୂଚନା ଦେଇଛି।

ଯଦି ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ସୂତ୍ରକୁ ଦେଖାଯାଏ, ତା’ ହେଲେ ଗତଥର ପୂର୍ବ ଏସିଆରେ କରୋନା ଆସିବାର ୩୦ରୁ ୩୫ ଦିନ ପରେ ଭାରତରେ ମହାମାରୀର ଏକ ନୂଆ ଲହର ଆସିଥିଲା। ଏହା ଏକ ଟ୍ରେଣ୍ଡ ହୋଇଛି। ଯଦିଓ ଏହା ବି କୁହାଯାଇଛି କି, ସଂକ୍ରମଣର ଗମ୍ଭୀରତା କମ୍ ରହିଛି। ଯଦି କରୋନାର ଲହର ଆସେ, ତା’ ହେଲେ ଏଥିରେ ମୃତ୍ୟୁ ସଂଖ୍ୟା ଏବଂ ସଂକ୍ରମିତଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରିବାର ହାର ବହୁତ କମ୍ ରହିବ।

ଚୀନ ଏବଂ ଦକ୍ଷିଣ କୋରିଆ ସମେତ କେତେକ ଦେଶରେ କରୋନା ମାମଲା ଦ୍ରୁତ ଗତିରେ ବଢ଼ି ଚାଲିଛି। ଏହାରି ଭିତରେ କେନ୍ଦ୍ର ସରକାର ସତର୍କ ହୋଇଯାଇଛନ୍ତି। କୌଣସି ବି ପରିସ୍ଥିତିର ମୁକାବିଲା ପାଇଁ ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳଗୁଡିକୁ ପ୍ରସ୍ତୁତ ରହିବାକୁ ପରାମର୍ଶ ଦିଆଯାଇଛି।

ସ୍ୱାସ୍ଥ୍ୟ ମନ୍ତ୍ରାଳୟର ଏକ ସୂତ୍ରରୁ ଜଣାପଡ଼ିଛି, ଚୀନରେ ଆସିଥିବା କୋଭିଡ୍‌ ଲହରର କାରଣ ହେଉଛି ଓମିକ୍ରନର ସବ୍‌ ଭାରିଆଣ୍ଟ BF.7। ଏହି ଭାରିଆଣ୍ଟ ବହୁତ ଅଧିକ ବେଗରେ ସଂକ୍ରମଣ ବିସ୍ତାର କରିଥାଏ ଏବଂ ଏକ ସମୟରେ ୧୬ ଜଣ ଲୋକଙ୍କୁ ସଂକ୍ରମିତ କରିପାରେ। ସ୍ୱାସ୍ଥ୍ୟ ମନ୍ତ୍ରାଳୟର କହିବା ହେଲା, ଏଥର କରୋନାର ସଂକ୍ରମଣ ଲୋକମାନଙ୍କ ପାଇଁ ଅଧିକ ଗମ୍ଭୀର ହେବ ନାହିଁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.