ଚୀନ୍ରେ ଘାତକ ସାଜିଛି କରୋନା ଭାଇରସ୍। ଏପର୍ଯ୍ୟନ୍ତ କରୋନାରେ ୫୬୩ ଜଣଙ୍କ ମୃତ୍ୟୁ ହେଲାଣି। ୨୮ହଜାରରୁ ଅଧିକ ଲୋକ ଆକ୍ରାନ୍ତ ହୋଇଛନ୍ତି। ସେପଟେ ବାଦୁଡି ଅଇଁଠା ହିଁ କରୋନା ଭାଇରସ ବ୍ୟାପିବାର ମୁଖ୍ୟ କାରଣ, ଏକଥା କହିଛନ୍ତି ଚାଇନାରୁ ଫେରିଥିବା କୋରାପୁଟ କୋଟପାଡର ଝିଅ ଲିପ୍ସା ବକ୍ସି। ତାଙ୍କ ମତରେ କରୋନା ବ୍ୟାପିବାର ମୁଖ୍ୟ କାରଣ ହେଉଛି ଚାଇନାବାସୀଙ୍କ ଖାଦ୍ୟଶୈଳୀ ଓ ବାଦୁଡି ଅଇଁଠା। ଲିପ୍ସା ଚାଇନାରେ ଡାକ୍ତରୀ ପଢୁଥିଲେ। ଭାରତ ଫେରିବା ବାଟରେ ତାଙ୍କୁ ବାରମ୍ବାର ଚେକିଂର ସାମ୍ନା କରିବାକୁ ପଡିଥିଲା। ସେପଟେ ଝିଅକୁ ସୁରକ୍ଷିତ ଭାବେ ପାଇ ତାଙ୍କ ପରିବାର ଲୋକ ଆଶ୍ୱସ୍ତି ଅନୁଭବ କରିଛନ୍ତି।