ସାବଧାନ! ସାବରମତୀ ପାଣିରେ ବ୍ୟାପୁଛି କରୋନା ଭାଇରସ, ଟେଷ୍ଟିଂ ପାଇଁ ଯାଇଥିବା ସାମ୍ପଲ ରିପୋର୍ଟ ପଜିଟିଭ

କରୋନା ଭାଇରସର ସଂକ୍ରମଣ ଧୀରେ ଧୀରେ କମୁଥିବା ବେଳେ ତୃତୀୟ ଲହରକୁ ନେଇ ସମସ୍ତେ ଆତଙ୍କିତ ଅଛନ୍ତି। ଏଭଳି ସ୍ଥିତିରେ ଗୁଜରାଟର ଲାଇଫଲାଇନ କୁହାଯାଉଥିବା ସାବରମତୀ ନଦୀରେ କରୋନା ଭାଇରସ ମିଳିଛି।

ସୂଚନା ମୁତାବକ, ସାବରମତୀ ନଦୀର ଜଳ ଯାଞ୍ଚ ପାଇଁ ପଠାଯାଇଥିଲା। ରିପୋର୍ଟରେ ଜଳ ସଂକ୍ରମିତ ହୋଇଥିବା ଜଣାଯାଇଛି। ଗୁଜରାଟରେ ସାବରମତୀ ବ୍ୟତୀତ କାଙ୍କରିଆ ଓ ଚନ୍ଦୋଲ ହ୍ରଦରେ ମଧ୍ୟ କରୋନା ଭାଇରସ ମିଳିଛି, ଯାହା ଏବେ ଚିନ୍ତା ବଢ଼ାଇଛି।

ଅନ୍ୟପଟେ ଗୌହାଟୀର ବାରୁ ନଦୀର ସାମ୍ପଲ ରିପୋର୍ଟ ମଧ୍ୟ କରୋନା ପଜିଟିଭ ଆସିଛି। ଦେଶର ୮ଟି ସଂସ୍ଥା ଏହା ସାମ୍ପଲ ଟେଷ୍ଟ କରିଥିବା ବେଳେ ଏଥିରେ ବିଷାଣୁ ସଂଖ୍ୟା ଢେର ଅଧିକ ଥିବା ପାଇଛନ୍ତି। ତେବେ ପ୍ରାକୃତିକ ଜଳ ସ୍ରୋତ ସଂକ୍ରମିତ ହେଲେ ଅବସ୍ଥା ଆହୁରି ସାଂଘାତିକ ହେବ ବୋଲି ବିଶେଷଜ୍ଞ ମତ ଦେଇଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.