ଭାରତରେ ଜୁନ୍ରେ ଆସିବ କରୋନାର ଚତୁର୍ଥ ଲହରୀ, ସଂକ୍ରମଣର ଭୟାବହତାକୁ ନେଇ ଏକ୍ସପର୍ଟ ଦେଲେ ନୂଆ ଭବିଷ୍ୟବାଣୀ

ଦେଶରେ କରୋନାର ତୃତୀୟ ଲହରୀ ପ୍ରଭାବ ଧୀରେ ଧୀରେ କମୁଥିବା ବେଳେ ଏବେ ଚତୁର୍ଥ ଲହରୀକୁ ନେଇ ଆସିଲାଣି ଭବିଷ୍ୟବାଣୀ। ଏକ୍ସପର୍ଟଙ୍କ କହିବାନୁସାରେ, ଦେଶରେ କରୋନା ଭାଇରସ୍ର ଚତୁର୍ଥ ଲହରୀ ଜୁନ୍ ୨୨ ଆଖପାଖରେ ଆରମ୍ଭ ହୋଇପାରେ। ଚତୁର୍ଥ ଲହରୀର ପ୍ରଭାବ ୨୪ ଅକ୍ଟୋବର ଯାଏଁ ରହିବ। ଚତୁର୍ଥ ଲହରୀର ଗମ୍ଭୀରତା କେତେ ରହିବ ତାହା ନୁଆ ଭ୍ୟାରିଏଣ୍ଟ ଆସିବା ପରେ ହିଁ ଜଣାପଡ଼ିବ ବୋଲି ବୈଜ୍ଞାନିକମାନେ କହିଛନ୍ତି।
୧୫ରୁ ୩୧ ଅଗଷ୍ଟ ଯାଏଁ ପିକ୍ରେ ରହିବ:
କରୋନାର ଚତୁର୍ଥ ଲହରୀରେ ବୁଷ୍ଟର ଡୋଜ୍ ସହ ଭ୍ୟାକ୍ସିନେସନ୍ର ସ୍ଥିତି ବେଶ୍ ଗୁରୁତ୍ୱପୂର୍ଣ୍ଣ ରହିବ। ଆଇଆଇଟି କାନପୁରର ରିସର୍ଚ୍ଚର କହିଛନ୍ତି, କୋଭିଡ୍-୧୯ର ଚତୁର୍ଥ ଲହରର ପ୍ରଭାବ ୪ ମାସ ଯାଏଁ ରହିବ। ଏହି ଭବିଷ୍ୟବାଣୀ ୨୪ ଫେବ୍ରୁଆରୀର ପ୍ରିପ୍ରିଣ୍ଟ ସର୍ଭର MedRxiv ରେ ପ୍ରକାଶିତ ହୋଇଛି। ଏକ୍ସପର୍ଟଙ୍କ କହିବାନୁସାରେ, ଚତୁର୍ଥ ଲହରୀ ଅଗଷ୍ଟ ୧୪ରୁ ଅଗଷ୍ଟ ୩୧ ମଧ୍ୟରେ ପିକ୍ରେ ପହଞ୍ଚିବ। ଏହା ପରେ ସଂକ୍ରମଣ ଧୀରେ ଧୀରେ କମିବ।
Covid: IIT-K experts predict 4th wave around June 22 https://t.co/NEmUORBeHT pic.twitter.com/rCCBr5mGEZ
— OrbView (@OrbView) February 27, 2022
ଏହାକୁ ମିଶାଇ ତୃତୀୟ ଥର ପାଇଁ ଆଇଆଇଟି କାନପୁର କରୋନାକୁ ନେଇ ଭବିଷ୍ୟବାଣୀ କରିଛି। ଏହି ରିସର୍ଚ୍ଚ ଆଇଆଇଟି କାନପୁରର ମ୍ୟାଥ୍ମେଟିକ୍ସ ଆଣ୍ଟ ଷ୍ଟାଟିକ୍ସଟିକ୍ ଡିପାର୍ଟମେଣ୍ଟର ଏସ୍ପି ରାଜେଶ ଭାଇ, ସୁଭରା ଶଙ୍କର ଧର ଓ ଶଲଭ କରିଛନ୍ତି। ଏହି ଭବିଷ୍ୟବାଣୀ ପାଇଁ ସେମାନେ ସାଂଖ୍ୟିକୀୟ ମଡେଲ ବ୍ୟବହାର କରିଛନ୍ତି। କରୋନାର ଚତୁର୍ଥ ଲହରୀ କରୋନା ମହାମାରୀ ଆରମ୍ଭ ହେବାର ପାଖାପାଖି ୯୩୬ ଦିନ ପରେ ଆସିପାରେ ବୋଲି ଏକ୍ସପର୍ଟ କହିଛନ୍ତି।
Read Also: ମହାଶିବରାତ୍ରିରେ ଶିବ ଲିଙ୍ଗରେ ଚଢ଼ାନ୍ତୁ ୧୦୮ ବେଲ ପତ୍ର, ଦୂର ହେବ ଆର୍ଥିକ ସମସ୍ୟା