କରୋନା ଭୟରେ ମହିଳା ଡାକ୍ତରଙ୍କୁ ଗାଳି ଦେଇ ସୋସାଇଟିରୁ ତଡ଼ି ଦେଲେ ପଡ଼ୋଶୀ, ଦେଖନ୍ତୁ ଭିଡିଓ

ଜୀବନଘାତକ କରୋନା ଭାଇରସ ସହ ଲଢ଼ିବା ପାଇଁ ଡାକ୍ତରମାନେ ନିଜ ଜୀବନକୁ ମଧ୍ୟ ବିପଦକୁ ଠେଲି ଦେଉଛନ୍ତି। କୋଭିଡ-୧୯ ଆକ୍ରାନ୍ତଙ୍କ ଜୀବନ ବଞ୍ଚାଇବାକୁ ଚିକିତ୍ସକମାନେ ନିଜର ସର୍ବସ୍ବ ବାଜିରେ ଲଗାଇଦେଉଥିବା ଆମ ସମାଜର କିଛି ଲୋକ ସେମାନଙ୍କୁ ସମ୍ମାନ ଦେବା ବଦଳରେ ବରଂ ତାଙ୍କୁ ନିନ୍ଦା ଅପବାଦ ଦେଉଥିବା ଦେଖିବାକୁ ମିଳିଛି। ଖାଲି ସେତିକି ନୁହେଁ ଡାକ୍ତରଙ୍କୁ ମରଣାନ୍ତକ ଆକ୍ରମଣ ମଧ୍ୟ କରୁଛନ୍ତି। ଗୁଜରାଟରେ ସେଭଳି ଏକ ଘଟଣା ଦେଖିବାକୁ ମିଳିଛି, ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି।

ଭିଡିଓରେ ଦେଖିବାକୁ ମିଳିଛି ଯେ ଜଣେ ଯୁବକ ମହିଳା ଡାକ୍ତରଙ୍କ ଉପରେ ଚିଲାଉଛନ୍ତି। ସେ କହୁଛନ୍ତି ଯେ ତମେ ଡାକ୍ତର ହେଲେ କଣ ହେଲା ସେଇଠୁ ଯାଅ ଏଠାରୁ। ଏହା ପରେ ସେ ଡାକ୍ତରଙ୍କ ସହ ଅଶାଳୀନ ବ୍ୟବହାର କରୁଥିବା ଦେଖାଯାଇଛି।

ଦେଖନ୍ତୁ ଭିଡିଓ:

ରିପୋର୍ଟ ମୁତାବକ ସମ୍ପୃକ୍ତ ମହିଳା ଡାକ୍ତରଙ୍କ ନାଁ ସଞ୍ଜିବନୀ। ସେ ସରକାରୀ ହସ୍ପିଟାଲରେ ଡାକ୍ତର ଭାବେ କାମ କରନ୍ତି। ଡ୍ୟୁଟି ସାରି ଘରକୁ ଫେରିବା ପରେ ତାଙ୍କ ଯୋଗୁ କାଳେ ସୋସାଇଟିରେ କରୋନା ବ୍ୟାପିବ ସେଇ ଭୟରେ ସେ ଏଭଳି ବ୍ୟବହାର କରିଥିଲେ। ଭିଡିଓକୁ ଡାକ୍ତର ସଞ୍ଜିବନୀ ହିଁ ସୁଟିଂ କରି ଟ୍ୱିଟ କରିଥିଲେ। ଏହି ଭିଡିଓ ଭାଇରାଲ ହେବା ପରେ ଲୋକମାନେ ସମ୍ପୃକ୍ତ ବ୍ୟକ୍ତିଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.