ଦେଶ ବିଦେଶ

ମୁସଲମାନଙ୍କ ଅଙ୍ଗ ବାହାର କରି କରୋନା ପୀଡ଼ିତଙ୍କ ଚିକିତ୍ସା କରୁଛି ଚୀନ୍‌!

ଦୁନିଆରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କ୍ରମଶଃ ବଢ଼ିଚାଲିଛି। ଚୀନ୍‌ରେ କରୋନା ସଂକ୍ରମଣକୁ ପ୍ରାୟତଃ ନିୟନ୍ତ୍ରଣ କରାଯାଇଥିଲେ ମଧ୍ୟ ଏବେ ଚୀନ୍‌ର କାର୍ଯ୍ୟପନ୍ଥା ଉପରେ ପ୍ରଶ୍ନ ଉଠିଛି। ଏକ ରିପୋର୍ଟ ମୁତାବକ ଚୀନ୍‌ ସରକାର କ୍ୟାମ୍ପରେ ବନ୍ଦ ଥିବା ଉଇଗୁର ମୁସ୍‌ଲିମ୍‌ଙ୍କ ଅଙ୍ଗ ବାହାର କରି କରୋନା ପୀଡ଼ିତଙ୍କ ଚିକିତ୍ସା କରୁଛି।

ଲୋକପ୍ରିୟ ଇନ୍‌ଭେଷ୍ଟିଗେଟିଭ୍‌ ଜର୍ଣ୍ଣାଲିଷ୍ଟ ସିଜେ ଓ୍ଵର୍ଲମେନ୍‌ ଦାବି କରିଛନ୍ତି ଯେ ଏଭଳି କେତେକ ମାମଲା ସାମ୍ନାକୁ ଆସିଛି ଯେଉଁଥିରେ କରୋନା ଭାଇରସ୍‌ ପୀଡ଼ିତଙ୍କ ଜୀବନ ବଞ୍ଚାଇବା ପାଇଁ ଆବଶ୍ୟକ ପଡ଼ୁଥିବା ଅଙ୍ଗପ୍ରତ୍ୟଙ୍ଗ ସହଜରେ ଉପଲବ୍ଧ ହୋଇପାରୁଛି। ତେବେ ଏହା ପ୍ରଥମ ଥର ପାଇଁ ନୁହେଁ ପୂର୍ବରୁ ସେପ୍ଟେମ୍ବର ୨୦୧୯ ମସିହାରେ ମଧ୍ୟ ଏଭଳି ମାମଲା ସାମ୍ନାକୁ ଆସିଥିଲା, ଯେଉଁଥିରେ ଡିଟେନ୍ସନ୍‌ ସେଣ୍ଟରରେ ମୁସ୍‌ଲିମ୍‌ଙ୍କ ସହ ନିର୍ଯାତନା ହେଉଥିବା ଖବର ସାମ୍ନାକୁ ଆସିଥିଲା।

ସିଜେ ଓ୍ଵର୍ଲମେନ୍‌ଙ୍କ ସୂଚନା ମୁତାବକ ଚୀନ୍‌ରେ କିଛି ଦିନ ପୂର୍ବରୁ ପ୍ରଥମ ଥର ପାଇଁ ଡବଲ ଟ୍ରାନ୍ସପ୍ଲାଣ୍ଟର ସଫଳ ଅପରେସନ୍‌ ହୋଇଥିବା ନେଇ ଘୋଷଣା କରାଯାଇଥିଲା। ଏହି ଅପରେସନ୍‌ରେ ଜଣେ ୫୯ ବର୍ଷୀୟ ବ୍ୟକ୍ତିଙ୍କ ଜୀବନ ବଞ୍ଚାଇବା ପାଇଁ କରାଯାଇଥିଲା। ବ୍ୟକ୍ତି ଜଣକ କରୋନା ଭାଇରସ୍‌ ଯୋଗୁ ଅର୍ଗାନ୍‌ ଫେଲୁୟର ସମସ୍ୟାରେ ପୀଡ଼ିତ ଥିଲେ। ତେବେ ସେହି ସମୟରେ ଅଙ୍ଗପ୍ରତ୍ୟଙ୍ଗର ଅଧିକ ଡିମାଣ୍ଡ ଥିବା ବେଳେ ଦୁଇଟି ଯାକ ଅଙ୍ଗ ମାତ୍ର ୫ ଦିନରେ ଉପଲବ୍ଧ କରାଯିବା ସନ୍ଦେହ ସୃଷ୍ଟି କରିଥିଲା।

ଓ୍ଵର୍ଲମେନ୍‌ ନିଜ ରିପୋର୍ଟରେ କହିଥିଲେ ଯେ ଚୀନ୍‌ରେ ପ୍ରାୟ ୩୦ ଲକ୍ଷ ଉଇଗୁର ମୁସଲିମ୍‌ ଚୀନ୍‌ର ଡିଟେନ୍ସନ୍‌ କ୍ୟାମ୍ପରେ ରହୁଛନ୍ତି। ସେମାନଙ୍କ ପାଇଁ କୌଣସି ବ୍ୟବସ୍ଥା କରାଯାଉନାହିଁ। ଚୀନ୍‌ରେ କେବଳ ଗୋଟିଏ କିଡ୍‌ନୀ ପାଇଁ ବର୍ଷ ବର୍ଷ ଅପେକ୍ଷା କରିବାକୁ ପଡ଼ୁଥିବା ବେଳେ କରୋନା ବେଳେ ଏତେ ଶୀଘ୍ର ଅଙ୍ଗ ମିଳୁଥିବା ନିହାତି ଭାବେ ଆଶ୍ଚର୍ଯ୍ୟର କଥା। ମାତ୍ର ଏବେ କରୋନାରେ ପ୍ରାୟ ୧୦ ହଜାର ଅଙ୍ଗ ପ୍ରତ୍ୟାରୋପଣ କରାଯାଇଛି।

ଗତ ଫେବ୍ରୁଆରୀ ୨୯ ତାରିଖରେ ଚୀନ୍‌ରେ ଚାଲିଥିବା ଅଙ୍ଗପ୍ରତ୍ୟଙ୍ଗର କଳା କାରବାର ମାମଲା ସାମ୍ନାକୁ ଆସିଥିଲା। ଏହି ରିପୋର୍ଟରେ କୁହାଯାଇଛି ଯେ କ୍ୟାମ୍ପରେ ବନ୍ଦ ଥିବା ମୁସ୍‌ଲିମ୍‌ଙ୍କ ହାର୍ଟ, କିଡ୍‌ନୀ, ଲିଭର, ହୃତପିଣ୍ଡ, ଆଖି ଓ ଚର୍ମ ଆଦିକୁ ବାହାର କରାଯାଇ ବ୍ଲାକ୍‌ ମାର୍କେଟରେ ବିକ୍ରି କରାଯାଉଛି। କେତେକ ଅନ୍ତର୍ଜାତୀୟ ଏଜେନ୍ସି ମଧ୍ୟ ଏନେଇ ଅଭିଯୋଗ କରିଛନ୍ତି। ଏଣୁ ତୁରନ୍ତ ଏହାକୁ ରୋକାଯିବା ସହ ଦୋଷୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ପାଇଁ ସେମାନେ ଦାବି କରିଛନ୍ତି।

WCW 11

Recent Posts

ବିମାନରେ ବସି ଯାତ୍ରା କରୁଥିଲେ ଯାତ୍ରୀ, କିନ୍ତୁ ଯାତ୍ରୀଙ୍କ ନାକ କାନରୁ ବାହାରିଲା ରକ୍ତ

ବିମାନରେ ବସି ଯାତ୍ରା କରୁଥିଲେ ଯାତ୍ରୀ । ହେଲେ ହଠାତ୍‌ ଯାତ୍ରୀଙ୍କ ନାକରୁ ରକ୍ତ ବାହାରିବା ସହ କାନରେ ଯନ୍ତ୍ରଣା…

4 mins ago

ଗ୍ରୁପରୁ ଋଣ ଉଠାଇ ଫେରାର୍, ଅଭିଯୁକ୍ତ ଘରେ ତାଲା ପକାଇଲେ ଗାଁର ମହିଳା

କଣ୍ଟାବାଞ୍ଜି: ଟଙ୍କା ନେଇ ଛୁ ମାରିଲେ, ହେଲେ ଚୁପ୍ ବସିଲେନି ଗାଁର ମହିଳାମାନେ । ସିଧା ଘରକୁ ଗଲେ ଆଉ…

12 mins ago

ମାସକ ଭିତରେ ମୁକୁଳା ଡ୍ରେନରେ ପଡ଼ିବ ସ୍ଲାବ, ସପ୍ତାହ ଭିତରେ ସରିବ ବାରିକେଡ କାମ: BMC କମିଶନର

ଭୁବନେଶ୍ୱର  : ବାରମ୍ବାର ମୁକୁଳା ଡ୍ରେନରେ ଅଘଟଣ ପରେ ତତ୍ପର ପ୍ରାଶସନ । ମାସକ ଭିତରେ ମୁକୁଳା ଡ୍ରେନ ଉପରେ…

30 mins ago

ପାଇରେଟସ ଅଫ ଦ କ୍ୟାରିବିୟନ ଷ୍ଟାର ତମାୟୋ ପେରୀଙ୍କ ପରଲୋକ, ଶାର୍କ ଆଟାକରେ ଚାଲିଗଲା ଜୀବନ

ହଲିଉଡର ଲୋକପ୍ରିୟ ଅଭିନେତା ତମାୟୋ ପେରୀଙ୍କ ମୃତ୍ୟୁ । ଶାର୍କ ଆକ୍ରମଣ କରିବାକୁ ମାତ୍ର ୪୯ ବର୍ଷ ବୟସରେ ତମାୟୋଙ୍କ…

32 mins ago

ଦିଲ୍ଲୀ: ମଧ୍ୟରାତ୍ରିରେ ଘରେ ଲାଗିଲା ଭୟଙ୍କର ନିଆଁ, ଅଣନିଃଶ୍ୱାସୀ ହୋଇ ଚାଲିଗଲା ପରିବାରର ୪ ଜୀବନ

ରାଜଧାନୀ ଦିଲ୍ଲୀର ପ୍ରେମ୍‌ ନଗରରେ ଘଟିଛି ଏକ ଭୟାବହ ଅଗ୍ନିକାଣ୍ଡ । ଏଠାରେ ଘରେ ନିଆଁ ଲାଗି ପରିବାରର ୪…

1 hour ago

ଟି୨୦ ବିଶ୍ୱକପ : ବାଂଲାଦେଶକୁ ହରାଇ ସେମିଫାଇନାଲରେ ଏଣ୍ଟ୍ରି କଲା ଆଫଗାନିସ୍ତାନ, ୮ ରନରେ ମ୍ୟାଚ ହାତେଇଲା ରାଶିଦ ବାହିନୀ

ଆଇସିସି ଟି୨୦ ବିଶ୍ୱକପ ସେମିଫାଇନାଲରେ ପ୍ରବେଶ କରିଛି ଆଫଗାନିସ୍ତାନ । ବାଂଲାଦେଶକୁ ଡିଏଲଏସ ନିୟମରେ ହରାଇ ସେମିରେ ପ୍ରବେଶ କରିଛି…

1 hour ago