କରୋନା ଛୁଟି ପାଇଁ ଘରକୁ ବିମାନରେ ପରିବର୍ତ୍ତିତ କଲେ ପରିବାର, ଆରମ୍ଭ କଲେ ନିଆରା ବିମାନଯାତ୍ରା

କରୋନା ଭୟରେ ଲୋକମାନେ ବାହାରକୁ ଛୁଟି କାଟିବାକୁ ଯାଇପାରୁନାହାନ୍ତି। ଏଣୁ ଅଷ୍ଟ୍ରେଲିଆର ଏକ ପରିବାର ଲକଡାଉନ ବେଳେ କରୋନା ଛୁଟି ପାଇଁ ନିଜ ଘରେ ଏକ ନିଆରା ଫ୍ଲାଇଟ କରିଥିବା ଦେଖିବାକୁ ମିଳିଛି। ରିପୋର୍ଟ ମୁତାବକ ଏଠାକାର ଏକ ପରିବାର ଚଳିତ ମାସରେ ଛୁଟି କାଟିବାକୁ ୟୁରୋପ ଯିବାକୁ ଯୋଜନା କରିଥିଲେ। କିନ୍ତୁ କରୋନା ଯୋଗୁ ସେମାନଙ୍କୁ ନିଜ ପ୍ଲାନ କ୍ୟାନସଲ କରିବାକୁ ପଡ଼ିଥିଲା। କିନ୍ତୁ ବିମାନଯାତ୍ରା ବେଳର ଅନୁଭବ ପାଇଁ ସେମାନେ ଘରକୁ ହିଁ ଏୟାରପୋର୍ଟ ଓ ବିମାନରେ ବଦଳାଇଦେଇଛନ୍ତି। ଏହି ପରିବାର ନିଜ ଘରର ଫଟୋକୁ ସୋସିଆଲ ମିଡିଆରେ ସେୟାର କରିଛନ୍ତି।

Coronavirus vacation: Australian family recreate 15-hour holiday ...

ଏହି ପରିବାରର ଘରର ଗୋଟିଏ ପାର୍ଶ୍ୱକୁ ଲଗେଜ କାଉଣ୍ଟର ଓ ଅନ୍ୟପଟକୁ ବିମାନର ସିଟରେ ପରିବର୍ତ୍ତିତ କରିଛନ୍ତି। କେବଳ ଏତିକି ନୁହେଁ ବୋର୍ଡ ପାସ ସହ ଯାତ୍ରା ବେଳେ ମିଳୁଥିବା ମିଲକୁ ମଧ୍ୟ ନିଜ ସିଟ କଡ଼ରେ ସଜାଇ ରଖିଥିବା ଦେଖିବାକୁ ମିଳିଛି। ଏହି ପରିବାର ଘରେ ରହି ୧୫ ଘଣ୍ଟା ବିମାନଯାତ୍ରାର ମଜା ଉଠାଇଛନ୍ତି।

Coronavirus vacation: Australian family recreate 15-hour holiday ...

ଏନେଇ ନ୍ୟୁକେସଲର ବାସିନ୍ଦା କ୍ରିଷ୍ଟି ରସେଲ କହିଛନ୍ତି ଯେ ୟୁରୋପ ବୁଲିବାକୁ ଆମେ ବହୁ ଦିନ ହେବ ପ୍ଲାନ କରୁଥିଲୁ। କିନ୍ତୁ କରୋନା ଯୋଗୁ ଟ୍ରିପକୁ କ୍ୟାନସଲ କରିବାକୁ ପଡ଼ିଲା। ଏଣୁ ଆମେ ନିଜ ଘରକୁ ବିମାନ ଭଳି ସଜାଇ ଏହାର ମଜା ନେଲୁ।

flight

ବିମାନରେ ପାଳିତ ଜୀବକୁ ନେବାକୁ ଅନୁମତି ନ ଥିବା ବେଳେ ଆମେ ଆମ କୁକୁରକୁ ମଧ୍ୟ ଆମର ଏହି ଯାତ୍ରାରେ ସାମିଲ କରିପାରିଛୁ ବୋଲି ସେ କହିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.