ଦିଲ୍ଲୀରେ ପ୍ରଥମ ଓମିକ୍ରନ୍‌ ସଂକ୍ରମିତ ଚିହ୍ନଟ, ସାମ୍ନାକୁ ଆସିଲା ୮ଟି ନୂଆ ଭ୍ୟାରିଏଣ୍ଟ

ନୂଆଦିଲ୍ଲୀ: ଦେଶରେ ପୁଣିଥରେ ବଢ଼ିବାରେ ଲାଗିଛି କରୋନା ସଂକ୍ରମଣ। ଏଭଳି ସ୍ଥିତିରେ ଓମିକ୍ରନ୍‌ର ୮ଟି ନୂଆ ଭ୍ୟାରିଏଣ୍ଟ ବିଷୟରେ ଜଣାପଡ଼ିଛି। ଏହି ୮ଟି ଭ୍ୟାରିଏଣ୍ଟ ମଧ୍ୟରୁ ଗୋଟିଏ ମାମଲା ରାଜଧାନୀ ଦିଲ୍ଲୀରେ ଚିହ୍ନଟ ହୋଇଛି। ଦିଲ୍ଲୀରେ ନୂଆ ଭ୍ୟାରିଏଣ୍ଟ ମିଳିବା ପରେ ନ୍ୟାସନାଲ ସେଣ୍ଟର ଫର ଡିଜିଜ୍‌ କଣ୍ଟ୍ରୋଲ ଯାଞ୍ଚ ଆରମ୍ଭ କରିଛି। ସୂଚନା ମିଳିଛି ଯେ ଏହି ଭ୍ୟାରିଏଣ୍ଟ ନିକଟରେ ବିଦେଶରୁ ଦିଲ୍ଲୀ ଫେରିଥିବା ଜଣେ ବ୍ୟକ୍ତିଙ୍କ ଶରୀରରେ ଚିହ୍ନଟ ହୋଇଛି। ତେବେ ଏହାର ଜେନେଟିକ୍‌ ଷ୍ଟ୍ରକ୍‌ଚର ବର୍ତ୍ତମାନର ଭ୍ୟାରିଏଣ୍ଟ ତୁଳନାରେ ସମ୍ପୂର୍ଣ୍ଣ ଅଲଗା।

ରିପୋର୍ଟ ମୁତାବକ, ଇନ୍‌ସାକଗ୍‌ର ଜଣେ ବରିଷ୍ଠ ବୈଜ୍ଞାନିକ ଓମିକ୍ରନ୍‌ର ନୂଆ ୮ ଭ୍ୟାରିଏଣ୍ଟ ମଧ୍ୟରୁ ଗୋଟିଏ ଭ୍ୟାରିଏଣ୍ଟରେ ସଂକ୍ରମିତ ରୋଗୀଙ୍କୁ ଚିହ୍ନଟ କରିଛନ୍ତି। ବୈଜ୍ଞାନିକଙ୍କ କହିବାନୁସାରେ, ଅନ୍ତର୍ଜାତୀୟ ସ୍ତରରେ କରୋନା ଭାଇରସ୍‌ର ବର୍ତ୍ତମାନର ସ୍ୱରୂପ ଓ ତାହାର ଜେନେଟିକ୍‌ ସହ ଯେତେବେଳେ ଏହାର ମିଶ୍ରଣ କରାଗଲା, ସେତେବେଳେ ଜଣାପଡ଼ିଲା ଯେ ଏହା ବିଏ.୨.୧୨.୧ ସହ ମିଶୁଛି। ତେବେ ଏହା ଲୋକଙ୍କୁ କେତେ ପ୍ରଭାବିତ କରୁଛି ତାହା ଏବେ ଯାଏଁ ଜଣାପଡ଼ିନାହିଁ। ଏଣୁ ଲୋକମାନେ ଭୟଭୀତ ହେବା ଜରୁରୀ ନୁହେଁ ବୋଲି କହିଛନ୍ତି ବୈଜ୍ଞାନିକ।

କେନ୍ଦ୍ରୀୟ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ରିପୋର୍ଟ ମୁତାବକ, ଗୋଟିଏ ଦିନରେ କରୋନାରେ ୨୩୮୦ ନୂଆ ମାମଲା ସାମ୍ନାକୁ ଆସିଛି। ସେଥିରୁ ୫୬ ଜଣଙ୍କ ମୃତ୍ୟୁ ଘଟିଛି। ଏଥିରୁ ୫୩ ଜଣଙ୍କ ମୃତ୍ୟୁ କେରଳରେ ହୋଇଛି। ଦେଶରେ ବର୍ତ୍ତମାନ ମୋଟ୍‌ ୪,୩୦,୪୯,୯୭୪ ଲୋକ ସଂକ୍ରମିତ ହୋଇଛନ୍ତି। ଇତି ମଧ୍ୟରେ ମୋଟ୍‌ ୫,୨୨,୦୬୨ ଲୋକଙ୍କ ମୃତ୍ୟୁ ଘଟିଛି।

Also Read: ପୋଲିସଙ୍କ ବର୍ଦ୍ଦି କେଉଁଠି ଖାକି ତ ଆଉ କେଉଁଠି ଧଳା, ଜାଣନ୍ତୁ ଭାରତରେ କେଉଁ ରାଜ୍ୟର ୟୁନିଫର୍ମ କେମିତି?

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.