ଚୀନରେ ଦିନକୁ ଦିନ ଅଣାୟତ୍ତ ହେବାରେ ଲାଗିଛି କରୋନା ଭାଇରସ୍, ମୃତ୍ୟୁସଂଖ୍ୟା ୧୧୧୬ ଟପିଲା

ଚୀନ୍: ଦିନକୁ ଦିନ ଅଣାୟତ୍ତ ହେବାରେ ଲାଗିଛି ଚୀନରେ ସୃଷ୍ଟି ହୋଇଥିବା କରୋନା । ଏହି ମାରାତ୍ମକ ଭାଇରସ ଜନିତ ମୃତ୍ୟୁ ସଂଖ୍ୟା ହୁ ହୁ ହୋଇ ବଢୁଛି । ଗତ ୨୪ ଘଣ୍ଟା ମଧ୍ୟରେ ଚୀନରେ ଆଉ ୧୦୦ ଜଣଙ୍କ ମୃତ୍ୟୁ ହୋଇଛି । ହୁବେଇ ଓ ଉହାନରେ ସ୍ଥିତି ଅଣାୟତ୍ତ ଥିବା ବେଳେ ଚୀନରେ ଏଗାରଶହ ୧୬ ଟପିଛି ମୃତ୍ୟୁସଂଖ୍ୟା । ସେହିପରି ୪୩ ହଜାରୁ ଅଧିକ ଏବେ ବି ସଂକ୍ରମିତ ଅଛନ୍ତି । ହୁବେଇରେ କରୋନା ୧୦୩ ଜଣଙ୍କ ମୁଣ୍ଡ ନେଇଛି । ସେହିପରି ଗତ ୨୪ ଘଣ୍ଟା ମଧ୍ୟରେ ୨ ହଜାର ୯୭ ଜଣ କରୋନା ଭୂତାଣୁରେ ସଂକ୍ରମିତ ହୋଇଛନ୍ତି । କରୋନା ସନ୍ଦେହରେ ଏବେ ବି ୧ ଲକ୍ଷ ୮୭ ହଜାର ୫୧୮ ଜଣଙ୍କ ରକ୍ତ ନମୁନା ପଠାଯାଇଛି । ୟୁନାଇନେଡ ଆରବ ଏମିରେଟରେ ଜଣେ ଭାରତୀୟ ସଂକ୍ରମିତ ଥିବା ୟୁଏଇ ସ୍ୱାସ୍ଥ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି ।

1coronaଏପଟେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ହୁ) ପକ୍ଷରୁ ନାମକରଣ କରାଯାଇଛି । ପୂର୍ବରୁ ଚୀନ ସରକାର ଏହାକୁ ‘ ନଭେଲ କରୋନାଭାଇରସ ନିମୋନିଆ ବା ଏନସିପି ନାମ ଦେଇଥିବା ବେଳେ WHO ମୁଖ୍ୟ ଟ୍ରେଡସ ଅଧାନମ ଗ୍ରେବେସନ କହିଛନ୍ତି ଯେ ଏହାର ନୂଆ ନାମ କୋଭିଡ – ୧୯ । କୋ ଅର୍ଥ କରୋନା, ଭି ଅର୍ଥ ଭାଇରସ ବା ଭୂତାଣୁ, ଡି ଅର୍ଥ ଡିଜିଜ ବୋଲି ସେ କହିଛନ୍ତି । କେବଳ ଚୀନ ନୁହେଁ ସମଗ୍ର ବିଶ୍ୱରେ ବ୍ୟାପିବାରେ ଲାଗିଛି କରୋନା ଭାଇରସ । ୨୪ଟି ଦେଶରେ ୩୧୯ ଜଣଙ୍କ ଠାରେ କରୋନା ପଜେଟିଭ ଭାଇରସ ଚିହ୍ନଟ ହୋଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.