ବିଦେଶୀ ଯାତ୍ରୀଙ୍କ ପାଇଁ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ନୂଆ ଗାଇଡ ଲାଇନ, ବିମାନ ବନ୍ଦରରେ ଦେଖାଇବାକୁ ହେବ ଆରଟିପିସିଆର ନେଗେଟିଭି ରିପୋର୍ଟ

ନୂଆଦିଲ୍ଲୀ: ବିଦେଶରୁ ଭାରତ ଆସୁଥିବା ଯାତ୍ରୀଙ୍କ ପାଇଁ ଗାଇଡ ଲାଇନ ଜାରି କଲା କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ। ଭାରତକୁ ଆସିବା ପୂର୍ବରୁ ୧୪ ଦିନ କେଉଁ କେଉଁ ସ୍ଥାନକୁ ଯାତ୍ରା କରିଥିଲେ, ତାହା ଯାତ୍ରୀମାନେ ଜଣାଇବେ। ଏହାସହ ଆରଟିପିସିଆର ନେଗେଟିଭି ରିପୋର୍ଟ ଦାଖଲ କରିବାକୁ ପଡିବ। ଯାତ୍ରା ସମୟର ୭୨ ଘଣ୍ଟା ସମୟ ମଧ୍ୟରେ ଟେଷ୍ଟ ହୋଇଥିବା ଆବଶ୍ୟକ।

ରିପୋର୍ଟ ଏୟାର ସୁବିଧା ପୋର୍ଟାଲରେ ଅପଲୋଡ୍‌ କରିବେ ଯାତ୍ରୀ। ବିପଦପୂର୍ଣ୍ଣ ଦେଶରୁ ଯାତ୍ରୀ ଆସିଥିଲେ ବିମାନବନ୍ଦରରେ ପହଞ୍ଚିବା ପରେ ପରୀକ୍ଷା କରାଯିବ। ରିପୋର୍ଟ ଆସିବା ପର୍ଯ୍ୟନ୍ତ ଏୟାରପୋର୍ଟରେ ଅପେକ୍ଷା କରିବେ ଯାତ୍ରୀ। ଯଦି ନେଗେଟିଭ୍‌ ଆସେ ତେବେ ୭ ଦିନ ହୋମ୍‌ କ୍ୱାରେଣ୍ଟିନରେ ରହିବାକୁ ପଡିବ। ଅଷ୍ଟମ ଦିନରେ ପୁଣି ଟେଷ୍ଟ କରାଯିବ। ନେଗେଟିଭ ଆସିଲେ ବି ସେମାନେ ଆଉ ୭ ଦିନ ସେଲ୍‌ଫ ମନିଟର କରିବେ।

ଯଦି ପରୀକ୍ଷା ପରେ ପଜିଟିଭ୍‌ ଆସେ ଯାତ୍ରୀଙ୍କୁ କ୍ୱାରେଣ୍ଟିନରେ ରହିବାକୁ ପଡିବ। ଏହାସହ ସେମାନଙ୍କ ନମୂନା ଜିନୋମ ସିକ୍ୱେନ୍‌ସିଂ ପାଇଁ ପଠାଯିବ। କ୍ୱାରେଣ୍ଟିନ ସମୟରେ ରାଜ୍ୟ ସରକାରଙ୍କ ଧାର୍ଯ୍ୟ ନିମୟ ଅଧିନରେ ନିରୀକ୍ଷଣରେ ରହିବେ। ବିପଦ ନଥିବା ଦେଶରୁ ଯାତ୍ରୀ ଆସିଲେ, ବିମାନର ମୋଟ ଯାତ୍ରୀଙ୍କ ମଧ୍ୟରୁ ୫ ପ୍ରତିଶତଙ୍କ ପରୀକ୍ଷା କରାଯିବ। କାହାର ଟେଷ୍ଟ କରାଯିବ ତାର ତାଲିକା ଏୟାର ଲାଇନ୍‌ ଦେବେ। ଅନ୍ୟମାନଙ୍କୁ ଏୟାର ପୋର୍ଟ ଛାଡିବାକୁ ଅନୁମତି ମିଳିବ। କିନ୍ତୁ ସେମାନେ ୧୪ ଦିନ ହୋମ ଆଇସୋଲେସନରେ ରହିବେ। ଏହି ନିୟମ ଡିସେମ୍ବର ୧ ତାରିଖରୁ ଲାଗୁ ହେବ।

Leave A Reply

Your email address will not be published.